Advertisment

ବିଜୁଳି କାଟିଦେଲା ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ମୋବାଇଲରେ ସିନେମା ଦେଖିଲେ ପିଲା

ଆମ୍ବେଦକର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବାମପନ୍ଥୀ ଗୋଷ୍ଠୀ ତଥା ଏସଏଫଆଇ ପକ୍ଷରୁ ଏହି ସିନେମାକୁ ସ୍ୱତନ୍ତ୍ର ସ୍କ୍ରିଂନିଂ କରିବାକୁ ନିଷ୍ପତ୍ତି ହୋଇଥିଲା।

author-image
Tapas Behera
student

student

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବିସି ଦ୍ୱାରା ପ୍ରସ୍ତୁତ ବିବାଦୀୟ ଡକ୍ୟୁମେଣ୍ଟାରୀକୁ ନେଇ ଲାଗିଥିବା ନିଆଁ ଥମିବାର ନାଁ ଧରୁନି। ଏହି ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂକୁ ବାରଣ କରାଯିବା ପରେ ଛାତ୍ରଛାତ୍ରୀମାନେ ନିଜ ମୋବାଇଲରେ ଦେଖିଥିଲେ। ତେବେ ବିଶ୍ୱବିଦ୍ୟାଳୟରେ ବିଜୁଳି କାଟି ଦିଆଯିବାରୁ ଆଜାଦୀ ନାରାରେ ପରିବେଶ କମ୍ପମାନ ହୋଇଥିଲା। ବିଜୁଳି କାଟିବାକୁ ନେଇ ବିଶ୍ୱ ବିଦ୍ୟାଳୟର ପ୍ରଶାସନର ନିଷ୍ପତ୍ତି ବିରୋଧରେ ଛାତ୍ରଛାତ୍ରୀମାନେ ଜୋରଦାର ହଙ୍ଗାମା କରିଥିଲେ। ଏହି  ଫିଲ୍ମର ପ୍ରସାରଣ ଉପରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଏହାକୁ ନିଷିଦ୍ଧ କରାଯାଇଥିଲା। ତେବେ ଆଉ କିଛି ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରି ଜୟ ଶ୍ରୀରାମ ନାରା ପକାଇଥିଲେ। ଫଳରେ ବାମପନ୍ଥୀ ଏବଂ ଦକ୍ଷିଣପନ୍ଥୀଙ୍କ ମଧ୍ୟରେ ଏକ ପ୍ରକାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। 

Advertisment

ଆମ୍ବେଦକର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବାମପନ୍ଥୀ ଗୋଷ୍ଠୀ ତଥା ଏସଏଫଆଇ ପକ୍ଷରୁ ଏହି ସିନେମାକୁ ସ୍ୱତନ୍ତ୍ର ସ୍କ୍ରିଂନିଂ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ କଲେଜରେ ବିଜୁଳି କାଟି ଦିଆଯିବାରୁ ଛାତ୍ରଛାତ୍ରୀମାନେ ବିକଳ୍ପ ମାଧ୍ୟମ ତଥା ନିଜ ମୋବାଇଲ ଫୋନ୍‌ରେ ଦେଖିଥିଲେ। ପିଲାମାନଙ୍କ ମଧ୍ୟରେ ‍କ୍ୟୁଆର କୋଡ୍‌ ପରସ୍ପରକୁ ବଣ୍ଟାଯାଇ ନିଜେ ନିଜେ ଏହି ସିନେମା ଦେଖିଥିଲେ। ପିଲାମାନେ ସ୍ୱତନ୍ତ୍ର ସ୍କ୍ରିନିଂ କରିବାକୁ ଯୋଜନାରେ ଥିବାରୁ ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ନିର୍ମଳ ଗେଟକୁ ବନ୍ଦ କରି ଦିଆଯାଇଥିଲା। ଏଥିସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। କୌଣସି ପିଲା ବିନା ପରିଚୟ ପତ୍ର ଓ ପ୍ରବେଶ କରିବାକୁ ନିଷେଧ କରାଯାଇଛି।  କଲେଜ ସମ୍ମୁଖରେ ଦିଲ୍ଲୀ ପୁଲିସ ପକ୍ଷରୁ କଡ଼ା ପହାରା ଦିଆଯାଇଛି।  

Narendra Modi