Advertisment

ମୁଁ ମରିବାକୁ ଯାଉଛି ନଚେତ ସେମାନେ ମାରିଦେବେ: ଆତ୍ମହତ୍ୟା ପୂର୍ବରୁ ମା’ଙ୍କୁ ଏମିତି ମେସେଜ କରିଥିଲେ ଗର୍ଭବତୀ

ନିଜର ଶେଷ ମେସେଜରେ ସେ ଲେଖିଥିଲେ ଯେ “ମୁଁ ମରିବାକୁ ଯାଉଛି ନଚେତ ସେମାନେ ମୋତେ ମାରିଦେବେ।”

ଅଦ୍ୟତନ ହୋଇଛି
Kerala

Kerala

Advertisment

ନିକଟରେ ଜଣେ ୨୩ ବର୍ଷୀୟ ଗର୍ଭବତୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ। ‍ଫସୀଲା ନାମକ ମହିଳା ଜଣଙ୍କ କେରଳର ଥ୍ରୀସୁର ଜିଲ୍ଲାର ଭେଲ୍ଲାନଗୁଲାରରେ ଥିବା ତାଙ୍କ ସ୍ୱାମୀଙ୍କ ଘରେ ଜୀବନ ହାରିଥିଲେ। ଜୁଲାଇ ୨୯ରେ ଫସୀଲାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ପୁଲିସ୍‌ ତାଙ୍କ ସ୍ୱାମୀ ନୌଫାଲ ଓ ଶାଶୁ ରମଲାଙ୍କୁ ଗିରଫ କରିଛି।

Advertisment

ଫସୀଲାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଏପରି ଗିରଫଦାରୀ କରାଯାଇଛି। ଘରୋଇ ହିଂସାର ନିର୍ଯାତନାକୁ ସହି ନ ପାରି ଫସୀଲା ଆତ୍ମହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି। ପୁଲିସ୍‌ କହିଛି ଯେ ଫସୀଲାଙ୍କ ପରିବାର ଲୋକ ହ୍ୱାଟସଆପ ମେସେଜକୁ ଉପସ୍ଥାପନ କରିଥିଲେ। ଏଥିରେ ସ୍ୱାମୀ ଓ ଶାଶୁଙ୍କ ପକ୍ଷରୁ ଫସୀଲା ସହୁ ଥିବା ଯନ୍ତ୍ରଣାର ସବୁ କିଛି ତଥ୍ୟ ରହିଛି।

ଗୋଟିଏ ମେସେଜରେ ଫସୀଲା ତାଙ୍କ ମା’ଙ୍କୁ କହିଥିଲେ ଯେ ଦ୍ୱିତୀୟ ଥର ପାଇଁ ସେ ଗର୍ଭବତୀ ହୋଇଛନ୍ତି। ହେଲେ ତାଙ୍କ ପେଟକୁ ସ୍ୱାମୀ ବାରମ୍ବାର ଗୋଇଠା ମାରୁଛନ୍ତି। ଶାଶୁ ଓ ସ୍ୱାମୀ ମାଡ଼ ମାରୁଥିବା ଯୋଗୁ ତାଙ୍କ ହାତ ଭାଙ୍ଗି ଯାଇଛି। ଶାଶୁ ନିୟମିତ ଗାଳି କରୁଥିବା ବେଳେ ଏହାକୁ ସହିବା କଷ୍ଟକର ହୋଇପଡ଼ିଥିବା ଫସୀଲା ତାଙ୍କ ମା’ଙ୍କୁ ଜଣାଇଥିଲେ। ନିଜର ଶେଷ ମେସେଜରେ ସେ ଲେଖିଥିଲେ ଯେ “ମୁଁ ମରିବାକୁ ଯାଉଛି ନଚେତ ସେମାନେ ମୋତେ ମାରିଦେବେ।”

Advertisment

ଏହି ମେସେଜ ଦେଖିବା ପରେ ପୁଲିସ୍‌ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ଓ ଅନ୍ୟାନ୍ୟ ଦଫାରେ ମାମଲା ରୁଜୁ କରି ଗିରଫଦାରୀ କରିଛି। ବ୍ୟବଚ୍ଛେଦ ପରେ ଫସୀଲାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଫସୀଲା ପ୍ରାଣ ହରାଥିବା ବେଳେ ତାଙ୍କ ସ୍ୱାମୀ ଏବେ ଗିରଫ ହୋଇଛନ୍ତି। ଏପରି ସ୍ଥିତିରେ ତାଙ୍କର ଛୋଟ ପୁଅ ପୂରା ଏକା ହୋଇଯାଇଛନ୍ତି। ପୁଲିସ ଏବେ ଘଟଣା ଅଧିକ ତଦନ୍ତ ଆରମ୍ଭ କରିଛି।

Suicide Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe