Advertisment

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ଦିଆଗଲା Z ସୁରକ୍ଷା

ଇଣ୍ଟେଲିଜେନ୍ସ ବ୍ୟୁରୋ (IB)ର ଗୁପ୍ତଚର ରିପୋର୍ଟକୁ ଆଧାର କରି ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଇଁ Z ବର୍ଗର ସୁରକ୍ଷା ଦିଆଯଇଛି।

author-image
Debibandita Barick
Rajiv Kumar

Rajiv Kumar

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସୁରକ୍ଷା ବଳୟକୁ ବୃଦ୍ଧି କରାଯାଇଛି। ତାଙ୍କୁ Z ସୁରକ୍ଷା ପ୍ରଦାନ କରାଯାଇଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ପାଇଛି।

Advertisment

ସୂଚନାନୁସାରେ, ଇଣ୍ଟେଲିଜେନ୍ସ ବ୍ୟୁରୋ (IB)ର ଗୁପ୍ତଚର ରିପୋର୍ଟକୁ ଆଧାର କରି ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଇଁ Z ବର୍ଗର ସୁରକ୍ଷା ଦିଆଯଇଛି। Z ବର୍ଗର ସୁରକ୍ଷା ପ୍ରୋଟୋକଲଗୁଡିକ ଅଧୀନରେ ଏକ ବିସ୍ତୃତ ସୁରକ୍ଷା ବିବରଣୀ ସାମିଲ କରାଯାଇଛି। ରାଜୀବ କୁମାରଙ୍କୁ ସୁରକ୍ଷା ଦେବା ପାଇଁ CRPF କମାଣ୍ଡୋ ସମେତ ମୋଟ ୩୩ ଜଣ ସୁରକ୍ଷାକର୍ମୀଙ୍କୁ ଦାୟିତ୍ୱ ଦିଆଯାଇଛି।

ଏଥିରେ କୁମାରଙ୍କ ବାସଭବନରେ ଅବସ୍ଥାପିତ ୧୦ ଜଣ ସଶସ୍ତ୍ର ଷ୍ଟାଟିକ୍ ଗାର୍ଡ, 6 ଜଣ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (PSO) ଦିନରାତି ସୁରକ୍ଷା ଯୋଗାଉଛନ୍ତି ଏବଂ ତିନିଟି ଶିଫ୍ଟରେ କାର୍ଯ୍ୟ କରୁଥିବା ୧୨ ଜଣ ସଶସ୍ତ୍ର ଏସକର୍ଟ କମାଣ୍ଡୋ ମଧ୍ୟ ଅଛନ୍ତି। 

Advertisment

ଏଥିସହ, କୁମାରଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ପ୍ରତି ଶିଫ୍ଟରେ ଦୁଇଜଣ ୱାଚର(ଜଗୁଆଳି) ଏବଂ ତିନିଜଣ ତାଲିମପ୍ରାପ୍ତ ଡ୍ରାଇଭରଙ୍କୁ ଷ୍ଟାଣ୍ଡବାଇରେ ମଧ୍ୟ ରଖାଯାଇଛି।

Election Commissioner Rajiv Kumar