Advertisment

ଯୌନ ଉତ୍ପୀଡ଼ନ ଓ ଅଶ୍ଳୀଳ ଭିଡିଓ ମାମଲା: ସୋଶାଲ ମିଡିଆରେ ପ୍ରତିକ୍ରିୟା ରଖିଲେ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା

ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ଓ ତାଙ୍କ ବିଧାୟକ ବାପା ଏଚ୍‌ଡି ରେଭାନ୍ନାଙ୍କ ନିକଟକୁ ମଙ୍ଗଳବାର ନୋଟିସ୍ ପଠାଇଛି ତଦନ୍ତକାରୀ ଟିମ୍।

author-image
Jitendra Garnayak
Prajwal Revanna

Prajwal Revanna

ଯୌନ ଉତ୍ପୀଡ଼ନ ଓ ଅଶ୍ଳୀଳ ଭିଡିଓ ମାମଲାରେ ଫସିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ାଙ୍କ ନାତି ତଥା ଜେଡିଏସ୍ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ଦେଶ ଛାଡ଼ି ପଳାଇଥିବା ଅଭିଯୋଗ ହୋଇଥିବା ବେଳେ ଆସିଛି ତାଙ୍କ ପ୍ରଥମ ପ୍ରତିକ୍ରିୟା। ପ୍ରଜ୍ଜ୍ୱଳ କହିଛନ୍ତି ଯେ ସେ ବେଙ୍ଗାଲୁରୁରେ ନାହାନ୍ତି ଓ ଖୁବ୍‌ଶୀଘ୍ର ସତ ସାମ୍ନାକୁ ଆସିବ।

Advertisment

ପ୍ରଜ୍ଜ୍ୱଳ ତାଙ୍କ Xରେ ଏକ ପୋଷ୍ଟ କରି ଏହି କଥା କହିଛନ୍ତି। ଏଥିରେ ତାଙ୍କୁ ପଠାଯାଇଥିବା ନୋଟିସ୍‌କୁ ସେ ପୋଷ୍ଟ କରିବା ସହିତ ଲେଖିଛନ୍ତି ଯେ ସେ ବେଙ୍ଗାଲୁରୁରେ ନଥିବାରୁ ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇପାରି ନାହାନ୍ତି। ସେ ତାଙ୍କ ଆଡଭୋକେଟଙ୍କ ସହାୟତାରେ ବେଙ୍ଗାଲୁରୁ ସିଆଇଡି ସହିତ ଯୋଗାଯୋଗ କରିଛନ୍ତି। ଖୁବ୍‌ଶୀଘ୍ର ସତ ସାମ୍ନାକୁ ଆସିବ।

ପ୍ରଜ୍ଜ୍ୱଳଙ୍କ ଅନେକ ଅଶ୍ଲୀଳ ଭିଡିଓ ସାମ୍ନାକୁ ଆସିବା ପରେ ଏପ୍ରିଲ ୨୬ ତାରିଖରେ ସେ ଜର୍ମାନୀର ଫ୍ରାଙ୍କଫର୍ଟକୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାର ତଦନ୍ତ କରିବା ପାଇଁ କର୍ଣ୍ଣାଟକା ସରକାର ଏକ ଏସ୍‌ଆଇଟି ଗଠନ କରିଛନ୍ତି। ଏସ୍‌ଆଇଟି ପ୍ରଜ୍ଜ୍ୱଳ ରେଭାନ୍ନା ଓ ତାଙ୍କ ବିଧାୟକ ବାପା ଏଚ୍‌ଡି ରେଭାନ୍ନାଙ୍କ ନିକଟକୁ ମଙ୍ଗଳବାର ନୋଟିସ୍ ପଠାଇଛି। ଏସ୍‌ଆଇଟି ସମ୍ମୁଖରେ ହାଜର ହେବାକୁ ସେମାନଙ୍କୁ କୁହାଯାଇଛି। ଅଶ୍ଲୀଳ ଭିଡିଓ ସାମ୍ନାକୁ ଆସିବା ପରେ ଓ ପ୍ରଜ୍ଜ୍ୱଳ ବେଙ୍ଗାଲୁରୁ ଛାଡ଼ିବା ପରେ ଏପ୍ରିଲ ୨୮ ତାରିଖରେ ତାଙ୍କ ଘରୋଇ ସହାୟିକା ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ପ୍ରଜ୍ଜ୍ୱଳଙ୍କ ବାପା ତଥା ବିଧାୟକ ଏଚ୍‌ଡି ରେଭାନ୍ନାଙ୍କ ବିରୋଧରେ ମଧ୍ୟ ଏହି ଘରୋଇ ସହାୟିକା ଜଣଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। 

Advertisment

ତଦନ୍ତକାରୀ ଟିମ୍ ପକ୍ଷରୁ ପଠାଯାଇଥିବା ନୋଟିସ୍‌ର ଜବାବରେ ପ୍ରଜ୍ଜ୍ୱଳଙ୍କ ଓକିଲ କହିଛନ୍ତି, ସେ (ପ୍ରଜ୍ଜ୍ୱଳ) ବେଙ୍ଗାଲୁରୁ ବାହାରକୁ ଯାଇଛନ୍ତି। ମୁଁ ତାଙ୍କୁ ଏହି ନୋଟିସ୍ ସଂପର୍କରେ ଅବଗତ କରିଛି। ବେଙ୍ଗାଲୁରୁ ଫେରି ତଦନ୍ତକାରୀ ଟିମ୍‌ ନିକଟରେ ହାଜର ହେବା ପାଇଁ ସେ ୭ ଦିନ ସମୟ ମାଗିଛନ୍ତି।

ଗତକାଲି ପ୍ରଜ୍ଜ୍ୱଳଙ୍କୁ ଜେଡିଏସ୍‌ରୁ ନିଲମ୍ବନ କରାଯାଇଛି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ ବୋଲି ପ୍ରମାଣିତ ହେଲେ ତାଙ୍କୁ ଦଳରୁ ବହିଷ୍କାର କରାଯିବ ବୋଲି ଜେଡିଏସ୍ ପକ୍ଷରୁ କୁହାଯାଇଛି। 

JDS Prajwal Revanna Sex Scandal