Advertisment

ପୁଂଚରେ ଆତଙ୍କବାଦୀ ଆକ୍ରମଣ ମାମଲା: ଏକେ-୪୭ରୁ ୩୬ ରାଉଣ୍ଡ ଗୁଳି ଓ ଚାଇନା ଗ୍ରେନେଡ୍ ମାଡ଼ କରିଥିଲେ ଆତଙ୍କବାଦୀ

ସେନା ଗାଡ଼ିକୁ ଘେରି ଯାଇ ଆତଙ୍କିମାନେ ଏକେ-୪୭ ବନ୍ଧୁକରୁ ପ୍ରାୟ ୩୬ ରାଉଣ୍ଡ ଗୁଳି ବର୍ଷା କରିଥିଲେ।

ଅଦ୍ୟତନ ହୋଇଛି
Poonch Attack

Poonch Attack

Advertisment

ଜମ୍ମୁ ଓ କାଶ୍ମୀର ପୁଂଚରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ବଡ ଧରଣର ଆକ୍ରମଣ ପାଇଁ ଯୋଜନା ହୋଇଥିଲା। ଏଥିପାଇଁ ଘଟଣାସ୍ଥଳରେ ଅତ୍ୟାଧୁନିକ ଗୁଳି ମହଜୁଦ ରଖାଯାଇଥିଲା । ଆକ୍ରମଣ ପାଇଁ ପୂରା ପ୍ରସ୍ତୁତ ରହିଥିଲେ ଆତଙ୍କବାଦୀ । ଏନେଇ ଘଟଣାସ୍ଥଳରେ ତନାଘନା ପରେ ଜାଣିପାରିଛି ପୁଲିସ, ସେନା ଓ ଗୁଇନ୍ଦା ବିଭାଗର ମିଳିତ ଟିମ୍। ସେନା ଗାଡ଼ିକୁ ଘେରି ଯାଇ ଆତଙ୍କିମାନେ ଏକେ-୪୭ ବନ୍ଧୁକରୁ ପ୍ରାୟ ୩୬ ରାଉଣ୍ଡ ଗୁଳି ବର୍ଷା କରିଥିଲେ। ଏଥିସହ ଚାଇନ୍‌ ପ୍ରସ୍ତୁତ ଦୁଇଟି ଗ୍ରେନେଡ୍ ଓ ଗୋଟିଏ ଏଲ୍‌ଡି ବୋମା ମାଡ଼ କରିଥିଲେ।

Advertisment

ସୂଚନା ଥାଉକି, ଜମ୍ମୁ ଓ କାଶ୍ମୀରର ପୁଂଚରେ ଆତଙ୍କବାଦୀ ଆକ୍ରମଣରେ ଟ୍ରକ୍ ଜଳିଯିବାରୁ ୫ଜଣ ଯବାନ ସହିଦ ହୋଇଥିଲେ। ସେମାନଙ୍କ ଭିତରେ ଜଣେ ଓଡ଼ିଶା ଯବାନ ମଧ୍ୟ ଥିଲେ। ଆତଙ୍କବାଦୀଙ୍କ ଏହି ବର୍ବର କାଣ୍ଡର ଜମ୍ମୁ ଓ କାଶ୍ମୀର ପୁଲିସ, ସେନା ଓ ଏନଆଏ ପକ୍ଷରୁ ତଦନ୍ତ ଚାଲିଛି । ଘଟଣାସ୍ଥଳରେ ଛାନଭିନ୍ ବେଳେ ଆତଙ୍କବାଦୀମାନେ ବ୍ୟବହାର କରିଥିବା ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି । ଘଟଣାସ୍ଥଳରେ ୩ରୁ ୪ଜଣ ଆତଙ୍କବାଦୀ ଥିବା ସନ୍ଦେହ କରାଯାଉଛି।

 ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ବଡ ଧରଣର ଅପରେସନ ଚାଲିଛି । ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

Advertisment
Terrorist Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe