Advertisment

ଭାରତ ବିରୋଧରେ ଖଲିସ୍ତାନୀଙ୍କ ବଡ଼ ଷଡ଼ଯନ୍ତ୍ର, ଟାର୍ଗେଟରେ ରାଷ୍ଟ୍ରଦୂତ

କିଲ୍‌ ଇଣ୍ଡିଆ ନାଁରେ ଖଲିସ୍ତାନୀ ସମର୍ଥକମାନେ ଜୁଲାଇ ୮ରେ ରାଲି କରିବେ। ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ବାହାରେ ଏହି ରାଲି କରାଯିବ। ସୋଶାଲ ମିଡିଆରେ ଏନେଇ ଗୋଟିଏ ପୋଷ୍ଟର ମଧ୍ୟ ଭାଇରାଲ କରାଯାଉଛି।

author-image
Hemant Lenka
Khalistan

Khalistan

ଭାରତ ବିରୋଧରେ ସାଂଘାତିକ ଷଡ଼ଯନ୍ତ୍ର କରୁଛନ୍ତି ଖଲିସ୍ତାନୀ ସମର୍ଥକ। କିଛି ଦିନ ତଳେ ଖଲିସ୍ତାନୀ ସମର୍ଥକମାନେ ଆମେରିକାର ସାନ ଫ୍ରାନ୍ସିସକୋରେ ଥିବା ଭାରତର ବ୍ୟବସାୟିକ ଦୂତାବାସରେ ନିଆଁ ଲଗାଇ ଦେଇଥିଲେ। ଏବେ ଲଣ୍ଡନରେ ମଧ୍ୟ ଭାରତ ବିରୋଧୀ ରାଲି କରିବାକୁ ସେମାନେ ଅଣ୍ଟା ଭିଡ଼ିଛନ୍ତି।

Advertisment

କିଲ୍‌ ଇଣ୍ଡିଆ ନାଁରେ ଖଲିସ୍ତାନୀ ସମର୍ଥକମାନେ ଜୁଲାଇ ୮ରେ ରାଲି କରିବେ। ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ବାହାରେ ଏହି ରାଲି କରାଯିବ। ସୋଶାଲ ମିଡିଆରେ ଏନେଇ ଗୋଟିଏ ପୋଷ୍ଟର ମଧ୍ୟ ଭାଇରାଲ କରାଯାଉଛି।

କିଛି ଟ୍ୱିଟର ଆକାଉଣ୍ଟରୁ ଭାରତ ବିରୋଧୀ ପୋଷ୍ଟରକୁ ଶେୟାର ମଧ୍ୟ କରାଯାଇଛି। ପୋଷ୍ଟରେ କୁହାଯାଇଛି ଯେ “ଖଲିସ୍ତାନ କିଲ ଇଣ୍ଡିଆ ରାଲି ୮ ଜୁଲାଇରେ ହେବ। ନିଜ୍ଜର ନାମକ ଜଣେ ଖଲିସ୍ତାନ ନେତାର ହତ୍ୟା ପଛରେ ଭାରତୀୟ ହାତ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ପୋଷ୍ଟକୁ ଖଲିସ୍ତାନୀ ସମର୍ଥକମାନେ କିଛି ଭାରତୀୟ ସାମ୍ବାଦିକଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି।

Advertisment

ପୋଷ୍ଟରରେ ଖଲିସ୍ତାନ ସ୍ୱାଧୀନତା ରାଲି ଜୁଲାଇ ୮ ତାରିଖ ଦିନ ୧୨.୩୦ରେ ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ବାହାରେ କରାଯିବ ବୋଲି କୁହାଯାଇଛି। ଏହି ପୋଷ୍ଟର୍‌ରେ ବ୍ରିଟେନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ଡୋରାସ୍ୱାମୀ ଓ ବର୍ମିଂହାମରେ ଥିବା ଭାରତର କନସ୍ୟୁଲାର ଜେନେରାଲ ଶଶାଙ୍କ ବିକ୍ରିମଙ୍କ ଫଟୋ ରହିଛି।

ଏହି ଦୁଇ ଭାରତୀୟ ଅଧିକାରୀଙ୍କୁ ଖଲିସ୍ତାନୀ ସମର୍ଥକମାନେ ଟାର୍ଗେଟ କରିଛନ୍ତି। ଉଭୟଙ୍କୁ ସେମାନେ ହରଦୀପ ସିଂହ ନିଜ୍ଜର ହତ୍ୟାକାରୀ ବୋଲି କହିଛନ୍ତି। ସବୁଠାରୁ କୌତହଳର ବିଷୟ ହେଲା ଯେ ସେମାନେ ବିକ୍ରମଙ୍କୁ ଲଣ୍ଡନରେ ଅବସ୍ଥାପିତ ଭାରତୀୟ ଦୂତାବାସର କନସ୍ୟୁଲାର ଜେନେରାଲ ବୋଲି ଭୁଲରେ କହିଛନ୍ତି।

ହରଦୀପ ସିଂହ ନିଜ୍ଜର ହେଉଛି ଜଣେ ଆତଙ୍କବାଦୀ ଓ ଖଲିସ୍ତାନ ସପକ୍ଷବାଦୀ ନେତା। ତାକୁ ଜୁନ ୧୮ରେ କାନାଡାର ବ୍ରିଟିଶ କୋଲମ୍ବିଆ ପ୍ରଦେଶରେ ଦୁଇ ଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ। ତା’ ହତ୍ୟା ପଛରେ ଭାରତୀୟ ଅଧିକାରୀଙ୍କ ହାତ ଥିବା ଖଲିସ୍ତାନୀ ସମର୍ଥକ ଅଭିଯୋଗ କରିଛନ୍ତି।

Khalistan London