Advertisment

'ବାୟୁ ପ୍ରଦୂଷିତ ହେବା ପଛରେ ହରିୟାଣା ଦାୟୀ'

ଦିଲ୍ଲୀ-ଏନସିଆରରେ ବଢ଼ୁଥିବା ପ୍ରଦୂଷଣ ସଙ୍କଟ ପାଇଁ ହରିୟାଣା ମୁଣ୍ଡରେ ଅଠା ବୋଳିଛି ଆପ୍‌।

author-image
Madhupriya Mistry
ଅଦ୍ୟତନ ହୋଇଛି
Kejriwal blames haryana for pollution

Kejriwal blames haryana for pollution

ଦିଲ୍ଲୀରେ ବଢ଼ି ଚାଲିଛି ପ୍ରଦୂଷଣ ମାତ୍ରା। ରାଜଧାନୀର ଅନେକ ଅଞ୍ଚଳରେ ବାୟୁର ଗୁଣବତ୍ତା ଅତି ନିମ୍ନମାନର ରହିଛି। ଏହାରି ଭିତରେ ପ୍ରଦୂଷଣକୁ ନେଇ ଆରମ୍ଭ ହୋଇଛି ରାଜନୀତି। ସୋଶାଲ ମିଡିଆ ଜରିଆରେ ପରସ୍ପର ଉପରେ ଦୋଷ ଲଦାଲଦି ହୋଇଛନ୍ତି ବିଜେପି ଓ ଆମ୍‌ ଆଦମୀ ପାର୍ଟି। ।

Advertisment

ଆମ୍ ଆଦମୀ ପାର୍ଟି ଦିଲ୍ଲୀ ଏନସିଆରରେ ପ୍ରଦୂଷଣକୁ ହରିୟାଣା ବିଜେପି ସରକାରଙ୍କ ବିଫଳତା ବୋଲି କହୁଥିବାବେଳେ ପଡୋଶୀ ପଞ୍ଜାବକୁ ଏଥିପାଇଁ ଦାୟୀ କରି ବିଜେପି ଅନେକ ଗୁରୁତର ଅଭିଯୋଗ ଆଣିଛି। ପ୍ରଦୂଷଣ ବିରୋଧରେ ଲଢ଼େଇ ବର୍ତ୍ତମାନ ସୋସିଆଲ ମିଡିଆରେ ପହଞ୍ଚିଛି। ଆରମ୍ଭ ହୋଇଯାଇଛି ଟ୍ୱିଟ୍‌ ଓ୍ୱାର୍‌। ପ୍ରଦୂଷଣକୁ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ (ଏକ୍ସ)ରେ ଲଢ଼େଇ ଆରମ୍ଭ ହୋଇଯାଇଛି।

ଦିଲ୍ଲୀର ଅତି ନିକଟତର ହେଉଛି ପଞ୍ଜାବ ଓ ହରିୟାଣା। ଏଠି ଖରାପ ପବନ ବହିବା ପଛରେ ହରିୟାଣା ଦାୟୀ ବୋଲି କହିଛି ଆମ୍‌ ଆଦମୀ ପାର୍ଟି।  ଦିଲ୍ଲୀ-ଏନସିଆରରେ ବଢ଼ୁଥିବା ପ୍ରଦୂଷଣ ସଙ୍କଟ ପାଇଁ ହରିୟାଣା ମୁଣ୍ଡରେ ଅଠା ବୋଳିଛି ଆପ୍‌। ଏଥିସହ ପ୍ରଦୂଷଣକୁ ରୋକିବା ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱାଧୀନ ସରକାର ୨୦୧୪ ମସିହାରୁ ନେଇଥିବା ପଦକ୍ଷେପ ଗୁଡିକର ସମୀକ୍ଷା କରିବାକୁ ଆମ ଆଦମୀ ପାର୍ଟିର ଜାତୀୟ ମୁଖପାତ୍ର ପ୍ରିୟଙ୍କା କକ୍କର ଦାବି କରିଛନ୍ତି।

Advertisment

ପଞ୍ଜାବ ଦିଲ୍ଲୀଠାରୁ ୫୦୦ କିଲୋମିଟର ଦୂରରେ। ଯେତେବେଳେ କି ହରିୟାଣା ମାତ୍ର ୧୦୦କିଲୋମିଟର ଦୂରରେ ରହିଛି। ଏଭଳି ପରିସ୍ଥିତିରେ ହରିୟାଣାରେ ନଡା ଜଳିବା କାରଣରୁ ଦିଲ୍ଲୀର ବାୟୁ ଗୁଣବତ୍ତା ଖରାପ ହୋଇଯାଇଛି। ୨୦୧୪ ମସିହାରୁ ହରିୟାଣାରେ ଖଟ୍ଟର ସରକାର ନେଇଥିବା ପ୍ରଦୂଷଣ ବିରୋଧୀ ପଦକ୍ଷେପ ସମ୍ପର୍କରେ ଏକ ସମୀକ୍ଷା କରାଯିବା ଉଚିତ ବୋଲି ଆପ୍‌ ମୁଖପାତ୍ର କହିଛନ୍ତି। ଦିଲ୍ଲୀରେ ବାୟୁ ପ୍ରଦୂଷଣରେ ୩୧ତିଶତ ହ୍ରାସ ଘଟିଛି।

ହରିୟାଣାରେ ପ୍ରଦୂଷିତ ବିଏସ- ବସ ଦିଲ୍ଲୀ ଆସୁଛି। ହରିୟାଣାରେ ଦୀର୍ଘ ସମୟ ଧରି ବିଦ୍ୟୁତ କାଟ ହେଉଛି, ଯେଉଁ କାରଣରୁ ଲୋକମାନେ ଡିଜେଲ ଜେନେରେଟର ବ୍ୟବହାର କରୁଛନ୍ତି। ଏହା ମଧ୍ୟ ପ୍ରଦୂଷଣର କାରଣ ପାଳଟିଛି। ହରିୟାଣାରେ କୌଣସି ଡମ୍ପିଂୟାର୍ଢ ନାହିଁ । ଯେତେବେଳେ କି ପଞ୍ଜାବରେ ୯ଟି ଡମ୍ପିଂ ୟାର୍ଡ ନିର୍ମାଣ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଶୀତ ଆରମ୍ଭ ହେବା ମାତ୍ରେ ଦିଲ୍ଲୀ, ହରିୟାଣା ଓ ପଞ୍ଜାବରେ ବାୟୁ ପ୍ରଦୂଷଣ ମାତ୍ର ଅହେତୁକ ଭାବେ ପ୍ରତିବର୍ଷ ବଢ଼ିଥାଏ। ଚଳିତ ବର୍ଷ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ହରିୟାଣାର ଫରିଦାବାଦ ଓ ଗୁରୁଗ୍ରାମ ସବୁଠୁ ପ୍ରଦୂଷିତ ଜିଲ୍ଲା ପାଲଟିଛି। ଏଠି ବାୟୁର ଗୁଣବତ୍ତା ବେଶ ଗୁରୁତର ଶ୍ରେଣୀରେ ରହିଛି। ସେହିପରି ଦିଲ୍ଲୀ ଓ ପଞ୍ଜାବରେ ମଧ୍ୟ ବାୟୁ ପ୍ରଦୂଷଣ ସ୍ଥିତି ଚିନ୍ତାଜନକ ରହିଛି।

Delhi Arvind Kejriwal Delhi Air Pollution Haryana