/odisha-reporter/media/media_files/2025/10/27/sir-2025-10-27-16-46-14.jpg)
SIR
ବିହାର ପରେ ଏବେ ଦେଶ ସାରା ହେବ ଭୋଟର ସର୍ଭେ। ଦେଶବ୍ୟାପୀ ଆୟୋଜନ ହେବ ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା (ଏସ୍ଆଇଆର୍) ଆରମ୍ଭ ହେବ। ଆଜି ନିର୍ବାଚନ କମିଶନ (ଇସି) ଏହାର ସୂଚନା ଦେଇଛନ୍ତି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ କମିଶନ ଏସ୍ଆଇଆର କାର୍ଯ୍ୟକ୍ରମ କରିବେ। ଆସନ୍ତାକାଲି ଠାରୁ ହିଁ ଏସ୍ଆଇଆର ପ୍ରକ୍ରିୟା ଆରମ୍ଭ କରାଯିବ।
ଏହାର ଘୋଷଣା କରି ମୁଖ୍ୟ ନିର୍ବାଚନ କମିଶନ(Election Commissioner)ର ଜ୍ଞାନେଶ କୁମାର କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ବିହାରରେ ବେଶ ସଫଳତା ଏସ୍ଆଇଆର(Sir) ଆୟୋଜନ କରାଯାଇଥିଲା। ଏବେ ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏସଆଇଆର ହେବ। ଏହି ୧୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ଭୋଟର ତାଲିକାକୁ ଆଜି ମଧ୍ୟରାତ୍ରରୁ ଫ୍ରିଜ କରି ଦିଆଯିବ। ଅର୍ଥାତ ସର୍ଭେ ଶେଷ ନ ହେବା ଯାଏ ଭୋଟର ତାଲିକାରେ କୌଣସି ନୂଆ ନାଁ ଯୋଡ଼ା ଯାଇ ପାରିବ ନାହିଁ କିମ୍ବା ହଟା ଯାଇ ପାରିବ ନାହିଁ।
ଯେଉଁ ରାଜ୍ୟମାନଙ୍କରେ ୨୦୨୬ରେ ବିଧାନସଭା ନିର୍ବାଚନ ହେବ, ପ୍ରଥମ ପର୍ଯ୍ୟାୟରେ ସେହି ରାଜ୍ୟଗୁଡ଼ିକୁ ଅଗ୍ରାଧିକାର ଦିଆଯାଇଛି। ଆସନ୍ତାକାଲି ଠାରୁ ତାମିଲନାଡ଼ୁ, ପଶ୍ଚିମବଙ୍ଗ, କେରଳ, ପୁଡୁଚେରୀ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତର ପ୍ରଦେଶ, ଗୋଆ, ଗୁଜରାଟ, କେରଳ ଓ ଆଣ୍ଡାମାନ-ନିକୋବର ଭଳି ୧୨ ରାଜ୍ୟ ଓ କେନ୍ଦ୍ର ଶାସିତ ଏସଆଇଆର ହେବ। ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମୋଟ ଭୋଟରଙ୍କ ସଂଖ୍ୟା ପ୍ରାୟ ୫୧ କୋଟି।
ଏସ୍ଆଇଆର ବେଳେ ଲୋକଙ୍କୁ ସ୍ୱତନ୍ତ୍ର ଗଣନା ଫର୍ମ ଦିଆଯିବ। ପ୍ରଥମେ ପ୍ରିଣ୍ଟିଂ ଓ ଟ୍ରେନିଂ ୨୮ ଅକ୍ଟୋବରରୁ ନଭେମ୍ବର ୩ ଯାଏ ଚାଲିବ।
ଘର ଘର ବୁଲି ଗଣନା ୪ ନଭେମ୍ବରରୁ ୪ ଡିସେମ୍ବର
ଦାବି ଓ ଆପତ୍ତିର ସମୟସୀମା ୯ ଡିସେମ୍ବରରୁ ୮ ଜାନୁଆରୀ ୨୦୨୬
ଶୁଣାଣି ଓ ଯାଞ୍ଚ ନୋଟିସ ୯ ଡିସେମ୍ବରରୁ ୩୧ ଜାନୁଆରୀ ୨୦୨୬
ଚୂଡ଼ାନ୍ତ ଭୋଟର ତାଲିକା ୭ ଫେବୃଆରୀ ୨୦୨୬
ଜ୍ଞାନେଶ କୁମାରଙ୍କ କହିବା କଥା ଯେ ୧୯୫୧ରୁ ୨୦୦୪ ମଧ୍ୟରେ ଦେଶରେ ୮ଥର ଏସ୍ଆଇଆର ହୋଇଛି। ୨୧ ବର୍ଷ ପରେ ପୂରା ଦେଶରେ ଏସ୍ଆଇଆର ହେବ। ଭୋଟର ତାଲିକାରୁ ନକଲି ମତଦାତାଙ୍କୁ ହଟାଇବା ହିଁ ଏସ୍ଆଇଆରର ମୂଳ ଉଦ୍ଦେଶ୍ୟ। ଭୋଟରମାନେ ଆଧାର କାର୍ଡ ସମେତ ଯେକୌଣସି ପରିଚୟପତ୍ରକୁ ଗଣନା ଫର୍ମରେ ସାମିଲ କରିପାରିବେ। ଗଣନା ବେଳେ ମୋଟ ୧୨ଟି ଦସ୍ତାବିଜକୁ ବିଚାରକୁ ନିଆଯାଇ ଭୋଟର ତାଲିକା ପ୍ରକାଶ କରାଯିବ।
List of Indicative (not Exhaustive) Documents #SIR#ECIpic.twitter.com/Pjyp85XVxr
— Election Commission of India (@ECISVEEP) October 27, 2025
ଏହି ସଂଶୋଧନ ପ୍ରକ୍ରିୟାରେ ବ୍ୟାପକ ଯାଞ୍ଚ ମାଧ୍ୟମରେ ଭୋଟର ତାଲିକାରେ ନାମ ଯୋଡ଼ାଯିବ ଓ ଅଯୋଗ୍ୟ ଭୋଟରଙ୍କୁ ବାଦ୍ ଦିଆଯିବ। ଏହି କାର୍ଯ୍ୟକ୍ରମ ଦ୍ୱାରା ଆଗାମୀ ନିର୍ବାଚନ ପାଇଁ ଭୋଟର ତାଲିକାକୁ ତ୍ରୁଟିଶୂନ୍ୟ ଓ ଅଧିକ ପ୍ରଭାବୀ କରିବାକୁ କମିଶନଙ୍କ ଲକ୍ଷ୍ୟ ରଖିଛନ୍ତି।
ଏହାପୂର୍ବରୁ ନିର୍ବାଚନ କମିଶନ(Eci) ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଏସଆଇଆର କରିଥିଲେ। ଏହାକୁ ନେଇ ବେଶ ବିବାଦ ଦେଖାଯାଇଛି। ମାମଲା ସୁପ୍ରିମ୍କୋର୍ଟ ପହଞ୍ଚିଥିଲେ ହେଁ ବିହାର ଏସ୍ଆଇଆର୍ ଉପରେ କୌଣସି ରହିତାଦେଶ ଲାଗୁ ହୋଇନାହିଁ।
#SIRPhase2 Schedule #ECI#SIRpic.twitter.com/dkm1VHoVgj
— Election Commission of India (@ECISVEEP) October 27, 2025
ତେଣୁ ନିର୍ବାଚନ କମିଶନ ବିଧାନସଭା ନିର୍ବାଚନ ପୂର୍ବରୁ ଚୂଡ଼ାନ୍ତ ଭୋଟର ତାଲିକା ଜାରି କରିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନଗୁଡ଼ିକ ପାଇଁ ତ୍ରୁଟିଶୂନ୍ୟ ଭୋଟର ତାଲିକା ନିଶ୍ଚିତ କରିବା ସହ ନିର୍ବାଚନ ପ୍ରକ୍ରିୟାର ନିରପେକ୍ଷତା ଓ ସ୍ୱଚ୍ଛତା ପାଇଁ ଏହା ଅତ୍ୟନ୍ତ ଜରୁରି ବୋଲି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି।
#SIR 12 States & UTs#ECI#SIRPhase2pic.twitter.com/JA2CnyWulz
— Election Commission of India (@ECISVEEP) October 27, 2025
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
