Advertisment

ପ୍ରଶାନ୍ତ କିଶୋରଙ୍କ ଚାର୍ଜ କେତେ? ଜାଣନ୍ତୁ ଉପଦେଶ ପାଇଁ କେତେ ଟଙ୍କା ଦିଅନ୍ତି ରାଜନୈତିକ ଦଳ

ରାଜନୀତି ଗୋଟି ଚାଳନାରେ ସିଦ୍ଧହସ୍ତ ଥିବା ପ୍ରଶାନ୍ତ କିଶୋର ପଲଟିକାଲ ପାର୍ଟିମାନଙ୍କୁ ଉପଦେଶ ଦେବାକୁ କେତେ ଟଙ୍କା ନିଅନ୍ତି ଜାଣିଛନ୍ତି କି? ଏହାକୁ ନେଇ ସବୁବେଳେ ସସ୍‌ପେନ୍ସ ଲାଗି ରହୁଥିବା ବେଳେ ଏହାର ଖୁଲାସା କରିଛନ୍ତି ନିଜେ ଭାରତୀୟ ରାଜନୀତିର ଚାଣକ୍ୟ ପ୍ରଶାନ୍ତ କିଶୋର।

ଅଦ୍ୟତନ ହୋଇଛି
Prashant Kishor

Prashant Kishor

Advertisment

ରାଜନୈତିକ ରଣନୀତିକାରରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର କରିଛନ୍ତି ବଡ଼ ଖୁଲାସା। ଭାରତ ରାଜନୀତିର ଚାଣକ୍ୟ ଭାବେ ବିବେଚିତ ହେଉଥିବା ପ୍ରଶାନ୍ତ କିଶୋର ବହୁ ରାଜନୈତିକ ପାର୍ଟିର ପରାମର୍ଶଦାତା ଭୂମିକା ତୁଲାଇ ସାରିଛନ୍ତି। ବହୁ ଦଳ ତାଙ୍କ ଉପଦେଶ ପାଇ ଶାସନ କ୍ଷମତାକୁ ଆସିଛନ୍ତି। ତେବେ ରାଜନୀତି ଗୋଟି ଚାଳନାରେ ସିଦ୍ଧହସ୍ତ ଥିବା ପ୍ରଶାନ୍ତ କିଶୋର ପଲଟିକାଲ ପାର୍ଟିମାନଙ୍କୁ ଉପଦେଶ ଦେବାକୁ କେତେ ଟଙ୍କା ନିଅନ୍ତି ଜାଣିଛନ୍ତି କି?

Advertisment

ଏହାକୁ ନେଇ ସବୁବେଳେ ସସ୍‌ପେନ୍ସ ଲାଗି ରହୁଥିବା ବେଳେ ଏହାର ଖୁଲାସା କରିଛନ୍ତି ନିଜେ ଭାରତୀୟ ରାଜନୀତିର ଚାଣକ୍ୟ ପ୍ରଶାନ୍ତ କିଶୋର। ଯେକୌଣସି ପଲଟିକାଲ ପାର୍ଟି ନିମନ୍ତେ ରଣନୀତି ପ୍ରସ୍ତୁତ ନିମନ୍ତେ ପ୍ରଶାନ୍ତ କିଶୋର ଡିମାଣ୍ଡ କରନ୍ତି ଶହେ କୋଟି। ଏହା ଖୋଦ ପ୍ରଶାନ୍ତ କିଶୋର କହିଛନ୍ତି। ବିହାରରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଉଥିବା ବେଳେ ସେ ଏପରି ଖୁଲାସା କରିଛନ୍ତି।

ପ୍ରଶାନ୍ତ କିଶୋର ନିଜର ରାଜନୈତିକ ଦଳ ‘ଜନ ସୁରାଜ’ ପାର୍ଟି ଲଞ୍ଚ କରିଥିବା ବେଳେ କିପରି ଏହାପାଇଁ ପାଣ୍ଠି ଯୋଗାଡ଼ କରୁଛନ୍ତି ବୋଲି ତାଙ୍କୁ ପ୍ରଶ୍ନ ପଚରାଯାଉଛି। ଏହାର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି, ଆପଣଙ୍କୁ ଲାଗୁନି ମୋ’ ନିଜ ଦଳ ନିମନ୍ତେ ମୁଁ ପର୍ଯ୍ୟାପ୍ତ ଟଙ୍କା ରଖିଛି। କେବଳ ସେତିକି ନୁହେଁ, ନିର୍ବାଚନୀ ସଭା ନିମନ୍ତେ ଟେଣ୍ଟ ବାନ୍ଧିବା ଓ ଖୁଣ୍ଟି ପୋତିବା ନିମନ୍ତେ ମୋ ପାଖରେ ଅର୍ଥର ଅଭାବ ନାହିଁ।

Advertisment

କାରଣ ଗୋଟିଏ ନିର୍ବାଚନ ନିମନ୍ତେ ଏକ ରାଜନୈତିକ ଦଳକୁ ଉପଦେଶ ଦେବା ନିମନ୍ତେ ମୁଁ ଶହେ କୋଟି ଚାର୍ଜ କରୁଛି। ତେଣୁ ମାତ୍ର ଗୋଟିଏ ପଲଟିକାଲ ପାର୍ଟିକୁ ଉପଦେଶ ଦେଇ ପାଉଥିବା ଅର୍ଥରେ ମୁଁ ଆସନ୍ତା ୨ ବର୍ଷ ପାଇଁ ମୋ’ ଦଳର ଖର୍ଚ୍ଚ ତୁଲାଇ ପାରିବି।

ଏଥିସହ ସେ କହିଛନ୍ତି, ମୋ’ ରଣନୀତି ଯୋଗୁ ୧୦ଟି ରାଜ୍ୟରେ ବିଭିନ୍ନ ଦଳ ଏବେ କ୍ଷମତାରେ ବସିଛନ୍ତି। ସେମାନେ ଶାସନ କଳ ସମ୍ଭାଳୁଛନ୍ତି। ତେଣୁ ମୋ’ ନିଜ ଦଳର ପରିଚାଳନା ନିମନ୍ତେ ମୁଁ ରଣନୀତି ପ୍ରସ୍ତୁତ କରି ନ ଥିବି ବୋଲି ଭାବିବା ବୋକାମି। 

ଚଳିତ ମାସ ୧୩ ତାରିଖରେ ହେବାକୁ ଥିବା ବିହାରର ୪ ବିଧାନସଭା ଆସନ ନିମନ୍ତେ ହେଉଥିବା ଉପ ନିର୍ବାଚନ ପାଇଁ ରାଜନୈତିକ ପାର୍ଟିମାନେ ଜୋରସୋରରେ ପ୍ରଚାର ଅଭିଯାନ ଚଳାଇଛନ୍ତି। ପ୍ରଶାନ୍ତ କିଶୋରଙ୍କ ଦଳ ‘ଜନ ସୁରାଜ’ ପାର୍ଟି ପକ୍ଷରୁ ୪ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଯାଇଛି। ଖୋଦ ପ୍ରଶାନ୍ତ କିଶୋର ନିଜେ ମଇଦାନକୁ ଓହ୍ଲାଇ ନ ଥିବା ବେଳେ ନିଜ ପ୍ରାର୍ଥୀଙ୍କ ପାଇଁ ଫୁଲ୍‌ ଦମ୍‌ରେ ପ୍ରଚାରରେ ମାତି ଯାଇଛନ୍ତି। ଆସନ୍ତା ୨୩ ତାରିଖରେ ଏହାର ଫଳାଫଳ ପ୍ରକାଶ ପାଇବ।

Prashant Kishore Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe