Advertisment

ବାଜପେୟୀଙ୍କ ଉକ୍ତିକୁ ମନେପକାଇ ରାହୁଲ ଗାନ୍ଧିଙ୍କ ପ୍ରସଙ୍ଗରେ ବିଜେପିକୁ ବାଣ ମାରିଲେ ପିକେ

ଅଟଳ ବିହାରୀ ବାଜପେୟୀଙ୍କ ଗୋଟିଏ ଉକ୍ତିକୁ ସେ ମନେପକାଇ ବିଜେପିକୁ ବାଣ ମାରିଛନ୍ତି।

author-image
Hemant Lenka
PK

PK

ବିଜେପିକୁ ଟାର୍ଗେଟ କରିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓରଫ ପିକେ। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଗୋଟିଏ ଉକ୍ତିକୁ ସେ ମନେପକାଇ ବିଜେପିକୁ ବାଣ ମାରିଛନ୍ତି। ଅପରାଧିକ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ ହେବା ଓ ତାଙ୍କ ସଦସ୍ୟ ପଦକୁ ରଦ୍ଦ କରିଯିବା ପ୍ରସଙ୍ଗରେ ପିକେ ଆଜି ମୁହଁ ଖୋଲିଛନ୍ତି। ରାହୁଲ ଗାନ୍ଧିଙ୍କ ବିରୋଧରେ ଅତ୍ୟଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସେ କହିଛନ୍ତି।

Advertisment

ପିକେ କହିଛନ୍ତି, “ଗୋଟିଏ ମାନହାନୀ କେସ୍‌ରେ ୨ ବର୍ଷ ଜେଲଦଣ୍ଡ ଅତ୍ୟଧିକ କାର୍ଯ୍ୟାନୁଷ୍ଠାନ ସହ ସମାନ। ମୁଁ କେନ୍ଦ୍ରରେ ଥିବା ସରକାରଙ୍କୁ ଅଟଳ ବିହାରୀ ବାଜପେୟୀଙ୍କ ଗୋଟିଏ କଥା ମନେ ପକାଇ ଦେବାକୁ ଚାହେଁ। ବାଜପେୟୀ କହିଥିଲେ, ଛୋଟ ମନରେ କେହି ବଡ଼ ବନି ଯାଆନ୍ତି ନାହିଁ। ବିଧିବ୍ୟବସ୍ଥା ପଛରେ ସବୁ କିଛି ଲୁଚି ଯାଇପାରେ।

ଦଣ୍ଡାଦେଶ ମିଳିଥିବାରୁ ରାହୁଲ ଗାନ୍ଧିଙ୍କ ସଦସ୍ୟତା ପଦ ରଦ୍ଦ ହେବା ନିଶ୍ଚିତ ଥିଲା ବୋଲି କୁହାଯାଇ ପାରେ। ତଥାପି ମୁଁ ସେମାନଙ୍କୁ(ବିଜେପି) କହିବାକୁ ଚାହେଁ ଯେ ବାଜପେୟୀଙ୍କ ବହିର ଗୋଟିଏ ପର୍ଦ୍ଦ ଉଠାଇବା ଦରକାର। ସେମାନେ ନିଜର ମହାନ ନେତାଙ୍କ ମନେ ପକାଇବାର ଥିଲା ଓ ରାହୁଲ ଗାନ୍ଧିଙ୍କୁ ତରବରିଆ ଭାବେ ଅଯୋଗ୍ୟ କରିବାର ନଥିଲା।”

Advertisment

ପିକେ ଆହୁରି କହିଛନ୍ତି, “ସେମାନେ(ବିଜେପି) ଆଜି କ୍ଷମତାରେ ଅଛନ୍ତି। ବଡ଼ ହୃଦୟ ଦେଖାବାର ଦାୟିତ୍ୱ ସେମାନଙ୍କ ଉପରେ ରହିଛି। ସେମାନଙ୍କୁ କିଛି ଦିନ ଅପେକ୍ଷା କରିବା ଥିଲା। ଦଣ୍ଡ ପାଇଥିବା ଦଳ ଆବେଦନ କରିଥାଆନ୍ତା। ଯଦି ଆଶ୍ୱସ୍ତି ମିଳି ନଥାଆନ୍ତା, ତା’ହେଲେ ସେମାନେ ପଦକ୍ଷେପ ନେଇଥାଆନ୍ତେ।

ମୁଁ ଜଣେ ଆଇନ ବିଶେଷଜ୍ଞ ନୁହଁ। କିନ୍ତୁ ଆଇନକୁ ସମ୍ମାନ ଜଣାଇ କହୁଛି ଯେ ରାହୁଲଙ୍କୁ ମିଳିଥିବା ଦଣ୍ଡ ଅତ୍ୟଧିକ। ନିର୍ବାଚନ ସମୟରେ ନେତାମାନେ ଅନେକ କଥା କୁହନ୍ତି। ରାହୁଲ ପ୍ରଥମଥର ପାଇଁ ଏମିତି କହିନାହାନ୍ତି। ସେହିପରି ରାହୁଲଙ୍କ ଠାରେ ଏହା ବନ୍ଦ ମଧ୍ୟ ହେବନି।”

Bjp Congress Rahul Gandhi