Advertisment

ଅନଶନରେ ବସିଥିଲେ PK, ରାତି ଅଧରେ ଉଠାଇ ନେଲା ପୁଲିସ

ବିହାର ଜନସେବା ଆୟୋଗ (ବିପିଏସସି) ର ୭୦ତମ ପ୍ରାଥମିକ ବା ପ୍ରିଲିମ ପରୀକ୍ଷା ବାତିଲ କରିବା ଦାବିରେ ପ୍ରଶାନ୍ତ କିଶୋର ପାଟନା ସ୍ଥିତ ଗାନ୍ଧୀ ମୈଦାନରେ ଅନଶନରେ ବସିଥିଲେ। ଏହାପରେ ପୁଲିସ ତାଙ୍କୁ ସେଠାରୁ ଉଠାଇ ନେଇ ଗିରଫ କରିଛି।

ଅଦ୍ୟତନ ହୋଇଛି
Prashant Kishor detained

Prashant Kishor detained

Advertisment

ଗାନ୍ଧୀ ମୈଦାନରେ ଜୋରଦାର ହଙ୍ଗାମା। ଗାନ୍ଧୀ ମୂର୍ତ୍ତି ତଳେ ଅନଶନରେ ବସିଥିବା ଜନ ସୁରଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର ଓରଫ ପିକେଙ୍କୁ ଉଠାଇ ନେଲା ପୁଲିସ। ବିହାର ଜନସେବା ଆୟୋଗ (ବିପିଏସସି) ର ୭୦ତମ ପ୍ରାଥମିକ ବା ପ୍ରିଲିମ ପରୀକ୍ଷାକୁ ବାତିଲ କରିବାକୁ ଦାବି କରୁଥିବା ଜନ ସୁରଜ ପାର୍ଟି ପ୍ରତିଷ୍ଠାତା ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଅନଶନରେ ବସିଥିଲେ। ତେବେ  ବିଳମ୍ବିତ ରାତିରେ ଧାରଣା ସ୍ଥାଳରୁ ପାଟନା ପୁଲିସ ତାଙ୍କୁ ଉଠାଇ ନେଇଛି। ଏହାପରେ ତାଙ୍କୁ ଗିରଫ କରାଯାଇଛି।

Advertisment

ଜନ ସୁରଜ ପାର୍ଟି ଅଭିଯୋଗ କରିଛି ଯେ ପ୍ରଶାନ୍ତ କିଶୋରଙ୍କ ସହ ପୁଲିସ ଅତ୍ୟାଚାର କରିଛି। ପୁଲିସ ତାଙ୍କୁ ଚାପୁଡ଼ା ମଧ୍ୟ ମାରିଛି। କୁହାଯାଇଛି ଯେ ତାଙ୍କୁ ଅନଶନ ସ୍ଥଳରୁ ସିଧା ଉଠାଇ ପାଟନା ଏଆଇଏମଏସକୁ ନିଆଯାଇଛି। ଏହି ସମୟରେ ପାଟନା ପୁଲିସ ଏବଂ ଜନ ସୁରଜ ପାର୍ଟି ମୁଖ୍ୟ ପ୍ରଶାନ୍ତ କିଶୋରଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ପୁଲିସ ଯେତେବେଳେ ପ୍ରଶାନ୍ତ କିଶୋରଙ୍କୁ ଉଠାଇ ନେବାକୁ ଚେଷ୍ଟା କରିବା ବେଳେ ତାଙ୍କ ସମର୍ଥକ ଛାତ୍ରମାନେ ତାଙ୍କୁ ଘେରି ଯାଇଥିଲେ। ଫଳରେ ପୁଲିସ ଓ ସମର୍ଥକ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ଶେଷରେ ପ୍ରଶାନ୍ତ କିଶୋରଙ୍କୁ ପୁଲିସ ଉଠାଇ ନେବାରେ ସମର୍ଥ ହୋଇଥିଲା। ଏହାପରେ ପୁଲିସ ଗାନ୍ଧୀ ମୈଦାନରୁ ବାହାରୁଥିବା ସମସ୍ତ ଗାଡ଼ିକୁ ଯାଞ୍ଚ କରିଥିଲା।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଅଧିକାରୀମାନେ କହିଛନ୍ତି ପ୍ରଶାନ୍ତ କିଶୋର ଚିକିତ୍ସାକୁ ମନା କରିଦେଇଛନ୍ତି ଏବଂ ମୃତ୍ୟୁ ପର୍ୟ୍ୟନ୍ତ ଅନଶନ ଜାରି ରଖିବେବୋଲି କହିଥିଲେ। ଏମ୍ସ ବାହାରେ ଜନସୁରଜ ଦଳର କାଯ୍ୟକର୍ତ୍ତା ଓ ପୁଲିସ ଭିତରେ ଠେଲାପେଲା ହୋଇଥିଲା ଫଳରେ ପୁଲିସ ବାଧ୍ୟ ହୋଇ ଲାଠି ଚାର୍ଜ କରିଥିଲା। ଏହାପରେ ପ୍ରଶାନ୍ତ କିଶୋରଙ୍କୁ ପୁଲିସ ଗିରଫ କରିଛି।

BPSC Protest Prashant Kishore Hunger Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe