Advertisment

‘ନିଜ କର୍ମର ଫଳ ପାଇଛନ୍ତି ଅତିକ ଓ ଅଶରଫ’

ଗତ ୧୮ ବର୍ଷ ତଳେ ପୂଜା ପାଲ୍‌ ଦେଇଥିବା ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

author-image
Niharika Rout
Atiq Ahmed & Pooja Pal

Atiq Ahmed & Pooja Pal

‘ଅତିକ ଓ ଅଶରଫଙ୍କୁ ନିଜ କର୍ମର ଫଳ ମିଳିଛି। ସେମାନେ ଯେପରି ଘୃଣ୍ୟ କାମ କରିଥିଲେ ତାହାର ଫଳ ପାଇଛନ୍ତି।’ ଅତିକ ଅହମଦଙ୍କ ମୃତ୍ୟୁ ପରେ ଖୁସି ବ୍ୟକ୍ତ କରି ଗଣମାଧ୍ୟମକୁ ଏପରି କହିଛନ୍ତି ପୂର୍ବତନ ବିଧାୟକ ରାଜୁ ପାଲଙ୍କ ପତ୍ନୀ ପୂଜା ପାଲ। ରାଜୁ ପାଲ ମର୍ଡର କେସ୍‌ ପରଠୁ ହିଁ ଅତିକ ଅହମଦ ଜଣେ କୁଖ୍ୟାତ ଡନ୍‌ ଭାବେ ଉତ୍ତରପ୍ରଦେଶରେ ପରିଚିତ ହୋଇଥିଲା।

Advertisment

ଅତିକ ଅହମଦଙ୍କ ଉପରେ ୨୦୦୫ ମସିହାରେ ବହୁଜନ ସମାଜ ପାର୍ଟି ବିଧାୟକ ରାଜୁ ପାଲଙ୍କ ହତ୍ୟା ଆରୋପ ଲାଗିଥିଲା। ଅତିକ ଗ୍ୟାଙ୍ଗ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ରାଜୁ ପାଲଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ରାଜୁ ପାଲ ହତ୍ୟାକାଣ୍ଡ ବେଳେ ଅତିକ ଅହମଦ ସମାଜବାଦୀ ପାର୍ଟିର ସାଂସଦ ଥିଲେ।

ରାଜୁ ପାଲ ବିବାହ କରିବାର ମାତ୍ର ୯ ଦିନ ପରେ ତାଙ୍କୁ ଗୁଳି ମାରି ହତ୍ୟା କରିଥିଲେ ଅତିକ ଅହମଦ । ତେଣୁ ଅତିକଙ୍କ ପାଇଁ ପୂଜା ପାଲ୍‌ଙ୍କ ହାତରୁ ମେହେନ୍ଦୀ ଛାଡ଼ିବା ପୂର୍ବରୁ ମଥାରୁ ସିନ୍ଦୂର ପୋଛି ହୋଇ ଯାଇଥିଲା ।

Advertisment

ସେତେବେଳେ ନିଜ କୋହ ସମ୍ଭାଳି ନ ପାରି ପୂଜା ପାଲ୍‌ କହିଥିଲେ, ଭଗବାନ ନିହାତି ଦିନେ ନା ଦିନେ ନ୍ୟାୟ କରିବେ। ଗତ ୧୮ ବର୍ଷ ତଳେ ପୂଜା ପାଲ୍‌ ଦେଇଥିବା ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଉକ୍ତ ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। 

ଏବେ ପୁଲିସ୍‌ର କଡ଼ା ସୁରକ୍ଷା ବଳୟରେ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଆଶ୍ୱସ୍ତ ହୋଇଛନ୍ତି ପୂଜା ପାଲ। ସେ କହିଛନ୍ତି, ଆପଣ କିଛି ଭଲ କର୍ମ କଲେ ଭଗବାନ ନିହାତି ଆପଣଙ୍କୁ ରକ୍ଷା କରିଦେବେ। ସବୁବେଳେ ସେ ଆପଣଙ୍କ ରକ୍ଷାକର୍ତ୍ତା ସାଜିବେ । କିନ୍ତୁ ଆପଣ ଯେତେବେଳେ ଆପଣଙ୍କ ପାପ କର୍ମର ମାତ୍ର ବଢ଼ିଯିବ, ସେତେବଳେ ଭଗବାନ ବି ଆପଣଙ୍କ ସାଥ୍‌ ଛାଡ଼ିଦେବେ। ’

ପୂଜା ପାଲ ଏବେ ସମାଜବାଦୀ ପାର୍ଟି ବିଧାୟକ ଅଛନ୍ତି। ଗତ ଜାନୁୟାରୀରେ ଅତିକଙ୍କ ପତ୍ନୀ ଶାହିସ୍ତା ବହୁଜନ ସମାଜ ପାର୍ଟିରେ ସାମିଲ ହୋଇଥିବା ବେଳେ ଏବେ ପୁଲିସ୍‌ ତାଙ୍କୁ ଖୋଜିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

Murder Uttar Pradesh Atiq Ahmed