Advertisment

ଦଶହରାରେ ଶପଥ ନେବେ ହରିୟାଣାର ନୂଆ ସରକାର!

ଦଳୀୟ ସୂତ୍ର ମୁତାବକ ଦଶହରା ଦିନ ଶପଥ ନେବେ ହରିୟାଣାର ମୁଖ୍ୟମନ୍ତ୍ରୀ। ତାଙ୍କ ସହ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଛି।

author-image
Madhupriya Mistry
Nayab Singh Saini

Nayab Singh Saini

ହରିୟାଣାରେ ହ୍ୟାଟ୍ରିକ ମାରିଛି ବିଜେପି। ବିଧାନସଭା ନିର୍ବାଚନରେ ବିଜେପି ଲଗାତର ତୃତୀୟ ଥର ପାଇଁ ବଡ଼ ବିଜୟ ହାସଲ କରିଛି। ଏହି ବିଜୟ ପରେ ଏଠାରେ ଏବେ ଆରମ୍ଭ ହୋଇଯାଇଛି ନୂଆ ସରକାର ଗଠନ ପ୍ରସ୍ତୁତି।

Advertisment

ଦଳୀୟ ସୂତ୍ର ମୁତାବକ ଦଶହରା ଦିନ ଶପଥ ନେବେ ହରିୟାଣାର ମୁଖ୍ୟମନ୍ତ୍ରୀ। ତାଙ୍କ ସହ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରଖାଯାଇଛି। ଏହା ପୂର୍ବରୁ ବିଜେପି ବିଧାୟକ ଦଳ ବୈଠକରେ ବିଧାୟକ ଦଳ ନେତା ଚୟନ କରାଯିବ। ଏମିତିରେ ପାର୍ଟି ହାଇକମାଣ୍ଡଙ୍କ ପକ୍ଷରୁ ନାୟବ ସିଂହ ସୈନିଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ଗ୍ରୀନ ସିଗ୍‌ନାଲ ମିଳି ସାରିଛି। କିନ୍ତୁ ପ୍ରକ୍ରିୟା ଅନୁସାରେ ପୁଣି ଥରେ ବିଧାୟକ ଦଳ ନେତା ଚୟନ କରାଯିବ।

ସେପଟେ ନୂଆ ସରକାରର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପାଇଁ ଆରମ୍ଭ ହୋଇଗଲାଣି ରେସ୍‌। ନିର୍ବାଚନ ଫଳାଫଳ ଆସିବା ପରେ କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଦିଲ୍ଲୀ ବାସଭବନରେ ଅନେକ ନେତାଙ୍କ ଭିଡ଼ ଜମିଛି। ବିଜେପି ନିର୍ବାଚନ ପ୍ରଭାରୀ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସହ ପ୍ରଭାରୀ ବିପ୍ଳଦ ଦେବ ମନୋହର ଲାଲଙ୍କ ସହିତ ବସି ପ୍ରସ୍ତୁତ କରିଛନ୍ତି ରଣନୀତି। ଏହି ବୈଠକରେ କିଏ ହେବ ମନ୍ତ୍ରୀ, ତାକୁ ନେଇ ଆଲୋଚନା ହୋଇଛି। ଏଥିସହ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି ବିଜେପି ନେତା।

Advertisment

ନୂତନ ସରକାରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ ରହିପାରନ୍ତି। ବରିଷ୍ଠତା ଆଧାରରେ ପୂର୍ବତନ ଗୃହ ସଚିବ ଅନିଲ ବିଜ ଓ ଜଣେ ବ୍ରାହ୍ମଣ ସମ୍ପ୍ରଦାୟର ବିଧାୟକଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇପାରେ। ବିଜେପି ହାଇକମାଣ୍ଡ ଅନିଲ ବିଜଙ୍କ ପରି ବରିଷ୍ଠ ନେତାଙ୍କୁ ଉଚିତ୍ ସମ୍ମାନ ଦେବାକୁ ଚାହୁଁଛନ୍ତି। ତେବେ ଅନିଲ ବିଜ୍‌ ମୁଖ୍ୟମନ୍ତ୍ରୀ ହେବାକୁ ନେଇ ବହୁ ଥର ଇଚ୍ଛା ପ୍ରକାଶ କରିସାରିଛନ୍ତି। ତେଣୁ ତାଙ୍କୁ ସନ୍ତୁଷ୍ଟ କରିବାକୁ ବିଜେପି ତାଙ୍କ ଉପମୁଖ୍ୟମନ୍ତ୍ରୀ କରିପାରେ।

Bjp Nayab Singh Saini Haryana Election Result