Advertisment

ନିଲମ୍ବିତ ହେଲେ ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା

ଅଶ୍ଳୀଳ ଭିଡିଓ ଭାଇରାଲ ହେବା ଓ ଏହାକୁ ନେଇ ବିବାଦ ଉପୁଜିବା ପରେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଅଦ୍ୟତନ ହୋଇଛି
prajwal-revanna

prajwal-revanna

Advertisment

ଜନତା ଦଳ (ସେକ୍ୟୁଲାର) ତଥା ଜେଡିଏସ୍‌ରୁ ନିଲମ୍ବିତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡାଙ୍କ ନାତି ତଥା ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନ। ତାଙ୍କ ସହ ଜଡିତ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ଓ ଏହାକୁ ନେଇ ବିବାଦ ଉପୁଜିବା ପରେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହସନ ସାଂସଦ ପ୍ରଜ୍ଜ୍ୱଳଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ରହିଛି। ବର୍ତ୍ତମାନ ସେ ଦେଶ ବାହାରେ ଅଛନ୍ତି।

Advertisment

କଣ୍ଣାଟକର ହୁବଳିରେ ଆଜି ଜେଡିଏସ୍‌ର ଏକ କୋର୍ କମିଟି ବୈଠକ ବସିଥିଲା। ଏଥିରେ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଦଳରୁ ନିଲମ୍ବିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେପଟେ ଅଶ୍ଳୀଳ ଭିଡିଓ ମାମଲାରେ ପୁଲିସ ମଧ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି। କର୍ଣ୍ଣାଟକର ହସନ ସାଂସଦ ତଥା ଏନ୍‌ଡିଏର ପ୍ରାର୍ଥୀ ପ୍ରଜ୍ଜଳ ରେଭାନ୍ନାଙ୍କୁ ଗିରଫ କରିବା ପାଇଁ ଲୋକେ ଦାବି କରୁଛନ୍ତି। ଏନେଇ ରାସ୍ତା ଉପରକୁ ମଧ୍ୟ ଓହ୍ଲାଇ ଆସି ବିରୋଧ ପ୍ରଦର୍ଶନ କରିଛନ୍ତି।

ଦେବେଗୌଡ଼ାଙ୍କ ନାତି ତଥା ସାଂସଦ ପ୍ରଜ୍ୱଳ ରେଭାନ୍ନା ଏକ ବଡ଼ ଧରଣର ‌ଯୌନ କେଳେଙ୍କାରୀରେ ସଂପୃକ୍ତ ଥିବାର ଚାଞ୍ଚଲ୍ୟକର ତଥ୍ୟ ମିଳିଛି। କର୍ଣ୍ଣାଟକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଠିକ୍‌ ଦୁଇ ଦିନ ପୂର୍ବରୁ ତାଙ୍କ ଅଶ୍ଳୀଳ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଏହାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିବା ପରେ ପ୍ରଜ୍ୱଳ ଫେରାର ହୋଇଯାଇଛନ୍ତି।

Advertisment

୩୪ ବର୍ଷୀୟ ଏହି ସାଂସଦ ଦେଶ ଛାଡ଼ି ପଳାଇଥିବା କୁହାଯାଉଛି। ତାଙ୍କୁ ନେଇ ଉଭୟ ବିଜେପି ଏବଂ ଜେଡିଏସ୍ ଅଡ଼ୁଆରେ ପଡ଼ିଯାଇଛନ୍ତି। କାରଣ ପ୍ରଜ୍ଜ୍ୱଳ ହାସନ ଲୋକସଭା ଆସନରୁ ଉଭୟ ଦଳର ମିଳିତ ପ୍ରାର୍ଥୀ ଅଛନ୍ତି। ଏଚ୍‌ଡି ରେଭାନ୍ନା ଏବଂ ପୁଅ ପ୍ରଜ୍ଜ୍ୱଳଙ୍କ ବିରୋଧରେ ତାଙ୍କ ଘରେ ସହାୟିକା ରୂପେ କାମ କରୁଥିବା ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଆଉ ଏକ ବିସ୍ଫୋରକ ତଥ୍ୟ ସାମନାକୁ ଆସିଛି।

ପ୍ରଜ୍ଜ୍ୱଳଙ୍କ ପାଖରେ ଥିବା ଏକ ପେନ୍‌ଡ୍ରାଇଭ୍ ମିଳିଛି। ଏଥିରେ ପ୍ରାୟ ୩ ହଜାର ମହିଳାଙ୍କର ସେକ୍ସ ଭିଡିଓ ରହିଛି। ଆଉ ଏହି ଭିଡିଓ ପ୍ରଜ୍ଜ୍ୱଳ ଭଏସ୍‌ ଥିବା କୁହାଯାଉଛି। ଏହି ଭିଡିଓକୁ ଖୋଦ୍‌ ପ୍ରଜ୍ଜ୍ୱଳ ରେକର୍ଡ କରି ମହିଳାମାନଙ୍କୁ ବ୍ଲାକମେଲ୍‌ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। 

H. D. Deve Gowda JDS Prajwal Revanna Prajwal Revanna Sex Scandal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe