Advertisment

ଭାରତ ଫେରିଲେ ପ୍ରଜ୍ଜ୍ୱଳ ରେଭାନ୍ନା, ବାନ୍ଧିଲା SIT

ଦୀର୍ଘ ୩୫ ଦିନର ଛକାପଞ୍ଝା ପରେ ବନ୍ଧା ହେଲେ ନିଲମ୍ବିତ ଜେଡିଏସ୍‌ ନେତା ତଥା କର୍ଣ୍ଣାଟକ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା । ଗତକାଲି ରାତିରେ ପ୍ରଜ୍ଜ୍ୱଳ ରେଭାନ୍ନା ଜର୍ମାନୀରୁ ବାଙ୍ଗାଲୁରୁ ଫେରିଥିବା ବେଳେ SIT ଟିମ୍‌ ତାଙ୍କୁ ତୁରନ୍ତ ବାନ୍ଧିଥିଲା।

ଅଦ୍ୟତନ ହୋଇଛି
Prajwal-Revanna Arrested

Prajwal-Revanna Arrested

Advertisment

ପ୍ରାୟ ୩୫ ଦିନର ଛକାପଞ୍ଝା ପରେ ବନ୍ଧା ହେଲେ ନିଲମ୍ବିତ ଜେଡିଏସ୍‌ ନେତା ତଥା କର୍ଣ୍ଣାଟକ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା । ଗତକାଲି ରାତିରେ ପ୍ରଜ୍ଜ୍ୱଳ ରେଭାନ୍ନା ଜର୍ମାନୀରୁ ବାଙ୍ଗାଲୁରୁ ଫେରିଥିବା ବେଳେ SIT ଟିମ୍‌ ତାଙ୍କୁ ତୁରନ୍ତ ବାନ୍ଧିଥିଲା। ମହିଳା ପୁଲିସ୍‌ କର୍ମୀଙ୍କ ଏକ ଟିମ୍‌ ତାଙ୍କୁ ଧରି ସିଆଇଡି ଅଫିସ ଅଭିମୁଖେ ଚାଲି ଯାଇଥିଲେ। ସେଠାରେ ତାଙ୍କୁ ରାତି ସାରା ପଚରାଉଚରା ହୋଇଥିବା ଜଣାଯାଇଛି। SIT ଟିମ୍‌ ଏୟାରପୋର୍ଟରୁ ପ୍ରଜ୍ଜ୍ୱଳଙ୍କ ସହ ଦୁଇଟଇ ସୁଟକେଶ୍‌ ବି ନେଇ ଯାଇଥିବା ଜଣାଯାଇଛି।

Advertisment

ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଆଜି ମେଡିକାଲ ଟେଷ୍ଟ ନିମନ୍ତେ ସରକାରୀ ହସ୍ପିଟାଲ ନିଆଯିବ । ଏଥିସହ ଆଜି ତାଙ୍କୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯିବ । ସେଠାରେ ପୁଲିସ୍‌ ତାଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମାଗିପାରେ ବୋଲି ଆକଳନ କରାଯାଉଛି।

ଏଥିସହ ଫରେନ୍ସିକ ଟିମ୍‌ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଅଡିଓ ସାମ୍ପଲ ଟେଷ୍ଟ କରାଯିବ । ଫଳରେ ଭାଇରାଲ ସେକ୍ସ ଭିଡିଓରେ ଶୁଣା ଯାଉଥିବା ସ୍ୱର ପ୍ରଜ୍ଜ୍ୱଳଙ୍କର ନା ନାହିଁ ତାହା ସ୍ପଷ୍ଟ ହୋଇଯିବ ।

Advertisment

 କର୍ଣ୍ଣାଟକରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଏକ ସେକ୍ସ ଭିଡିଓ ଭାଇରାଲ ହୋଇଥିଲା। ସେ ୨୦୦୦ ମହିଳାଙ୍କ ଯୌନ ଉତ୍ପୀଡନ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ସେ ଦେଶ ଛାଡି ନିଜ ରାଜନୈତିକ ଭିସାକୁ ବ୍ୟବହାର କରି ଜର୍ମାନୀକୁ ଫେରାର ହୋଇଯାଇଥିଲେ।

ତାଙ୍କ ଘରେ କାମ କରୁଥିବା ଜଣେ ଘରୋଇ ସହକାରୀ ମଧ୍ୟ ପ୍ରଜ୍ଜ୍ୱଳ ରେଭାନ୍ନା ଓ ତାଙ୍କ ବାପା ଏଚ୍‌ଡି ରେଭାନ୍ନାଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ। ଏହାପରେ ଏଚ୍‌ଡି ରେଭାନ୍ନାଙ୍କୁ ଗିରଫ କରାଯାଇଥିଲା। ସେପଟେ ସିବିଆଇ ଜରିଆରେ ଏସଆଇଟିର ଅନୁରୋଧ ପରେ ଇଣ୍ଟରପୋଲ ପ୍ରଜ୍ଜ୍ୱଳ କେଉଁଠାରେ ଅଛନ୍ତି ବୋଲି ସେ ସମ୍ପର୍କରେ ସୂଚନା ମାଗି ଏକ ବ୍ଲୁ କର୍ଣ୍ଣର ନୋଟିସ ଜାରି କରିଥିଲା।

Arrest Prajwal Revanna Prajwal Revanna Sex Scandal JDS MP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe