Advertisment

The Kerala Story ଦେଖାଇଲେ ବିଜେପି ସାଂସଦ, କିନ୍ତୁ ମୁସଲିମ ପ୍ରେମିକ ସହ ଫେରାର ହୋଇଗଲେ ଯୁବତୀ

ଛାତ୍ରୀ ଜଣଙ୍କ ଜଣେ ମୁସଲିମ ଯୁବକଙ୍କୁ ପ୍ରେମ କରୁଥିବା ବିଜେପି ସାଂସଦ ପ୍ରଜ୍ଞା ଜାଣିବାକୁ ପାଇଥିଲେ। ଏହାକୁ ସେ ବିରୋଧ କରିବା ସହ ୟୁସୁଫକୁ ଭୁଲି ଯିବାକୁ ପରାମର୍ଶ ଦେଇଥିଲେ।

The Kerala Story

The Kerala Story

Advertisment

ମାଇଣ୍ଡ ୱାଶ ପାଇଁ ବିଜେପିର ଭୋପାଲ ସାଂସଦ ସ୍ୱାଧୀ ପ୍ରଜ୍ଞା ସିଂହ ଠାକୁର ଜଣେ ୧୯ ବର୍ଷୀୟ ନର୍ସିଂ ଛାତ୍ରୀଙ୍କୁ ବିବାଦୀୟ ଫିଲ୍ମ The Kerala Story ଦେଖାଇବାକୁ ନେଇଥିଲେ। ତେବେ ଫିଲ୍ମ ଦେଖିବାର କିଛି ଦିନ ପରେ ଯୁବତୀ ଜଣଙ୍କ ତାଙ୍କ ମୁସଲିମ ବୟଫ୍ରେଣ୍ଡ ୟୁସୁଫଙ୍କ ସହ ଫେରାର ହୋଇ ଯାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପରିବାର ଲୋକ ଯୁବତୀଙ୍କ ବିବାହ ଅନ୍ୟତ୍ର ଠିକ କରିଥିଲେ ହେଁ ସେ ୟୁସୁଫଙ୍କ ସହ ଫେରାର ହୋଇ ଯାଇଛନ୍ତି।

Advertisment

ଛାତ୍ରୀ ଜଣଙ୍କ ଜଣେ ମୁସଲିମ ଯୁବକଙ୍କୁ ପ୍ରେମ କରୁଥିବା ବିଜେପି ସାଂସଦ ପ୍ରଜ୍ଞା ଜାଣିବାକୁ ପାଇଥିଲେ। ଏହାକୁ ସେ ବିରୋଧ କରିବା ସହ ୟୁସୁଫକୁ ଭୁଲି ଯିବାକୁ ପରାମର୍ଶ ଦେଇଥିଲେ।

ମୁସଲିମ ଯୁବକମାନେ ପ୍ରେମର ନାଟକ କରି ହିନ୍ଦୁ ଯୁବତୀମାନଙ୍କୁ ହଇରାଣ କରୁଥିବା ମଧ୍ୟ ସାଂସଦ ପ୍ରଜ୍ଞା ତାଙ୍କୁ ଜଣାଇବାକୁ ଚେଷ୍ଟା କରିଥିଲେ। ଏଥିସହ ଏହା ଉପରେ ପ୍ରସ୍ତୁତ ହୋଇଥିବା ଗୋଟିଏ ଫିଲ୍ମ The Kerala Story ମଧ୍ୟ ସେ ଯୁବତୀଙ୍କୁ ଦେଖାଇଥିଲେ।

Advertisment

ସେ ମଧ୍ୟ ଉକ୍ତ ବିବାଦୀୟ ଫିଲ୍ମକୁ ଦେଖିଥିଲେ। ତଥାପି ଭୋପାଲର ନୟା ବାସେରା ଅଞ୍ଚଳରେ ରହୁଥିବା ଯୁବତୀ ଜଣଙ୍କ ତାଙ୍କ ପଡ଼ୋଶୀ ଭାବେ ରହୁଥିବା ୟୁସୁଫଙ୍କୁ ପ୍ରେମ କରିବା ବନ୍ଦ କରି ନଥିଲେ। ଯୁବତୀଙ୍କ ପରିବା ଲୋକ ଏହାକୁ ବିରୋଧ କରି ତାଙ୍କ ବାହାଘର ଅନ୍ୟତ୍ର ଠିକ କରି ଦେଇଥିଲେ।

ଯୁବତୀଙ୍କ ବାହାଘର ମେ’ ୩୦ରେ ହେବାର ଥିଲା। କିନ୍ତୁ ଏହାର ଠିକ ପୂର୍ବରୁ ଯୁବତୀ ଜଣଙ୍କ ଘରେ ଥିବା ଗହଣା ଓ ଟଙ୍କା ଧରି ୟୁସୁଫଙ୍କ ସହ ଫେରାର ହୋଇ ଯାଇଛନ୍ତି ବୋଲି ଅଭିଯୋଗ ହୋଇଛି।

ଭୋପାଲ ନଗର ପୁଲିସ୍‌ ଷ୍ଟେସନରେ ଯୁବତୀଙ୍କ ପରିବାର ଲୋକ କରିଥିବା ଅଭିଯୋଗରେ କହିଛନ୍ତି ଯେ ୟୁସୁଫ ତାଙ୍କ ଝିଅକୁ ମିଠା ମିଠା କଥା କହି ପ୍ରେମ ଜାଲରେ ଫସାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ସୁନା ଗହଣା ଓ ନଗଦ ଟଙ୍କା ସହ ସେ ତାଙ୍କ ଝିଅକୁ ଫେରାର କରି ନେଇଯାଇଛନ୍ତି।

ୟୁସୁଫ ଯୁବତୀଙ୍କ ନାଁରେ ବ୍ୟାଙ୍କ ଋଣ ଆଣିଥିଲେ ଓ ଯୁବତୀଙ୍କୁ ଏହାର ଇଏମଆଇ ଦେବାକୁ ମଧ୍ୟ ବାଧ୍ୟ କରୁଥିଲେ। ତେବେ ଯୁବତୀ ଜଣଙ୍କ ପୁଲିସ୍‌ ଆଗରେ ରେକର୍ଡ କରିଥିବା ବୟାନରେ ପରିବାର ଲୋକଙ୍କ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେହିପରି ସେ ନିଜ ଇଚ୍ଛାରେ ଘର ଛାଡ଼ିଥିବା ସେ ପୁଲିସକୁ ଜଣାଇଛନ୍ତି।

Bjp The Kerala Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe