Advertisment

ରେଳ ଷ୍ଟେସନରେ ହଠାତ୍ ଚାଲିଲା ବ୍ଲୁ ଫିଲ୍ମ, ମାମଲା ରୁଜୁ

ଷ୍ଟେସନରେ ଥିବା ଟିଭି ସ୍କ୍ରିନ୍‌ରେ ୩ ମିନିଟ୍ ଧରି ବିଜ୍ଞାପନ ବଦଳରେ ଚାଲିଲା ପର୍ଣ୍ଣ ଫିଲ୍ମ।

author-image
Madhupriya Mistry
ଅଦ୍ୟତନ ହୋଇଛି
undefined

Patna railway station

ରେଳ ଷ୍ଟେସନରେ ଘଟିଲା ଲଜ୍ଜାଜନକ ଘଟଣା। ହଠାତ୍ ସ୍କ୍ରିନ୍‌ରେ ଚାଲିଲା ବ୍ଲୁ-ଫିଲ୍ମ । ୩ ମିନିଟ୍ ଧରି ଟିଭି ସ୍କ୍ରିନ୍‌ରେ ବିଜ୍ଞାପନ ବଦଳରେ ଚାଲିଲା ପର୍ଣ୍ଣ ଫିଲ୍ମ। ଏହି କ୍ଲିପ୍ ଦେଖି ଲାଜରେ ମୁଣ୍ଡ ପୋତି ନେଲେ ଶହ ଶହ ଲୋକ। ଏଭଳି କିଛି ଘଟଣା ବିହାରର ରାଜଧାନୀ ପାଟନାରେ। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ମାମଲା ରୁଜୁ କରିଛି। 

Advertisment

ରବିବାର ସକାଳ ୧୦ଟା ପାଟନାର ରେଲୱେ ଷ୍ଟେସନ। ଏଠାକାର ୧୦ ନମ୍ବର ପ୍ଲାଟଫର୍ମରେ ବିଜ୍ଞାପନ ବଦଳରେ ଚାଲିଥିଲା ଅଶ୍ଳୀଳ ଫିଲ୍ମ। ଷ୍ଟେସନରେ ଥିବା କିଛି ଯାତ୍ରୀ ଏହି ପୂରା ଘଟଣାର ଦୃଶ୍ୟ ମୋବାଇଲରେ ରେକର୍ଡ କରିଥିଲେ। ଏଥିସହ ଏହାକୁ ବିରୋଧ କରିବା ସହ ରେଲୱେ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। 

କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଜିଆର୍‌ପି ବିଳମ୍ବ କରିବାରୁ ଆର୍‌ପିଏଫ୍‌ ‘ଟିଭି ସ୍କ୍ରିନ୍‌’ରେ  ବିଜ୍ଞାପନ ପ୍ରଦର୍ଶନ କରାଉଥିବା ଦତ୍ତ କମ୍ୟୁନିକେସନ୍ ସହିତ ଯୋଗାଯୋଗ କରିଥିଲା। ପର୍ଣ୍ଣ କ୍ଲିପ୍ ପ୍ରସାରଣ ତୁରନ୍ତ ବନ୍ଦ କରିବା ଲାଗି ଉକ୍ତ ‌ଏଜେନ୍‌ସିର ଅପରେଟର୍‌ମାନଙ୍କୁ ନିର୍ଦ୍ଦେଶ ଦେଇଥିଲା।

Advertisment

ତେବେ ରେଳ ଷ୍ଟେସନରେ ଏହି ଫୁଟେଜ ବନ୍ଦ ହେବା ସତ୍ତ୍ୱେ ସୋଶାଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ କିଛି ୟୁଜର୍ସ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ରେଳ ମନ୍ତ୍ରାଳୟକୁ ମଧ୍ୟ ଟ୍ୟାଗ୍ କରିଛନ୍ତି। ଏହି ଘଟଣାକୁ ନେଇ ୟୁଜର୍ସଙ୍କ ମଧ୍ୟରେ ଜୋରଦାର ହଙ୍ଗାମା ହୋଇଛି।

ସେପଟେ ରେଳବାଇ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଦତ୍ତ କମ୍ୟୁନିକେସନ୍ ନାଁରେ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରିଥିଲେ। ରେଳବାଇ ଉକ୍ତ ଏଜେନ୍‌ସିକୁ କଳା ତାଲିକାଭୁକ୍ତ କରିବା ସହିତ ତା’ ଉପରେ ଜରିମାନା ମଧ୍ୟ କରିଛି।

ରେଳ‌ ଷ୍ଟେସନ୍‌ରେ ଥିବା ଟେଲିଭିଜନ୍ ସ୍କ୍ରିନ୍‌ଗୁଡ଼ିକରେ ବିଜ୍ଞାପନ ପ୍ରସାରଣ ପାଇଁ ଉକ୍ତ ଏଜେନ୍‌ସିକୁ ଦିଆଯାଇଥିବା ଠିକା ରେଳବାଇ ଅଧିକାରୀମାନେ ରଦ୍ଦ କରିଛନ୍ତି। ଏହାଛଡ଼ା, ରେଳୱେ ବିଭାଗ ମଧ୍ୟ ସେ ଘଟଣା ଉପରେ ତଦନ୍ତ ଆରମ୍ଭ କରିଛି।

Viral Video Bihar