Advertisment

ପୁଞ୍ଚରେ ପାଞ୍ଚ ଯବାନ ସହିଦ ଘଟଣା, ଆତଙ୍କବାଦୀ ବ୍ୟବହାର କରିଥିଲେ ଆମେରିକା ବନ୍ଧୁକ

PAFF ଆତଙ୍କୀ ସଂଗଠନ ସୋଶାଲ ମିଡିଆରେ ରାଇଫଲର ଫଟୋ ପୋଷ୍ଟ କରି ପୁଞ୍ଚରେ ଏହା ବ୍ୟବହାର ହୋଇଥିବା ଦର୍ଶାଇଛି।

ଅଦ୍ୟତନ ହୋଇଛି
M4 Rifle

M4 Rifle

Advertisment

ଜମ୍ମୁ କଶ୍ମୀରେ ପୁଞ୍ଚ ଆକ୍ରମଣରେ ବ୍ୟବହାର ହଇଛି ଆମେରିକାରେ ନିର୍ମିତ ଅତ୍ୟାଧୁନିକ M4 କାର୍ବାଇନ ରାଇଫଲ। ଏହି ରାଇଫଲ ବ୍ୟବହାର ହୋଇଥିବା ନେଇ ସମ୍ପୃକ୍ତ ଆତଙ୍କବାଦୀ ସଂଗଠନ ପ୍ରକାଶ କରିଛି। PAFF ଆତଙ୍କୀ ସଂଗଠନ ସୋଶାଲ ମିଡିଆରେ ରାଇଫଲର ଫଟୋ ପୋଷ୍ଟ କରି ପୁଞ୍ଚରେ ଏହା ବ୍ୟବହାର ହୋଇଥିବା ଦର୍ଶାଇଛି।

Advertisment

ଆକ୍ରମଣରେ ଲଶ୍କର-ଏ-ତୋଏବାର ଅନୁବନ୍ଧିତ ସଂଗଠନ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ (PAFF) ନାମକ ଏକ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି। ଏଥିସହ ଏହି ଆତଙ୍କବାଦୀ ସଂଗଠନ ସୋଶାଲ ମିଡିଆରେ ଆକ୍ରମଣ ସ୍ଥାନର ଦୃଶ୍ୟ ଶେଆର୍ କରିବା ସହ ଆମେରିକାରେ ନିର୍ମିତ ଅତ୍ୟାଧୁନିକ M4 କାର୍ବାଇନ ରାଇଫଲର ଫଟୋ ପ୍ରଦର୍ଶିତ କରିଛି। 

M4 କାର୍ବାଇନ୍ ହେଉଛି ହାଲୁକା, ଗ୍ୟାସ୍ ଚାଳିତ, ମାଗାଜିନ୍-ଫିଡ୍ କାର୍ବାଇନ୍। 1980 ଦଶକରେ ଆମେରିକା ଏହାକୁ ନିର୍ମାଣ କରିଥିଲା। ଆମେରିକାର ସଶସ୍ତ୍ର ବାହିନୀ ଏହି ରାଇଫଲକୁ ବ୍ୟବହାର କରୁଥିଲା। ଏହାପରେ 80ରୁ ଅଧିକ ଦେଶ ନିଜ ସେନାରେ M4 କାର୍ବାଇନ ରାଇଫଲକୁ ସାମିଲ କରିଛନ୍ତି।

Advertisment

ଗତକାଲି ଜମ୍ମୁ କଶ୍ମୀର ପୁଞ୍ଚ ଅଞ୍ଚଳରେ ହୋଇଥିବା ଆକ୍ରମଣରେ ଏହି ବନ୍ଧୁକର ବ୍ୟବହାର କରିଥିଲେ ଆତଙ୍କବାଦୀ। ଅପରାହ୍ନ ପ୍ରାୟ ୩.୪୫ ସମୟରେ ପୁଞ୍ଚର ଧାତୟାର ମୋରହ ନିକଟରେ ଥିବା ବ୍ଲାଇଣ୍ଡ କର୍ଭ ନିକଟରେ ଆତଙ୍କବାଦୀମାନେ ସେନାର ଦୁଇଟି ଗାଡ଼ିକୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ। ଏଥିରେ ପାଞ୍ଚ ଜଣ ଯବାନ ସହିଦ ହୋଇଛନ୍ତି। ଏଥିସହ ଦୁଇ ଜଣ ଯବାନ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଏହାକୁ ପୁଲୱାମା ଘଟଣାର ପୁନରାବୃତ୍ତି ବୋଲି କହିଛନ୍ତି ବିରୋଧୀ ଦଳ ନେତା। ଶିବସେନା ସାଂସଦ ସଞ୍ଜୟ ରାଉତ ଘଟଣାରେ ବିଜେପି ସରକାରକୁ ଟାର୍ଗେଟ କରି ପୁଲୱାମା ଘଟଣାର ପୁନରାବୃତ୍ତି ବୋଲି କହିଛନ୍ତି। 

Poonch Attack Terrorists Attack In Poonch J&K; Terrorists Attack M4 Carbine Rifle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe