Advertisment

ସୋନିଆଙ୍କ ସାର୍ବଭୌମତ୍ୱ ବୟାନ: କଂଗ୍ରେସ ମୁଖ୍ୟଙ୍କୁ ଜବାବ ମାଗିଲେ ନିର୍ବାଚନ କମିଶନ

କମିଶନ ଏହି ଅଭିଯୋଗ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ନୋଟିସ ଜାରି କରି ସ୍ପଷ୍ଟୀକରଣ ମାଗିଛନ୍ତି।

Sonia Gandhi

Sonia Gandhi

Advertisment

କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ କଂଗ୍ରେସର ଅଡ଼ୁଆ ବଢ଼ିଛି। ନିର୍ବାଚନ ପ୍ରଚାର ବେଳେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧି ଦେଇଥିବା ‘ସାର୍ବଭୌମତ୍ୱ’ ବୟାନକୁ ନେଇ ବିବାଦ ଦେଖାଯାଇଛି। ସୋନିଆ ସାର୍ବଭୌମତ୍ୱ ଶବ୍ବର ବ୍ୟବହାର କରିଥିବାରୁ ଏହା ବିରୋଧରେ ବିଜେପି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା।

Advertisment

କମିଶନ ଏହି ଅଭିଯୋଗ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ନୋଟିସ ଜାରି କରି ସ୍ପଷ୍ଟୀକରଣ ମାଗିଛନ୍ତି। କଂଗ୍ରେସ ତା’ର ସୋଶାଲ ମିଡିଆରେ ସୋନିଆ ଗାନ୍ଧିଙ୍କ ବୟାନକୁ ପୋଷ୍ଟ କରିଥିଲା। ନିର୍ବାଚନ କମିଶନ ଖଡଗେଙ୍କୁ ସୋଶାଲ ମିଡିଆ ପୋଷ୍ଟିଂର ପଲିସି ଓ ସୁଧାରର ଉପାୟ ସମ୍ପର୍କରେ ଜବାବ ରଖିବାକୁ କହିଛନ୍ତି।

ମେ’ ୬ ତାରିଖରେ ସୋନିଆ ଗାନ୍ଧି ହୁବ୍ବାଲିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ଏହା କର୍ଣ୍ଣାଟକାରେ ସୋନିଆଙ୍କ ପ୍ରଥମ ଓ ଶେଷ ରାଲି ଥିଲା। ସୋନିଆଙ୍କ ଭାଷଣ ପରେ କଂଗ୍ରେସ ତା’ର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଗୋଟିଏ ପୋଷ୍ଟ କରିଥିଲା। ଦଳ ଲେଖିଥିଲା ଯେ “୬.୫ କୋଟି କର୍ଣ୍ଣାଟକାବାସୀଙ୍କୁ କଂଗ୍ରେସ ସଂସଦୀୟ ପାର୍ଟି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସ୍ୱତନ୍ତ୍ର ମେସେଜ; କଂଗ୍ରେସ କେବେ ହେଲେ କର୍ଣ୍ଣାଟକାର ପ୍ରତିଷ୍ଠା, ସାର୍ବଭୋମତ୍ୱ ଓ ଅଖଣ୍ଡତା ଉପରେ ବିପଦ ସୃଷ୍ଟି କରିବା ପାଇଁ କାହାକୁ ବି ଅନୁମତି ଦେବନି।”

Advertisment

ଏନେଇ ଆଜି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ନେତୃତ୍ୱରେ ବିଜେପିର ଗୋଟିଏ ପ୍ରତିନିଧି ମଣ୍ଡଳ ନିର୍ବାଚନ କମିଶନରଙ୍କୁ ଭେଟିଥିଲେ। କର୍ଣ୍ଣାଟକାରେ ପ୍ରଚାର ବେଳେ ସୋନିଆ ଜାଣିଶୁଣି ସାର୍ବଭୌମତ୍ୱ ଶବ୍ଦର ବ୍ୟବହାର କରିଥିଲେ। ସେ ଟୁକଡେ ଟୁକଡେ ଗ୍ୟାଙ୍ଗର ଏଜେଣ୍ଡାକୁ ପ୍ରଦର୍ଶନ କରିଛନ୍ତି। ଭାରତକୁ ଦୁର୍ବଳ କରିବାକୁ ସେ ଏପରି ଶବ୍ଦର ବ୍ୟବହାର କରିଥିବା ଶ୍ରୀ ଯାଦବ ଅଭିଯୋଗ କରିଛନ୍ତି।

ବିଜେପି କହିଥିଲା ଯେ “କର୍ଣ୍ଣାଟକା ହେଉଛି ଭାରତ ସଂଘ ବା ଇଣ୍ଡିଆନ ଫେଡରେସନର ମହତ୍ତ୍ୱପୂର୍ଣ୍ଣ ସଦସ୍ୟ ରାଜ୍ୟ। ଏହି ସଦସ୍ୟ ରାଜ୍ୟର ସାର୍ବଭୌମତ୍ୱର ରକ୍ଷା କରିବା ପାଇଁ ଯେକୌଣସି ଆହ୍ୱାନ ବିଚ୍ଛିନ୍ନତାବାଦୀ ଦେଉଥିବା ଆହ୍ୱାନ ସହ ସମାନ। ଏହା ଅତ୍ୟନ୍ତ ଘାତ ପରିଣାମ ମଧ୍ୟ ସୃଷ୍ଟି କରିପାରେ।”

Bjp Congress Karnataka Sonia Gandhi Karnataka Polls 2023 Karnataka Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe