Advertisment

ପଞ୍ଜାବରେ ରାଜ୍ୟପାଳ ଶାସନ ଦାବି କଲା ବିଜେପି, ମୁଖ୍ୟମନ୍ତ୍ରୀ କହିଲେ- ରାଜ୍ୟ ବିରୋଧୀ

ମୁଖ୍ୟମନ୍ତ୍ରୀ ମାନ ଓ ରାଜ୍ୟପାଳ ବନବାରୀଲାଲ ପୁରୋହିତଙ୍କ ମଧ୍ୟରେ ତାଳମେଳ ଠିକ୍‌ ନ ଥିବା ବେଳେ ରାଜ୍ୟରେ ବିଗୁଡ଼ିଥିବା ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

author-image
Niharika Rout
CM

CM

ପଞ୍ଜାବର ବିଜେପି ନେତାଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ । ରାଜ୍ୟରେ ଆଇନଶୃଙ୍ଖଲା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ କରି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସମେତ ରାଜ୍ୟର ବିଜେପି ନେତା ରାଜ୍ୟପାଳ ଶାସନ ଲାଗୁ କରିବାକୁ ଦାବି କରୁଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଭଗବନ୍ତ ମାନ । ମୁଖ୍ୟମନ୍ତ୍ରୀ ମାନ ଓ ରାଜ୍ୟପାଳ ବନବାରୀଲାଲ ପୁରୋହିତଙ୍କ ମଧ୍ୟରେ ତାଳମେଳ ଠିକ୍‌ ନ ଥିବା ବେଳେ ରାଜ୍ୟରେ ବିଗୁଡ଼ିଥିବା ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

Advertisment

ମାର୍ଚ୍ଚ ୩ ତାରିଖରେ ବିଧାନସଭା ଅଧିବେଶନ ଆରମ୍ଭ କରିବା ନିମନ୍ତେ ପଞ୍ଜାବ କ୍ୟାବିନେଟରେ ସ୍ଥିର ହେବା ପରେ ଏ ନେଇ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଅବଗତ କରିଥିଲେ। ଏଥିସହ ଅଧିବେଶନ ଡାକିବାକୁ ଅନୁରୋଧ କରିଥିଲେ। ମାତ୍ର ୨ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତେ ରାଜ୍ୟପାଳ ଏକ ଚିଠି ପ୍ରେରିତ କରିଥିଲେ। ଏପରିକି ନିଜ ଚିଠିରେ ବିଧାନସଭା ଅଧିବେଶନ ଡାକିବାକୁ ତତ୍ପର ନୁହନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି।

ବିଧାନସଭାର ବଜେଟ୍ ଅଧିବେଶନ ଡକାଇବାକୁ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଉପରେ ରାଜ୍ୟପାଳ କୌଣସି ପ୍ରତିକ୍ରିୟା ଦେଉ ନ ଥିବାରୁ ପଞ୍ଜାବ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହେବାକୁ ବାଧ୍ୟ ହୋଇଥିବା ଆପ୍‌ ସାଂସଦ ରାଘବ ଚଡ୍ଡା କହିଛନ୍ତି।

Advertisment

ଏହାପରେ ମାନ ଟ୍ୱିଟ କରିଛନ୍ତି, କ୍ୟାପଟେନ ଅମରିନ୍ଦର ସିଂଙ୍କ ସମେତ କଂଗ୍ରେସରୁ ଆସି ବିଜେପିରେ ସାମିଲ ହୋଇଥିବା ନେତା ଏବେ ରାଜ୍ୟପାଳ ଭବନ ଆଖପାଖରେ ବୁଲୁଥିବା ଦୃଶ୍ୟମାନ ହେଉଛନ୍ତି। ସେମାନେ ପଞ୍ଜାବରେ ରାଜ୍ୟପାଳ ଶାସନ ଲାଗୁ କରିବାକୁ ଚାହୁଁଛନ୍ତି। ପଞ୍ଜାବବାସୀ ଜାଣିଛନ୍ତି ଯେ, ସେମାନେ ସବୁବେଳେ ପଞ୍ଜାବୀ ବିରୋଧୀ ।

ଏହି ସମୟରେ ପଞ୍ଜାବ ବିଜେପି ନେତା ଫତେହ ଜଙ୍ଗ ବାଜୱା ପଞ୍ଜାବରେ ରାଜ୍ୟପାଳଙ୍କ ଶାସନ ଦାବି କରୁଥିବାବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିବା କହି ଆପ୍‌ ସରକାର ଉପରେ ଆକ୍ରମଣ କରିବାକୁ ପଛାଇ ନାହାନ୍ତି। ବାଜୱା ସୋମବାର କହିଛନ୍ତି, ବର୍ତ୍ତମାନର ପରିସ୍ଥିତିକୁ ଅନୁଧ୍ୟାନ କରି ଆମ ଦଳ ଦାବି କରିଛି ଯେ ପଞ୍ଜାବରେ ରାଜ୍ୟପାଳ ଶାସନ ଲାଗୁ କରାଯାଉ ।

ଶିରୋମଣି ଅକାଳୀ ଦଳର ସଭାପତି ସୁଖବୀର ସିଂ ବାଦଲ ମଧ୍ୟ ଆପ୍‌ ସରକାରକୁ ଆକ୍ରମଣ କରିଛନ୍ତି। ଆଜିର ପଞ୍ଜାବରେ କେହି ସୁରକ୍ଷିତ ନୁହନ୍ତି । ଆପ୍‌ ଶାସନ ସମୟରେ ପୁଲିସ୍‌ ପ୍ରଶାସନକୁ ଏକ ବୋତଲରେ ବନ୍ଦ କରି ଦିଆଯାଇଥିବା ସେ ସଙ୍ଗୀନ ଅଭିଯୋଗ କରିଛନ୍ତି ।

ସିବିଆଇ ଦ୍ୱାରା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ବିରୋଧ କରି ପଞ୍ଜାବ ବିଜେପି ନେତା ସୁଭାଷ ଶର୍ମା ଆପ୍‌କୁ ସମାଲୋଚନା କରିଛନ୍ତି ଏବଂ ପ୍ରମାଣ ଆଧାରରେ ଏହି ଗିରଫଦାରୀ କରାଯାଇଥିବା କହିଛନ୍ତି।

ଶିରୋମଣି ଅକାଳି ଦଳ ନେତା ବିକ୍ରମ ସିଂହ ମଜିଠିୟା କହିଛନ୍ତି, ଯେ ଦିଲ୍ଲ ଅବକାରୀ ନୀତି ମାମଲାରେ ସିବିଆଇ ଯାଞ୍ଚ ପରିସରରେ ପଞ୍ଜାବକୁ ବି ସାମିଲ କରାଯାଉ । କାରଣ ସିସୋଦିଆ ପଞ୍ଜାବର ଅବକାରୀ ନୀତିକୁ ବି ନିୟନ୍ତ୍ରଣ କରୁଥିଲେ। ଏହାଦ୍ୱାରା ପଞ୍ଜାବ ରାଜକୋଷକୁ କୋଟଇ କୋଟି ଟଙ୍କା ହରାଇବାକୁ ପଡ଼ିଥିବା ସେ ଅଭିଯୋଗ କରିଛନ୍ତି।

Bjp Punjab Politics AAP