Advertisment

ଭୋଟିଂ ବେଳେ ବେଙ୍ଗଲ ରାଜ୍ୟପାଳଙ୍କୁ କୁଚବିହାର ମନା

ଆସନ୍ତା ଏପ୍ରିଲ ୧୮ ଓ ୧୯ ତାରିଖ ଦିନ କୁଚବିହାର ଯାତ୍ରା ନକରିବାକୁ ରାଜ୍ୟପାଳଙ୍କୁ ଇସି ପରାମର୍ଶ ଦେଇଛନ୍ତି।

CV Ananda Bose

CV Ananda Bose

Advertisment

ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋସ୍‌ଙ୍କୁ କୁଚବିହାର ଯିବାକୁ ମନା କରିଛନ୍ତି ନିର୍ବାଚନ କମିଶନ। ଭୋଟିଂ ବେଳେ ଏଠାକୁ ନ ଯିବାକୁ ନିର୍ବାଚନ କମିଶନ ତାଙ୍କୁ ପରାମର୍ଶ ଦେଇଛନ୍ତି। ଆସନ୍ତା ଏପ୍ରିଲ ୧୮ ଓ ୧୯ ତାରିଖ ଦିନ କୁଚବିହାର ଯାତ୍ରା ନକରିବାକୁ ରାଜ୍ୟପାଳଙ୍କୁ ଇସି ପରାମର୍ଶ ଦେଇଛନ୍ତି।

Advertisment

ଆସନ୍ତା ଏପ୍ରିଲ ୧୯ ତାରିଖରେ ପଥମ ପର୍ଯ୍ୟାୟ ଭୋଟିଂ ହେବ। ଏହି ସମୟରେ ଯଦି ସେ କୁଚବିହାର ଯାତ୍ରା କରନ୍ତି ତେବେ ଏହା ନିୟମ ଅନୁଯାୟୀ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ହେବ। ତାଙ୍କର ଗସ୍ତ ଯୋଗୁ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇପାରେ। ତେଣୁ ଏହି ଦିନ ଏଠାକୁ ଯାତ୍ରା କରନ୍ତୁ ନାହିଁ ବୋଲି ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ କୁହାଯାଇଛି।

ନିର୍ବାଚନ ଆୟୋଗର ଏହି ପରାମର୍ଶ ରାଜ୍ୟର ଶାସକ ତୃଣମୂଳ କଂଗ୍ରେସ ରାଜ୍ୟପାଳ ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବା ନେଇ ଅଭିଯୋଗ କରିବାର କିଛି ସପ୍ତାହ ପରେ ଆସିଛି।

Advertisment

ରିପୋର୍ଟ ମୁତାବକ, ଆସନ୍ତା ଏପ୍ରିଲ ୧୮ ଓ ୧୯ରେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋସଙ୍କ କୁଚବିହାର ଗସ୍ତ କାର୍ଯ୍ୟକ୍ରମ ଥିଲା। ଗତ ନିର୍ବାଚନ ବେଳେ ହୋଇଥିବା ହିଂସାକୁ ଦୃଷ୍ଟିରେ ରଖି ରାଜ୍ୟପାଳ କୁଚବିବହାରରେ ଡେରା ପକାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଗୁରୁବାର ଦିନ ସାକଳୁ ସେ କୋଲକାତାରୁ କୁଚବିହାର ଅଭିମୁଖେ ଯାତ୍ରା କରିଥାନ୍ତେ। ଭୋଟିଂ ସରିବା ପରେ ସନ୍ଧ୍ୟାରେ ସେ ଫେରିବା କାର୍ଯ୍ୟକ୍ରମ ଥିଲା। ତେବେ ଏହି କାର୍ଯ୍ୟକ୍ରମକୁ ଏବେ ବାତିଲ କରିବା ପାଇଁ ନିର୍ବାଚନ କମିଶନ ତାଙ୍କୁ ପରାମର୍ଶ ଦେଇଛନ୍ତି।

କୋଡ୍‌ ଅଫ୍ କଣ୍ଡକ୍ଟ ତଥା ନିର୍ବାଚନ ଆଦର୍ଶ ଆଚରଣ ବିଧି ନିୟମ ଅନୁଯାୟୀ ରାଜ୍ୟପାଳଙ୍କ ପାଇଁ କୌଣସି ବି ସ୍ଥାନୀୟ କାର୍ଯ୍ୟକ୍ରମ ଅୟୋଜିତ ହୋଇପାରିବ ନାହିଁ। ନିୟମ ମୁତାବକ, ସାଇଲେଣ୍ଟ ପିରିୟଡ୍‌ ଆରମ୍ଭ ହେବା ପରେ କୌଣସି ବି ଭିଭିଆଇପି, ନେତା ତଥା ରାଜନୈତିକ କର୍ମୀ ଯେଉଁମାନେ ନିର୍ବାଚନମଣ୍ଡଳିରେ ଭୋଟର ନୁହନ୍ତୁ ସେମାନେ ଉକ୍ତ ସ୍ଥାନକୁ ଆଉ ଯାଇପାରିବେ ନାହିଁ। ୧୮ ଓ ୧୯ ତାରିଖରେ ପୂରା ଜିଲ୍ଲା ପ୍ରଶାସନ ଓ ପୁଲିସ ନିର୍ବାଚନରେ ବ୍ୟସ୍ତ ଥିବେ। ଏଭଳି ସ୍ଥିତିରେ ଅତିରିକ୍ତ ସୁରକ୍ଷା ଯୋଗାଇବା ଅସମ୍ଭବ ହୋଇପାରେ ବୋଲି ଇସି କହିଛନ୍ତି।

West Bengal Governor Loksabha Election 2024 Election Commission
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe