Advertisment

ହସପିଟାଲରେ ଗର୍ଭବତୀ ପତ୍ନୀ, ସିବିଆଇରେ ହାଜର ହେଲେନି ତେଜସ୍ୱୀ ଯାଦବ

ତେଜସ୍ୱୀ ଆଜି ସିବିଆଇରେ ହାଜର ହେବା କଥା

Tejashwi Yadav, wife

Tejashwi Yadav, wife

Advertisment

ଜମି ବଦଳରେ ଚାକିରି ଜାଲିଆତି ମାମଲାରେ ପଚରାଉଚରା ପାଇଁ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ କେନ୍ଦ୍ରୀୟ ବ୍ୟୁରୋ ଅନୁସନ୍ଧାନାକାରୀ (ସିବିଆଇ) ଆଜି ସମନ କରିଥିଲା। ତେଜସ୍ୱୀ ଆଜି ସିବିଆଇରେ ହାଜର ହେବା କଥା। ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତେଜସ୍ୱୀଙ୍କୁ ମାର୍ଚ୍ଚ ୪ରେ ସିବିଆଇ ଡକାଇଥିଲା କିନ୍ତୁ ସେ ଯାଞ୍ଚ ଏଜେନ୍ସିରେ ହାଜର ହୋଇନଥିଲେ। ତାଙ୍କ ବିରୋଧରେ ପ୍ରମାଣ ଏବଂ କାଗଜପତ୍ରକୁ ଆଧାର କରି ସିବିଆଇ ଦ୍ୱିତୀୟ ଥର ପାଇଁ ଆରଜେଡି ନେତା ତେଜସ୍ୱୀଙ୍କୁ ଡକାଇଥିଲା।

Advertisment

କିନ୍ତୁ ଆଜିର ନୋଟିସ୍‌ରେ ମଧ୍ୟ ସେ ହାଜର ହୋଇ ନଥିଲେ। ତେଜସ୍ୱୀଙ୍କ ପତ୍ନୀ ଗର୍ଭବତୀ ଏବଂ ସେ ମେଡିକାଲରେ ଭର୍ତ୍ତି ହୋଇଥିବାରୁ ତେଜସ୍ୱୀ ଆଜି ହାଜର ହୋଇପାରିବେ ନାହିଁ ବୋଲି ସିବିଆଇକୁ ଜଣାଇଛନ୍ତି । ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ କାରଣରୁ ତେଜସ୍ୱୀ ଯାଦବ ସିବିଆଇରେ ହାଜର ହୋଇ ନାହାନ୍ତି । ଇଡି ରେଡ୍‌ ପରେ ତେଜସ୍ୱୀଙ୍କ ପତ୍ନୀ ଗତକାଲି ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେ ଗର୍ଭବତୀ ଅଛନ୍ତି ଏବଂ ୧୨ ଘଣ୍ଟା ଜେରା ପରେ ତାଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ଥିବାରୁ ସେ ଅଧିକ ଅସୁସ୍ଥ ହୋଇପଡିଥିବା କହିଛନ୍ତି। ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ମାର୍ଚ ୧୦ ତାରିଖ ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ମଧ୍ୟ ତେଜସ୍ୱୀ ଯାଦବଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଚଢ଼ଉ କରିଥିଲା। ଜାତୀୟ ରାଜଧାନୀର ନିୟୁ ଫ୍ରେଣ୍ଡସ୍‌ କଲୋନିରେ ଅବସ୍ଥିତ ତେଜସ୍ବୀଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟର ଗୁଇନ୍ଦାମାନେ ସକାଳ ୮.୩୦ରେ ଚଢ଼ଉ ଆରମ୍ଭ କରିଥିଲେ।

ଚଢ଼ଉ ବେଳେ ପ୍ରବର୍ତ୍ତନ ନିର୍ଦେଶାଳୟ ଲାଲୁ ପ୍ରସାଦ ଯାଦବଙ୍କ ଝିଅମାନଙ୍କ ଘରୁ ଓ ପୁଅ ତେଜସ୍ୱୀ ଯାଦବଙ୍କ ଘରୁ ନଗଦ ୭୦ ଲକ୍ଷ ଟଙ୍କା, ୧.୫ କିଲୋ ସୁନା ଅଳଙ୍କାର, ୫୪୦ ଗ୍ରାମ୍‌ ଖାଣ୍ଟିସୁନା ବିସ୍କିଟ୍‌ ଏବଂ ୯୦୦ ଆମେରିକୀୟ ଡଲାର୍‌ ସମେତ କିଛି ବିଦେଶୀ ମୁଦ୍ରା ଜବତ କରିଛି।

Advertisment

ଏହି ମାମଲାରେ ପୂର୍ବରୁ ମଧ୍ୟ ସିବିଆଇ ଦିଲ୍ଲୀ ଓ ପାଟନାରେ ଲାଲୁ ଯାଦବ ଓ ତାଙ୍କ ପତ୍ନୀ ରାବ୍‌ଡ଼ୀ ଦେବୀଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା। ସିବିଆଇର କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ତେଜସ୍ୱୀ କହିଛନ୍ତି ଯେ, ଏହା ହେଉଛି ବିଜେପିକୁ ତାଙ୍କ ପରିବାର ନିରବଚ୍ଛିନ୍ନ ବିରୋଧ କରିବାର ପରିଣତି। ଏକଥା ସମସ୍ତେ ଜାଣନ୍ତି ଯେ, ତଦନ୍ତକାରୀ ଏଜେନ୍‌ସି ସବୁ ବିଜେପିର ରାଜନୈତିକ ବିରୋଧୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଏବଂ ଯେଉଁମାନେ ବିଜେପି ସହିତ ସନ୍ଧି କରିବାକୁ ରାଜି ହେଉଛନ୍ତି, ସେମାନଙ୍କୁ ସାହାଯ୍ୟ କରୁଛନ୍ତି।

India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe