Advertisment

ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବାଜିବ ବିଗୁଲ

ଯଦିଓ ନିର୍ବାଚନ ତାରିଖ ଘୋଷଣା ହୋଇନି କିନ୍ତୁ ରାଜ୍ୟରେ ନିର୍ବାଚନୀ ପ୍ରଚାର ଜୋରଦାର ଚାଲିଛି।

author-image
Madhupriya Mistry
chief election commissioner

chief election commissioner

ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ପୂର୍ବାହ୍ନ ୧୧ଟା ୩୦ରେ ନିର୍ବାଚନ କମିଶନ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ୨୪ ମେ ୨୦୨୩ ପର୍ଯ୍ୟନ୍ତ ରହିଛି। ଏହାପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବେଙ୍ଗାଲୁରୁରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ୨୦୧୧ ଜନଗଣନା ଅନୁଯାୟୀ କର୍ଣ୍ଣାଟକର ଜନସଂଖ୍ୟା ପ୍ରାୟ ୬ କୋଟି ୧୦ ଲକ୍ଷ ରହିଛି।

Advertisment

ଯଦିଓ ନିର୍ବାଚନ ତାରିଖ ଘୋଷଣା ହୋଇନି କିନ୍ତୁ ରାଜ୍ୟରେ ନିର୍ବାଚନୀ ପ୍ରଚାର ଜୋରଦାର ଚାଲିଛି। ବିଜେପି, କଂଗ୍ରେସ ସମେତ ଜେଡିଏସ ନିର୍ବାଚନରେ ତିନି ପ୍ରମୁଖ ଦଳ। ଉଭୟ ଦଳର ଶୀର୍ଷ ନେତା ଏବେ ବିଭିନ୍ନ ସ୍ଥାନରେ ଜୋରଦାର ପ୍ରଚାର କରୁଛନ୍ତି। ଦକ୍ଷିଣ ଭାରତରେ ବିଜେପି ଦୁର୍ବଳ ରହିଛି। କିନ୍ତୁ କର୍ଣ୍ଣାଟକରେ ବିଜେପି କ୍ଷମତାରେ ରହିଛି। ତେଣୁ  ବିଧାନସଭା ନିର୍ବାଚନ ଜିତି ବିଜେପି ସାଧାରଣ ନିର୍ବାଚନ ପୂର୍ବରୁ ଦଳର ଦକ୍ଷିଣ ଭାରତର ଭୋଟ୍ ବ୍ୟାଙ୍କକୁ ବଢାଇବାକୁ ଗୁରୁତ୍ୱ ଦେଉଛି।

ସେହିପରି କଂଗ୍ରେସ ପୂର୍ବ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲା। କିନ୍ତୁ ବିଧାୟକମାନେ ଦଳରୁ ଇସ୍ତଫା ଦେବା ପରେ ବିଜେପି ସରକାର ଗଢିଥିଲା। ଅନ୍ୟପଟେ ଦୁର୍ନୀତିକୁ ପ୍ରସଙ୍ଗ କରି କଂଗ୍ରେସ ଏବେ ଜୋରଦାର ପ୍ରଚାର କରୁଛି। କର୍ଣ୍ଣାଟକରେ ପ୍ରତି ବିଧାନସଭାରେ ସରକାର ବଦଳେ। ତେଣୁ ଏଥର ବିରୋଧୀ ଆସନରେ ବସିଥିବା କଂଗ୍ରେସ ସରକାର ଗଢିବ ବୋଲି ଆଶା ରଖିଛି।

Advertisment
Karnataka 2023 Assembly Poll Chief Election Commission