Advertisment

ଧର୍ମ ପରିବର୍ତ୍ତନ କଲେନି ଗର୍ଭବତୀ ଗର୍ଲଫ୍ରେଣ୍ଡ; ବିଷ ପିଆଇ ଦେଲେ ଲିଭ- ଇନ୍‌ ପାର୍ଟନର

ଜାତିକୁ ନେଇ ଲିଭ-ଇନ୍‌ରେ ରହୁଥିବା ପାର୍ଟନରଙ୍କ ସର୍ମ୍ପରେ ସୃଷ୍ଟି ହେଲା ଫାଟ। ବୟଫ୍ରେଣ୍ଡଜଣକ ଧର୍ମ ପରିବର୍ତ୍ତନ କରିବାକୁ ନିଜ ଗର୍ଲଫ୍ରେଣ୍ଡଙ୍କୁ ଜବରଦସ୍ତି କରୁଥିବା ବେଳେ ଏଥିରେ ସଫଳ ନ ହେବାରୁ ବିଷ ଦେଇ ତାଙ୍କ ଜୀବନ ନେଇଗଲେ।

Boy friend & Girl Friend

Boy friend & Girl Friend

Advertisment

ଜାତିକୁ ନେଇ ଲିଭ-ଇନ୍‌ରେ ରହୁଥିବା ପାର୍ଟନରଙ୍କ ସର୍ମ୍ପରେ ସୃଷ୍ଟି ହେଲା ଫାଟ। ବୟଫ୍ରେଣ୍ଡଜଣକ ଧର୍ମ ପରିବର୍ତ୍ତନ କରିବାକୁ ନିଜ ଗର୍ଲଫ୍ରେଣ୍ଡଙ୍କୁ ଜବରଦସ୍ତି କରୁଥିବା ବେଳେ ଏଥିରେ ସଫଳ ନ ହେବାରୁ ଘଟାଇଲେ ସାଂଘାତିକ କାଣ୍ଡ। ଗର୍ଭବତୀ ଥିବା ଗର୍ଲଫ୍ରେଣ୍ଡଙ୍କୁ ବିଷ ଦେଇ ତାଙ୍କ ଜୀବନ ନେଇଗଲେ ନିର୍ଦ୍ଦୟ ବୟଫ୍ରେଣ୍ଡ । ଏପରି ଏକ ନାରକୀୟ କାଣ୍ଡ ଉତ୍ତରପ୍ରଦେଶର ସାହାଜାହାନପୁରରେ ଘଟିଛି।

Advertisment

ମୃତା ଯୁବତୀଙ୍କ ନାମ ସୀମା ଗୌତମ ଓ ତାଙ୍କ ବୟସ ୨୪ ବୋଲି ଜଣାଯାଇଛି। ଏହି ଘଟଣାରେ ପୁଲିସ୍‌ ତାଙ୍କ ବୟଫ୍ରେଣ୍ଡ ନାଭେଦ ଓ ତାଙ୍କ ସାଙ୍ଗ ଫରହାନଙ୍କୁ ଗିରଫ କରିଥିବା ବେଳେ ଆଉ ଜଣେ ଫେରାର ଅଛନ୍ତି।

ମୃତା ଯୁବତୀଙ୍କ ଭାଇଙ୍କ ଅଭିଯୋଗ ଅନୁଯାୟୀ, ଉଭୟ ସୀମା ଓ ନାଭେଦ ପ୍ରାୟ ଦେଢ ବର୍ଷ ହେବ ଲିଭ-- ଇନ୍‌ରେ ରହୁଥିଲେ। ଉଭୟଙ୍କ ଜାତି ଭିନ୍ନ ହୋଇଥିବା ବେଳେ ସବୁବେଳେ ଧର୍ମ ପରିବର୍ତ୍ତନ କରିବାକୁ ସୀମାଙ୍କୁ ନିର୍ଯାତନା ଦେଉଥିଲେ ନାଭେଦ । ଏହା ମଧ୍ୟରେ ସେ ଗର୍ଭବତୀ ହୋଇଥିଲେ ବି ନିର୍ଯାତନାର ମାତ୍ରା ଦିନକୁ ଦିନ ବଢ଼ି ଚାଲିଥିଲା।

Advertisment

ଗତ ଶନିବାର ଉଭୟ ନାଭେଦ ଓ ଫରହାନ ସୀମାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲକୁ ନେଇଥିଲେ। ସେଠାରେ ସେମାନେ ସୀମାଙ୍କ ନାମ ଜୋୟା ସିଦ୍ଦିଗି ବୋଲି କହିବା ସହ ସେ ନାଭେଦଙ୍କ ପତ୍ନୀ ବୋଲି ଫର୍ମ ଫିଲଅପ୍‌ କରିଥିଲେ। ବିଷ ପିଇଥିବା ଯୋଗୁ ଗୁରୁତର ହୋଇ ପଡ଼ିଥିବା ସୀମା ସେଠାରେ ଆଖି ବୁଜି ଦେଇଥିଲେ। ଏହାଦେଖି ନାଭେଦ ଓ ଫରହାନ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

ଏହାପରେ ପୁଲିସ୍‌ ଘଟଣାର ତଦନ୍ତ କରି ଫେରାରଦ୍ୱୟଙ୍କୁ ଗିରଫ କରିଥିବା ଜଣାଯାଇଛି। ମାତ୍ର ଏଥିରେ ସମ୍ପୃକ୍ତ ଆଉ ଜଣେ ଫେରାର ଥିବାରୁ ତାଙ୍କୁ ଖୋଜୁଛି ପୁଲିସ୍‌।

ଧର୍ମା ପରିବର୍ତ୍ତନ ପାଇଁ ସୀମା ରାଜି ନ ହେବାରୁ ସେମାନେ ଜବରଦସ୍ତି ତାଙ୍କୁ ବିଷ ପିଆଇଥିବା ପୁଲିସ୍‌ ଆଗରେ ଉଭୟ ସ୍ୱୀକାର କରିଛନ୍ତି। ଏହାପରେ ପୁଲିସ୍‌ ଉଭୟଙ୍କୁ ଜେଲ୍‌ ହାଜତକୁ ପଠାଇ ଦେଇଛି।

Dhokka In Love Uttar Pradesh Love Betrayal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe