Advertisment

ରାଷ୍ଟ୍ରୀୟ ସ୍ମୃତି ସ୍ଥଳରେ ହେବ ପ୍ରଣବ ମୁଖାର୍ଜୀଙ୍କ ସ୍ମାରକୀ

୨୦୨୦ ମସିହା ଅଗଷ୍ଟ ମାସରେ ଶ୍ରୀ ମୁଖାର୍ଜୀଙ୍କ ଦେହାନ୍ତ ହୋଇଥିଲା। ଏହାର ୪ ବର୍ଷ ପରେ କେନ୍ଦ୍ର ସରକାର ପ୍ରଣବ ଦା’ଙ୍କ ସ୍ମାରକୀ ପାଇଁ ଜମି ଦେଇଛନ୍ତି।

author-image
Hemant Lenka
Pranab Mukherjee

Pranab Mukherjee

ଦିଲ୍ଲୀର ରାଜଘାଟ କମ୍ପ୍ଲେକ୍ସ ମଧ୍ୟରେ ଥିବା ରାଷ୍ଟ୍ରୀୟ ସ୍ମୃତି ସ୍ଥଳରେ ହେବ ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ମାରକୀ। ସ୍ମାରକୀ ନିର୍ମାଣ ପାଇଁ ସ୍ମୃତି ସ୍ଥଳରେ ଗୋଟିଏ ଜମିକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ୨୦୨୦ ମସିହା ଅଗଷ୍ଟ ମାସରେ ଶ୍ରୀ ମୁଖାର୍ଜୀଙ୍କ ଦେହାନ୍ତ ହୋଇଥିଲା। ଏହାର ୪ ବର୍ଷ ପରେ କେନ୍ଦ୍ର ସରକାର ପ୍ରଣବ ଦା’ଙ୍କ ସ୍ମାରକୀ ପାଇଁ ଜମି ଦେଇଛନ୍ତି।

Advertisment

କେନ୍ଦ୍ର ସରକାର ୪ ବର୍ଷ ପରେ ପ୍ରଣବ ମୁଖାର୍ଜୀଙ୍କ ପାଇଁ ଜମି ଦେଇଥିବାରୁ ଏହାକୁ ତାଙ୍କ ଝିଅ ଶର୍ମିଷ୍ଠା ସ୍ୱାଗତ କରିଛନ୍ତି। ଏଥିସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏପରି ନିଷ୍ପତ୍ତିକୁ ସେ ବିନତୀ ଓ ଅପ୍ରତ୍ୟାଶିତ ବୋଲି ଅବିହିତ କରିଛନ୍ତି।

ସ୍ମାରକୀ ପାଇଁ ଜମି ମିଳିଥିବା ବିଜ୍ଞପ୍ତିକୁ ଶର୍ମିଷ୍ଠା ଆଜି ସୋଶାଲ ମିଡିଆରେ ସାର୍ବଜନୀନ କରିଛନ୍ତି। ଗୃହ ଓ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା ଲ୍ୟାଣ୍ଡ ଓ ଡେଭଲପମେଣ୍ଟ ଅଫିସ ପକ୍ଷରୁ ୧ ତାରିଖରୁ ଜମି ଆବଣ୍ଟନ କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ବିଜ୍ଞପ୍ତି ଅନୁସାରେ ସ୍ମାରକୀ ପୀଠ ରାଷ୍ଟ୍ରୀୟ ସ୍ମୃତି କମ୍ପ୍ଲେକ୍ସ ମଧ୍ୟରେ ରହିବ। ଏହା ରାଜଘାଟର ଅଂଶବିଶେଷ। ଶର୍ମିଷ୍ଠା ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ସ୍ୱତନ୍ତ୍ର ଭାବେ ଧନ୍ୟବାଦ ଜଣାଇଛନ୍ତି। ଏହାର ଫଟୋକୁ ମଧ୍ୟ ସେ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି।

Advertisment

୨୦୧୨ରୁ ୨୦୧୭ ଯାଏ ପ୍ରଣବ ମୁଖାର୍ଜୀ ଦେଶର ୧୩ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ। ଦୀର୍ଘ ୫ ଦଶନ୍ଧି ଧରି ସେ ସକ୍ରିୟ ରାଜନୀତିରେ ରହିଥିଲେ। କଂଗ୍ରେସର ଜଣେ ପ୍ରମୁଖ ସଦସ୍ୟ ଭାବେ ସେ ଏକାଧିକ ମନ୍ତ୍ରଣାଳୟର ନେତୃତ୍ୱ ନେଇଥିଲେ। ରାଷ୍ଟ୍ରପତି ହେବା ପୂର୍ବରୁ ଶ୍ରୀ ମୁଖାର୍ଜୀ ୨୦୦୯ରୁ ୨୦୧୨ ଯାଏ ଦେଶର ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୧୯ରେ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ମିଳିଥିଲା।

PM Modi Pranab Mukherjee