Advertisment

କ୍ଷମା ମାଗିଲେ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା, କହିଲେ- ଡିପ୍ରେସନ୍‌ରେ ଅଛି

ଆଜି ରେଭାନ୍ନାଙ୍କ ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ତାଙ୍କ ବାପା ମା’ଙ୍କୁ କ୍ଷମା ମାଗିଛନ୍ତି। ଏଥିସହ ସେ ବର୍ତ୍ତମାନ ମାନସିକ ଅବଶାଦ ବା ଡିପ୍ରେସନରେ ରହିଥିବା ଦାବି କରିଛନ୍ତି।

author-image
Hemant Lenka
Prajwal Revanna

Prajwal Revanna

ଯୌନ ଶୋଷଣ ଭଳି ସାଂଘାତିକ ମାମଲାରେ ଫସିଥିବା କର୍ଣ୍ଣାଟକାର ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ଶେଷରେ କ୍ଷମା ମାଗିଛନ୍ତି। ତାଙ୍କ ଯୌନ କେଳେଙ୍କାରୀର ଭିଡିଓ ଭାଇରାଲ ହେବା ପରେ ସେ ଗତ ମାସରୁ ଜର୍ମାନୀ ଫେରାର ହୋଇ ଯାଇଥିଲେ।

Advertisment

ନିର୍ବାଚନ ସମୟରେ ଏହାକୁ ନେଇ ରାଜନୀତିକ ତମ୍ବିତୋଫାନ ଚାଲିଥିବା ବେଳେ ଆଜି ରେଭାନ୍ନାଙ୍କ ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ତାଙ୍କ ବାପା ମା’ଙ୍କୁ କ୍ଷମା ମାଗିଛନ୍ତି। ଏଥିସହ ସେ ବର୍ତ୍ତମାନ ମାନସିକ ଅବଶାଦ ବା ଡିପ୍ରେସନରେ ରହିଥିବା ଦାବି କରିଛନ୍ତି।

ସେ କହିଛନ୍ତି, “ମୁଁ ମୋ ବାପା ମା’ଙ୍କୁ କ୍ଷମା ମାଗୁଛି। ମୁଁ ଡିପ୍ରେସନରେ ଥିଲି। ମୁଁ ଫେରିବି ଓ ପୂରା ଅଭିଯୋଗର ତଦନ୍ତ କରୁଥିବା ଏସ୍‌ଆଇଟି ନିକଟରେ ହାଜର ହେବି। ଶୁକ୍ରବାର ଅର୍ଥାତ ମେ’ ୩୧ରେ ମୁଁ ତଦନ୍ତର ସାମ୍ନା କରିବି।”

Advertisment

ପ୍ରଜ୍ଜ୍ୱଳ ହେଉଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସର ପ୍ରତିଷ୍ଠାତା ଏଚ ଡି ଦେବଗୌଡ଼ାଙ୍କ ନାତି। ୨୦୧୯ରେ ପ୍ରଜ୍ଜ୍ୱଳ କର୍ଣ୍ଣାଟକାର ହାସନ ସିଟରୁ ଜିତିଥିଲେ। ଏଥିର ଜେଡିଏସ ଓ ବିଜେପି କର୍ଣ୍ଣାଟକାରେ ମେଣ୍ଟ କରିଛନ୍ତି। ପ୍ରଜ୍ଜ୍ୱଳ ମଧ୍ୟ ହାସନ ସିଟରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ପାଇଁ ଖୋଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କରିଥିଲେ।

ପ୍ରଜ୍ଜ୍ୱଳଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ରହିଛି। ସେ ପ୍ରାୟ ୩ ହଜାର ମହିଳାଙ୍କ ସେକ୍ସ ଭିଡିଓ ରଖି ସେମାନଙ୍କୁ ବ୍ଲାକମେଲ୍ କରୁଥିଲେ। ତାଙ୍କ ପେନଡ୍ରାଇଭରୁ ଏସବୁ ଭିଡିଓ ମିଳିବା ପରେ ସେ ଜର୍ମାନୀ ଫେରାର୍ ହୋଇ ଯାଇଛନ୍ତି। ତଦନ୍ତକାରୀ ସଂସ୍ଥା ପକ୍ଷରୁ ତାଙ୍କୁ ବାରମ୍ବାର ନୋଟିସ୍ ପଠା ଯାଉଥିଲେ ମଧ୍ୟ ସେ ଫେରୁନାହାନ୍ତି।

ଏହି ମାମଲାରେ ପ୍ରଜ୍ଜ୍ୱଳଙ୍କ ବାପା ତଥା ବିଧାୟକ ଏଚଡି ରେଭାନ୍ନାଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା। ପୁଲିସ ତାଙ୍କୁ ଗୋଟିଏ ଅପହରଣ ମାମଲାରେ ଗିରଫ କରିଥିଲା। ବର୍ତ୍ତମାନ ସେ ଜାମିନରେ ଅଛନ୍ତି।

Karnataka Prajwal Revanna Prajwal Revanna Sex Scandal