Advertisment

ସକାଳୁ ଗିରଫ ହୋଇଥିଲେ, ମଧ୍ୟାହ୍ଣରେ ମୁକୁଳିଲେ

ପାଟନା ସିଭିଲ କୋର୍ଟରୁ ଜାମିନ ପାଇବା ସତ୍ତ୍ୱେ ପ୍ରଶାନ୍ତ କିଶୋର ବେଲ୍‌ ବଣ୍ଡ ଦେବାକୁ ପ୍ରସ୍ତୁତ ନାହାନ୍ତି।

Prashant Kishor

Prashant Kishor

Advertisment

ଅନଶନରେ ବସିଥିବା ବେଳେ ଭୋର୍‌ ୪ଟାରେ ଉଠାଇନେଇଥିଲା ପୁଲିସ। ପରେ ସକାଳେ ଗିରଫ କରିଥିଲା। ଏବେ ମଧ୍ୟାହ୍ଣରେ ମିଳିଲା ଜାମିନ୍‌। ଆଉ ଜେଲ୍‌ ଯିବେନି ଜନ ସୁରଜ ପାର୍ଟିର ମୁଖ୍ୟ ତଥା ନିର୍ବଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓରଫ ପିକେ।

Advertisment

ପ୍ରଶାନ୍ତ କିଶୋରଙ୍କୁ ଆଜି ସକାଳେ ପୁଲିସ ଗିରଫ କରିଥିବା ବେଳେ ଏବେ ତାଙ୍କୁ ପାଟନା ସିଭିଲ୍‌ କୋର୍ଟରୁ ଜାମିନ ମିଳିଛି। ବିହାର ବିପିଏସ୍‌ପି ପ୍ରିଲିମ ପରୀକ୍ଷା ରଦ୍ଦ ଦାବିରେ ଅନିଶ୍ଚିତକାଳ ପାଇଁ ପାଟନା ଗାନ୍ଧୀ ମୈଦାନରେ ପ୍ରଶାନ୍ତ କିଶୋର ଅନଶନରେ ବସିଥିଲେ। ଆଜି ଭୋରୁ ତାଙ୍କୁ ପୁଲିସ ଉଠାଇ ନେଇଥିଲା। ପରେ ତାଙ୍କୁ ଗିରଫ କରାଯିବା ସହ ଗାନ୍ଧୀ ମୈଦାନକୁ ଖାଲି କରାଯାଇଥିଲା।

ଗିରଫ ପରେ ପୁଲିସ ତାଙ୍କୁ କୋର୍ଟରେ ହାଜର କରିଥିଲା। କୋର୍ଟ ତାଙ୍କୁ ୨୫ ହଜାର ଟଙ୍କା ବ୍ୟକ୍ତିଗତ ବଣ୍ଡରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତେବେ ପାଟନା ସିଭିଲ କୋର୍ଟରୁ ଜାମିନ ପାଇବା ସତ୍ତ୍ୱେ ପ୍ରଶାନ୍ତ କିଶୋର ବେଲ୍‌ ବଣ୍ଡ ଦେବାକୁ ରାଜି ନାହାନ୍ତି। 

Advertisment

ପି.କେ କହିଛନ୍ତି ଯେ ମୁଁ କୌଣସି ଅପରାଧ କରିନାହିଁ। ତେଣୁ ମୁଁ କାହିଁକି ବେଲ୍‌ ବଣ୍ଡ ଦେବି ବୋଲି ସେ ପ୍ରଶ୍ନ କରିଛନ୍ତି। ଓକିଲମାନେ ତାଙ୍କୁ ମନାଇବା ପାଇଁ ଲାଗି ପଡିଛନ୍ତି।

ପ୍ରଶାନ୍ତ କିଶୋର ବିପିଏସ୍‌ସି ପରୀକ୍ଷା ବାତିଲ କରିବା ଦାବିରେ ଜାନୁଆରୀ ୨ ତାରିଖରୁ ଅନଶନରେ ବସିଥିଲେ। ଏହି ସମସ୍ୟାର ସମାଧାନ ନହେବା ପର୍ୟ୍ୟନ୍ତ ମୁଁ ଆମରଣ ଅନଶନରେ ବସିବି ବୋଲି ପ୍ରଶାନ୍ତ କହିଥିଲେ। ଡିସେମ୍ବର ୧୩ତାରିଖରେ ବିପିଏସସି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତେବେ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପରୀକ୍ଷା ବାତିଲ କରିବାକୁ ଛାତ୍ରଛାତ୍ରୀମାନେ ମଧ୍ୟ ଦାବି କରି ଆସୁଛନ୍ତି।  ଅନେକ ପ୍ରାର୍ଥୀ ଦୁଇ ସପ୍ତାହରୁ ଅଧିକ ସମୟ ଧରି ୨୪ ଘଣ୍ଟିଆ ଧାରଣାରେ ବସିଛନ୍ତି।

Patna Civil Court BPSC Protest Prashant Kishore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe