Advertisment

ପ୍ରଜା ଭବନକୁ ମିଳିଲା ବୋମା ବିସ୍ଫୋରଣର ଧମକ

ବୋମା ବିଲଡିଂ ଭିତରେ ଖଞ୍ଜା ଯାଇଛି ଓ ପୁଲିସ୍‌ର ଯଦି ଦମ ଅଛି, ତା’ହେଲେ ବିସ୍ଫୋରକୁ ରୋକି ଦେଖାଉ ବୋଲି କଲ କରିଥିବା ବ୍ୟକ୍ତି କହିଥିଲା।

author-image
Hemant Lenka
Hyderabad

Hyderabad

ହାଇଦ୍ରାବାଦର ବେଗମପେଟ୍‌ରେ ଥିବା ପ୍ରଜା ଭବନକୁ ମିଳିଛି ବିସ୍ଫୋରଣର ଧମକ। ପୂର୍ବରୁ ପ୍ରଗତି ଭବନ ଭାବେ ପରିଚିତ ଥିବା ଏହି ପ୍ରତିଷ୍ଠାନକୁ ବିସ୍ଫୋରଣରେ ଉଡ଼ାଇ ଦିଆଯିବ ବୋଲି ପୁଲିସ୍‌କୁ ମିଳିଛି ଧମକପୂର୍ଣ୍ଣ କଲ।

Advertisment

ଜଣେ କେହି ଆଜି ସକାଳେ ପୁଲିସ୍‌ କଣ୍ଟ୍ରୋଲ ରୁମକୁ ଫୋନ କରିଥିଲା। ଫୋନ କରିଥିବା ବ୍ୟକ୍ତି ଖୋଲାଖୋଲି ଭାବେ ପ୍ରଜା ଭବନକୁ ବୋମାରେ ଉଡ଼ାଇ ଦିଆଯିବ ବୋଲି ପୁଲିସ୍‌କୁ ଧମକ ଦେଇଥିଲା। ବୋମା ବିଲଡିଂ ଭିତରେ ଖଞ୍ଜା ଯାଇଛି ଓ ପୁଲିସ୍‌ର ଯଦି ଦମ ଅଛି, ତା’ହେଲେ ବିସ୍ଫୋରକୁ ରୋକି ଦେଖାଉ ବୋଲି କଲ କରିଥିବା ବ୍ୟକ୍ତି କହିଥିଲା।

ବୋମା ଧମକ ମିଳିବା ପରେ ପ୍ରଜା ଭବନରେ ପୂରା ଆତଙ୍କ ଖେଳି ଯାଇଥିଲା। ପୁଲିସ୍‌ ଟିମ ଓ ବୋମା ନିଷ୍କ୍ରିୟ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ। ପ୍ରଜା ଭବନ ଭିତରକୁ କାହାକୁ ଛଡ଼ା ମଧ୍ୟ ଯାଇ ନଥିଲା। ପୁଲିସ ଓ ବୋମା ନିଷ୍କ୍ରିୟ ଟିମ ପ୍ରଜା ଭବନର କୋଣଅନୁକୋଣର ଯାଞ୍ଚ କରିଥିଲେ ହେଁ ଏଯାଏ କୌଣସି ବୋମା ମିଳି ନାହିଁ।

Advertisment

ତେବେ କଲ କରିଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ଏବେ ପୁଲିସ୍‌ ଏହାର ଯାଞ୍ଚ ଆରମ୍ଭ କରି ଦେଇଛି। ଖୁବଶୀଘ୍ର କଲ ପଛରେ ରହିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ ବୋଲି ପୁଞ୍ଜାଗୁଟ୍ଟା ପୁଲିସ୍‌ ଷ୍ଟେସନର ଇନସପେକ୍ଟର ଶୋଭାନ ସୂଚନା ଦେଇଛନ୍ତି।

Congress Hyderabad