Advertisment

UPSCର ନୂଆ ଚେୟାର୍‌ମ୍ୟାନ୍‌ ପ୍ରୀତି ସୁଦାନ

ପୂର୍ବତନ ୟୁପିଏସସି ଅଧ୍ୟକ୍ଷ ମନୋଜ ସୋନିଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡିଥିଲା।

author-image
Madhupriya Mistry
ଅଦ୍ୟତନ ହୋଇଛି
Preeti Sudan

Preeti Sudan

ୟୁନିୟନ ପବ୍ଲିକ ସର୍ଭିସ କମିଶନ ତଥା ୟୁପିଏସ୍‌ସିର ନୂଆ ଅଧ୍ୟକ୍ଷ ହେଲେ ପ୍ରୀତି ସୁଦାନ। ଆନ୍ଧ୍ର ପ୍ରଦେଶ କ୍ୟାଡରର ୧୯୮୩ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ପ୍ରୀତି ସୁଦାନ UPSCର ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି। ସେ ଅଗଷ୍ଟ ୧ରୁ ଦାୟିତ୍ୱ ଗ୍ରହଣ କରିବେ।

Advertisment

ସୂଚନାଯୋଗ୍ୟ, ପୂର୍ବତନ ୟୁପିଏସସି ଅଧ୍ୟକ୍ଷ ମନୋଜ ସୋନିଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡିଥିଲା। ଟ୍ରେନି ଆଇଏଏସ୍ ପୂଜା ଖେଡକର ବିବାଦ ସାମ୍ନାକୁ ଆସିବା ପରେ ୟୁପିଏସସିର ପୂର୍ବତନ ମୁଖ୍ୟ ମନୋଜ ସୋନି ଇସ୍ତଫା ଦେଇଥିଲେ। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ। ଏବେ ତାଙ୍କ ସ୍ଥାନରେ ପ୍ରୀତି ସୁଦାନଙ୍କୁ ନିଯୁକ୍ତ କରାଯାଇଛି।

୨୦୨୨ରୁ UPSCର ସଦସ୍ୟ ଥିବା ପ୍ରୀତି ପୂର୍ବତନ ସ୍ୱାସ୍ଥ୍ୟ ସଚିବ ଭାବରେ ପୂର୍ବରୁ କାର୍ଯ୍ୟ କରି ସାରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରୂପେ ତାଙ୍କ କାର୍ଯ୍ୟକାଳ ଜୁଲାଇ ୨୦୨୦ରେ ଶେଷ ହୋଇଥିଲା। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟରେ କାର୍ଯ୍ୟ କରିବା ବ୍ୟତୀତ ପ୍ରୀତି ପ୍ରତିରକ୍ଷା ମନ୍ତ୍ରଣାଳୟରେ ମଧ୍ୟ କାର୍ଯ୍ୟ କରିଛନ୍ତି।

Advertisment

ସେ ତାଙ୍କ କ୍ୟାଡର ରାଜ୍ୟ ଆନ୍ଧ୍ରପ୍ରଦେଶରେ ଅର୍ଥ, ଯୋଜନା, ବିପର୍ଯ୍ୟୟ ପରିଚାଳନା, ପର୍ଯ୍ୟଟନ ଏବଂ କୃଷି ଦାୟିତ୍ୱରେ ଥିଲେ। ପ୍ରୀତି ସୁଦାନ ବିଶ୍ୱ ବ୍ୟାଙ୍କ ପାଇଁ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

UPSC Preeti Sudan