Advertisment

ଆସିଲା ଅଭିଯୋଗ, ବିଜେପି-କଂଗ୍ରେସକୁ ଜବାବ ମାଗିଲେ ନିର୍ବାଚନ କମିଶନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିଜ ଭାଷଣ ଜରିଆରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି।

PM Modi and Rahul

PM Modi and Rahul

Advertisment

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ପଡିବ। ତେବେ ଏହା ପୂର୍ବରୁ ବିଜେପି ଓ କଂଗ୍ରେସକୁ ନୋଟିସ୍‌ ଜାରି କଲେ ନିର୍ବାଚନ କମିଶନ। ପ୍ରଧାନମନ୍ତ୍ରୀ ମୋଦି ଏବଂ ରାହୁଲ ଗାନ୍ଧିଙ୍କ ବିରୋଧରେ ନିର୍ବାଚନ ଉଲ୍ଲଂଘନ ଅଭିଯୋଗକୁ ନେଇ ଇସି ଏହି ନୋଟିସ୍‌ ଜାରି କରିଛନ୍ତି। ଏଥିସହ ଉଭୟ ବିଜେପି ଓ କଂଗ୍ରେସକୁ ଏହାର ଜବାବ ମାଗିଛନ୍ତି।

Advertisment

ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିଜ ଭାଷଣ ଜରିଆରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ଏହକାକୁ ନେଇ ଏବେ ନିର୍ବାଚନ ଆୟୋଗ ବିଜେପି ଓ କଂଗ୍ରେସକୁ ନୋଟିସ ପଠାଇଛନ୍ତି। ଏପ୍ରିଲ ୨୯ ସକାଳ ୧୧ଟା ସୁଦ୍ଧା ଏହି ନୋଟିସ୍‌ର ଜବାବ ଦାଖଲ କରିବାକୁ ଆୟୋଗ ଉଭୟ ପକ୍ଷଙ୍କୁ କହିଛନ୍ତି। ଲୋକସଭାର ଆଇନର ଧାରା ୭୭ ଅନୁଯାୟୀ ଉତ୍ତର ଦେବାକୁ ନିର୍ବାଚନ ଆୟୋଗ ଉଭୟ ଦଳର ସଭାପତିଙ୍କୁ କହିଛନ୍ତି।

ରାଜନୈତିକ ଦଳଗୁଡିକ ସେମାନଙ୍କ ପ୍ରାର୍ଥୀ ତଥା ବିଶେଷ ରୂପେ ଷ୍ଟାର୍‌ ପ୍ରଚାରକଙ୍କ ଆଚରଣ ଓ ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ରୂପେ ଦାୟିତ୍ୱ ଗ୍ରହଣ କରିବାକୁ। ନଚେତ୍‌ ଚ୍ଚ ପଦବୀରେ ଅବସ୍ଥାପିତ ନେତାଙ୍କ ଭାଷଣ ଯୋଗୁ ଗୁରୁତର ପରିଣାମ ଭୋଗିବାକୁ ପଡିପାରେ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। 

Advertisment

କହିରଖୁ ଯେ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ସଭାପତି ଜେପି ନାଡ୍ଡା ରାହୁଲ ଗାନ୍ଧିଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ କରିଥିଲେ। ଭାଷଣ ସମୟରେ ଆଚରଣ ବିଧି ପାଳନ କରାଯାଇ ନଥିବା ଉଭୟ ଅଭିଯୋଗ ଆଣିଥିଲେ।

PM Modi Rahul Gandhi Election Commission Loksabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe