/odisha-reporter/media/media_files/2025/09/30/bihar-2025-09-30-16-42-03.jpg)
representational image
ଦୀର୍ଘ ୨୨ ବର୍ଷ ପରେ ବିହାର(Bihar)ରେ ଅନୁଷ୍ଠିତ ହୋଇଥିବା ସ୍ପେଶାଲ ଇଣ୍ଟେନସିଭ ରିଭିଜନ ବା ଏସଆଇଆର କାର୍ଯ୍ୟକ୍ରମ ଶେଷ ହୋଇଛି। ଏସ୍ଆଇଆର ଶେଷ ହେବା ପରେ ଆଜି ଭାରତୀୟ ନିର୍ବାଚନ କମିଶନ ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ଜାରି କରିଛନ୍ତି।
ଚଳିତ ବର୍ଷ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ଏହି ଭୋଟର ତାଲିକା ଆଧାରରେ ଅନୁଷ୍ଠିତ ହେବ। ଏବେ ଯେକୌଣସି ଭୋଟର ସେମାନଙ୍କ ନାଁ ଭାରତୀୟ ନିର୍ବାଚନ କମିଶନଙ୍କ ୱେବସାଇଟକୁ ଯାଇ ଦେଖି ପାରିବେ।
ଚୂଡ଼ାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇଥିବା ବେଳେ ଆସନ୍ତା ୬ କିମ୍ବା ୭ ତାରିଖରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ମୁଖ୍ୟ ନିର୍ବାଚନ କମିଶନର(Eci) ଜ୍ଞାନେଶ କୁମାର ବିହାର ବିଧାନସଭା ନିର୍ବାଚନ କେବେ ହେବ, ତା’ର ତାରିଖ ଘୋଷଣା କରିବେ।
ମଙ୍ଗଳବାର ଜାରି ହୋଇଥିବା ଚୂଡ଼ାନ୍ତ ତାଲିକା ଅନୁଯାୟୀ, ଡ୍ରାଫ୍ଟ ତାଲିକା ତୁଳନାରେ ଚୂଡ଼ନ୍ତା ତାଲିକାର ଭୋଟ ସଂଖ୍ୟାରେ ୧୮ ଲକ୍ଷ ବୃଦ୍ଧି ହୋଇଛି। ଅଗଷ୍ଟ ୧ରେ ଜାରି ହୋଇଥିବା ଡ୍ରାଫ୍ଟ ତାଲିକାରେ ଭୋଟରଙ୍କ ସଂଖ୍ୟା ୭.୨୪ କୋଟି ରହିଥିଲା। ଏବେ ଚୂଡ଼ାନ୍ତ ତାଲିକାରେ ଭୋଟରଙ୍କ ସଂଖ୍ୟା ୭.୪୨ କୋଟିକୁ ବୃଦ୍ଧି ପାଇଛି।
ସେହିପରି ମୁଜାଫରପୁର ଜିଲ୍ଲାରେ ୮୮,୧୦୮ ଜଣ ଭୋଟର ବଢ଼ିଛନ୍ତି। ପୂର୍ବରୁ ଏଠାରେ ଭୋଟରଙ୍କ ସଂଖ୍ୟା ୩୨,୦୩,୩୭୦ ରହିଥିଲା। ଏବେ ଏସ୍ଆଇଆର ପରେ ଭୋଟରଙ୍କ ସଂଖ୍ୟା ୩୨,୯୧,୪୭୮ ଛୁଇଁଛି। ସେହିପରି ପାଟନାରେ ଭୋଟରଙ୍କ ସଂଖ୍ୟା ୧,୬୩,୬୦୦ ବୃଦ୍ଧି ପାଇଛି। ନୱାଡାରେ ୩୦,୪୯୧ ଜଣ ଭୋଟର ଯୋଡ଼ି ହୋଇଛନ୍ତି।
କିଛି ପ୍ରମୁଖ ତଥ୍ୟ
୧- ଏସ୍ଆଇଆର ପରେ ଅଗଷ୍ଟ ୧ରେ ଡ୍ରାଫ୍ଟ ତାଲିକା ଜାରି କରାଯାଇଥିଲା। ସେପ୍ଟେମ୍ବର ୧ ଯାଏ ଆପତ୍ତି ଓ ଦାବି ଜଣାଇବାକୁ ଲୋକଙ୍କୁ ସୁଯୋଗ ଦିଆଯାଇଥିଲା।
୨- ଏସ୍ଆଇଆର କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ବିହାରରେ ଭୋଟରଙ୍କ ସଂଖ୍ୟା ୭.୮୯ କୋଟି ରହିଥିଲା
୩- ଏସ୍ଆଇଆର(Bihar-sir) ପରେ ଭୋଟର ତାଲିକାରୁ ୬୫.୬୩ ଲକ୍ଷ ନାଁ ବାଦ ପଡ଼ିଥିଲା। ଅର୍ଥାତ ଭୋଟରଙ୍କ ସଂଖ୍ୟା ୭.୨୪ କୋଟିକୁ ଖସିଥିଲା
୪- ଡ୍ରାଫ୍ଟ ତାଲିକା ପ୍ରକାଶ ପାଇବା ପରେ ୩ ଲକ୍ଷ ଭୋଟରଙ୍କୁ ନୋଟିସ କରାଯାଇଥିଲା
୫- ଦାବି ଓ ଆପତ୍ତି ଦାଖଲ ସମୟରେ ୨.୧୭ ଲକ୍ଷ ସେମାନଙ୍କ ନାଁ ହଟାଇବା ଓ ୧୬.୯୩ ଲକ୍ଷ ଲୋକ ନାଁ ଯୋଡ଼ିବାକୁ ଆବେଦନ କରିଥିଲେ
୬- ଅଗଷ୍ଟ ୧ରୁ ସେପ୍ଟେମ୍ବର ୧ ମଧ୍ୟରେ ୧୬.୫୬ ଲକ୍ଷ ଲୋକ ନୂଆ ଭୋଟର ଭାବେ ପଞ୍ଜିକୃତ ହେବାକୁ ଆବେଦନ କରିଛନ୍ତି
୭- ଏହି ସମୟରେ ୩୬ ହଜାର ଲୋକ ସାମିଲ ହେବାକୁ ଓ ୨.୧୭ ଲକ୍ଷ ଲୋକ ନାଁ ହଟାଇବାକୁ ଆବେଦନ କରିଥିଲେ
୮- ସେପ୍ଟେମ୍ବର ୧ରୁ ୩୦ ମଧ୍ୟରେ ଗ୍ରହଣ ହୋଇଥିବା ଆବେଦନଗୁଡ଼ିକ ଉପରେ ଅକ୍ଟୋବର ୧ରୁ ବିଚାର କରାଯିବ
୯- ଚୂଡ଼ାନ୍ତ ତାଲିକା ପରେ ବି ଲୋକମାନେ ଭୋଟର ଭାବେ ପଞ୍ଜିକୃତ ହେବାକୁ ଆବେଦନ କରିପାରିବେ। ଏହି ପ୍ରକ୍ରିୟା ନାମାଙ୍କନ ଦାଖଲର ଶେଷ ହେବା ଯାଏ ଚାଲିବ
୧୦- ସେମାନଙ୍କ ନାଁ ଅତିରିକ୍ତ ତାଲିକାରେ ପ୍ରକାଶ ପାଇବ। ସମୟକ୍ରମେ ସେମାନଙ୍କ ନାଁ ନିୟମିତ ତାଲିକାରେ ସାମିଲ ହେବ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
