Advertisment

ଏନସିପିର କାର୍ଯ୍ୟକାରୀ ସଭାପତି ହେଲେ ପ୍ରଫୁଲ ପଟେଲ ଓ ସୁପ୍ରିୟା ସୁଲେ

ଦଳ ପ୍ରତିଷ୍ଠାର ୨୫ ବର୍ଷ ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ସମୟରେ ଶରଦ ପାୱାର ଏପରି ଘୋଷଣା କରିଛନ୍ତି।

author-image
Hemant Lenka
NCP

NCP

ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି)ର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ବରିଷ୍ଠ ନେତା ପ୍ରଫୁଲ ପଟେଲ ଓ ସାଂସଦ ସୁପ୍ରିୟା ସୁଲେ। ଆଜି ଏନସିପିର ସଭାପତି ଶରଦ ପାୱାର ଏହା ଘୋଷଣା କରିଛନ୍ତି। ଆଜି ଏନସିପି ଗଠନକୁ ୨୫ ବର୍ଷ ପୂରିଛି। ୨୫ ବର୍ଷ ତଳେ ଅର୍ଥାତ ୧୯୯୯ରେ ଶରଦ ପାୱାର ଓ ପିଏ ସାଙ୍ଗମା ମିଳିତ ଭାବେ ଏନସିପି ଗଠନ କରିଥିଲେ।

Advertisment

ଦଳ ପ୍ରତିଷ୍ଠାର ୨୫ ବର୍ଷ ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ସମୟରେ ଶରଦ ପାୱାର ଏପରି ଘୋଷଣା କରିଛନ୍ତି। ଶରଦ ପାୱାରଙ୍କ ଏହି ଘୋଷଣା ବେଳେ ଦଳର ଅନ୍ୟତମ ଚର୍ଚ୍ଚିତ ଚେହେରା ଅଜିତ ପାୱାର ମଧ୍ୟ ଉପସ୍ଥିତ ଥିଲେ। ଏନସିପି ନେତା ଛଗନ ଭୂଜବଳ କହିଛନ୍ତି, “ପ୍ରଫୁଲ ପଟେଲ ଓ ସୁପ୍ରିୟା ସୁଲେଙ୍କୁ କାର୍ଯ୍ୟକାରୀ ସଭାପତି କରିବାର ଅନେକ କାରଣ ହୋଇଛି।

ଏହାଦ୍ୱାରା ବିଭିନ୍ନ ନିର୍ବାଚନ ଓ ରାଜ୍ୟସଭା ଏବଂ ଲୋକସଭାର କାମ ଭାଗଭାଗ କରାଯାଇ ପାରିବ। ନିର୍ବାଚନ ଆସୁଥିବାରୁ ସେମାନଙ୍କ କାନ୍ଧରେ ଅଧିକ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ୨୦୨୪ ଲୋକସଭା ନିର୍ବାଚନର କାମ ପାଇଁ ଏପରି ପଦକ୍ଷେପ ନିଆଯାଇଛି।”

Advertisment

ଗତ ମାସରେ ଶରଦ ପାୱାର ପ୍ରଥମେ ଏନସିପିର ସଭାପତି ପଦରୁ ଇସ୍ତଫା ଘୋଷଣା କରିଥିଲେ। ତେବେ ଏହାକୁ ଦଳର କର୍ମୀ ଓ ନେତାମାନେ ଗ୍ରହଣ କରିଥିଲେ। ସେମାନେ ବାରମ୍ବାର ଅନୁରୋଧ କରିବାରୁ ଶରଦ ପାୱାର ନିଜର ଇସ୍ତଫାପତ୍ର ଫେରାଇ ନେଇଥିଲେ।

ଏହି ସମୟରେ ପାୱାର କହିଥିଲେ, “ମୁଁ କେବେ ହେଲେ ଆପଣମାନଙ୍କ ଭାବାବେଗକୁ ଅସମ୍ମାନ କରିପାରିବି ନାହିଁ। ଆପଣମାନଙ୍କ ଭଲ ପାଇବା ଓ ସମ୍ମାନ ପାଇଁ ମୁଁ ମୋର ଇସ୍ତଫା ପତ୍ର ଫେରାଇ ନେଉଛି।”

Sharad Pawar NCP