Advertisment

ହରିୟାଣା ନିର୍ବାଚନ ପ୍ରକ୍ରିୟାକୁ ଦାଗହୀନ କହିଲେ, କଂଗ୍ରେସକୁ ଚେତାବନୀ ଦେଲେ ନିର୍ବାଚନ କମିଶନ

ଦଳ ଯେତେବେଳେ ନିର୍ବାଚନ ପ୍ରକ୍ରିୟାରୁ ଅସୁବିଧାଜନକ ରେଜଲ୍ଟ ପାଉଛି ସେତେବେଳେ ଭିତ୍ତିହୀନ ଅଭିଯୋଗ ଆଣୁଛି। ହରିୟାଣା ବିଧାନସଭା ନିର୍ବାଚନ ଓ ଗଣତି ପ୍ରକ୍ରିୟା ସଂପୂର୍ଣ୍ଣ ଦାଗହୀନ ରହିଥିଲା ବୋଲି ନିର୍ବାଚନ କମିଶନ କହିଛନ୍ତି।

author-image
Hemant Lenka
ECI

ECI

ହରିୟାଣା ନିର୍ବାଚନ ପ୍ରକ୍ରିୟାକୁ ନେଇ କଂଗ୍ରେସ ଉଠାଇଥିବା ଆପତ୍ତିକୁ ଆଜି ଭାରତୀୟ ନିର୍ବାଚନ କମିଶନ ଖାରଜ କରି ଦେଇଛନ୍ତି। କଂଗ୍ରେସକୁ ନିର୍ବାଚନ କମିଶନ ସମାଲୋଚନା କରି ଭିତ୍ତିହୀନ ଅଭିଯୋଗ ଠାରୁ ଦୂରେଇ ରହୁ ବୋଲି ଚେତାବାନୀ ଦେଇଛନ୍ତି।

Advertisment

ଦଳ ଯେତେବେଳେ ନିର୍ବାଚନ ପ୍ରକ୍ରିୟାରୁ ଅସୁବିଧାଜନକ ରେଜଲ୍ଟ ପାଉଛି ସେତେବେଳେ ଭିତ୍ତିହୀନ ଅଭିଯୋଗ ଆଣୁଛି। ହରିୟାଣା ବିଧାନସଭା ନିର୍ବାଚନ ଓ ଗଣତି ପ୍ରକ୍ରିୟା ସଂପୂର୍ଣ୍ଣ ଦାଗହୀନ ରହିଥିଲା ବୋଲି ନିର୍ବାଚନ କମିଶନ କହିଛନ୍ତି।

କଂଗ୍ରେସ ଅକ୍ଟୋବର ୮ରୁ ୧୦ ଓ ପୁଣିଥରେ ଅକ୍ଟୋବର ୧୪ରେ ହରିୟାଣା ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଥିଲା। ଭୋଟ ଗଣତି ଆରମ୍ଭ ବେଳେ ଦଳ ଯଥେଷ୍ଟ ଆଗରେ ରହିଥିଲେ ହେଁ ପରବର୍ତ୍ତୀ ସମୟରେ ବିଜେପି ଠାରୁ ହାରିଥିଲା। ଏହି ପରାଜୟକୁ କଂଗ୍ରେସ ସହଜରେ ଗ୍ରହଣ ନ କରି ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲା।

Advertisment

କଂଗ୍ରେସରୁ ସବୁ ଅଭିଯୋଗକୁ ନିର୍ବାଚନ କମିଶନ ଆଜି ଗୋଟିଏ ବିବୃତି ଜାରି କରି ଖଣ୍ଡନ କରିଛନ୍ତି। କମିଶନ କଂଗ୍ରେସ ଓ ଅନ୍ୟ ରାଜନୀତିକ ଦଳଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ସମୟରେ ତଥ୍ୟହୀନ ଓ ସମ୍ବେଦନଶୀଳ ଅଭିଯୋଗ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି।

ବିଶେଷ କରି ଭୋଟିଂ ଓ ଗଣତି ବେଳେ ଏପରି ଅଭିଯୋଗ କରିବା କଥା ନୁହେଁ। ଏପରି ଅଭିଯୋଗ ଅଶାନ୍ତି, ଅଯଥା ବିବାଦ ଓ ସାମାଜିକ ବ୍ୟବସ୍ଥାରେ ବିଭ୍ରାଟ କରିପାରରେ ବୋଲି କମିଶନ ଆଶଙ୍କା କରିଛନ୍ତି।

କମିଶନ କହିଛନ୍ତି, “ଦାୟିତ୍ୱହୀନ ଅଭିଯୋଗ ସମ୍ଭବତଃ ସର୍ବସାଧାରଣରେ ଅସ୍ଥିରତା, ବିଭ୍ରାଟ ଓ ବିବାଦ ସୃଷ୍ଟି କରିପାରେ। ସବୁ ରାଜନୀତିକ ଦଳ ଉପଯୁକ୍ତ ଓ ଦାୟିତ୍ୱବାନ ହେବା ସହ ଏପରି ଅତିରଞ୍ଜିତ ଅଭିଯୋଗ ଠାରୁ ଦୂରେଇ ରହିବା ଦରକାର। ହରିୟାଣାରେ ନିର୍ବାଚନ ପ୍ରକ୍ରିୟାର ପ୍ରତିଟି ସ୍ତର ଦାଗହୀନ ରହିଥିଲା ଓ ସମସ୍ତ ପ୍ରକ୍ରିୟାକୁ କଂଗ୍ରେସ ପ୍ରାର୍ଥୀ କିମ୍ବା ଏଜେଣ୍ଟଙ୍କ ଉପସ୍ଥିତିରେ କରାଯାଇଥିଲା।

କଂଗ୍ରେସ ପକ୍ଷରୁ କରାଯାଇଥିବା ସମସ୍ତ ଭିତ୍ତିହୀନ ଅଭିଯୋଗକୁ ଖଣ୍ଡନ କରାଯାଉଛି। ଗୋଟିଏ ଜାତୀୟ ରାଜନୀତିକ ଦଳ ପକ୍ଷରୁ ଏପରି ଆଶା କରାଯାଇ ନ ପାରେ। କମିଶନ ସବୁବେଳେ ବିଭିନ୍ନ ରାଜନୀତିକ ଦଳ ମତାମତକୁ ଗ୍ରହଣ କରି ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିନ୍ତି। ଏଥିସହ ରାଜନୀତିକ ଦଳଗୁଡ଼ିକର ଅଭିଯୋଗକୁ ଯଥାଶୀଘ୍ର ସମାଧାନ କରିବାକୁ ମଧ୍ୟ କମିଶନ ପ୍ରତିଶ୍ରୁତିବଦ୍ଧ।”

Congress Eci