Advertisment

ଆତିଶି ଓ ସୌରଭଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ନିଯୁକ୍ତି ଦେଲେ ରାଷ୍ଟ୍ରପତି

ଦିଲ୍ଲୀର କ୍ଷମତାସୀନ ଆପ୍‌ର ବିଧାୟକ ଆତିଶି ଓ ସୌରଭ ଭରଦ୍ୱାଜଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

author-image
Hemant Lenka
AAP

AAP

ଦିଲ୍ଲୀର କ୍ଷମତାସୀନ ଆପ୍‌ର ବିଧାୟକ ଆତିଶି ଓ ସୌରଭ ଭରଦ୍ୱାଜଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏବେ ଉଭୟ ଦିଲ୍ଲୀର କ୍ୟାବିନେଟ ମନ୍ତ୍ରୀ ଭାବେ କାମ କରିବେ। ସେମାନଙ୍କୁ ମନ୍ତ୍ରୀ ଭାବେ ନିଯୁକ୍ତି ଦେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପାରିସ କରିଥିଲେ। ଏହି ସୁପାରିସ ଉପରେ ରାଷ୍ଟ୍ରପତି ମୁର୍ମୁ ମୋହର ମାରିଛନ୍ତି। ଉଭୟ ଗୁରୁବାର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

Advertisment

ସିବିଆଇ ଓ ଇଡି ଦ୍ୱାରା ଗିରଫ ହେବା ପରେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଦିଲ୍ଲୀ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ। ଏଥିପାଇଁ କେଜ୍ରିୱାଲ ଆତିଶି ଓ ସୌରଭ ଭରଦ୍ୱାଜଙ୍କ ନାଁ ମନ୍ତ୍ରୀ ପଦ ପାଇଁ ସୁପାରିସ କରିଥିଲେ। ଆପର ମୁଖପାତ୍ର ତଥା ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ ସୌରଭ ଭରଦ୍ୱାଜ ୩ଥରର ବିଧାୟକ। ସେ କେଜ୍ରିୱାଲଙ୍କ ୨୦୧୩-୧୪ ସରକାର ବେଳେ ଦିଲ୍ଲୀର ପରିବହନ ଓ ପରିବେଶ ମନ୍ତ୍ରୀ ଭାବେ କାମ କରିଛନ୍ତି।

ସେହିପରି ଆତିଶି ୨୦୨୦ରେ ପ୍ରଥମଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ସେ ସିସୋଦିଆଙ୍କ ସହ ମିଶି ସହରର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ କାମ କରିବାର ଅଭିଜ୍ଞତା ରଖିଛନ୍ତି। ତେଣୁ ଏହି ଦୁଇ ବିଧାୟକଙ୍କୁ ମନ୍ତ୍ରୀ କରି କେଜ୍ରିୱାଲ ଦିଲ୍ଲୀର ବିକାଶ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।

Advertisment

ଦିଲ୍ଲୀର ୩୩ଟି ବିଭାଗ ମଧ୍ୟରୁ ୧୮ଟି ଦାୟିତ୍ୱରେ ଥିବା ସିସୋଦିଆଙ୍କୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ସିବିଆଇ ଗତ ମାସରେ ଗିରଫ କରିଥିଲା। ଏବେ ସେ ତିହାର ଜେଲରେ ଅଛନ୍ତି।

ଗତବର୍ଷ ମେ’ ମାସରେ ଇଡି ସତ୍ୟେନ୍ଦ୍ର ଜୈନଙ୍କୁ ମନିଲଣ୍ଡରିଂ ମାମଲାରେ ବାନ୍ଧିଥିଲା। ସେ ବି ଏବେ ଜେଲରେ ଅଛନ୍ତି। ଆତିଶ ଓ ଭରଦ୍ୱାଜ ଦାୟିତ୍ୱ ନେବା ଯାଏ ସିସୋଦିଆ ଏବଂ ଜୈନଙ୍କ ପାଖରେ ଥିବା ବିଭାଗ ଗୁଡ଼ିକର କାର୍ଯ୍ୟ ରାଜ କୁମାର ଆନନ୍ଦ ଏବଂ କୈଳାସ ଗାହଲଟ ତଦାରଖ କରିବେ।

Delhi Cabinate Reshuffle AAP Manish Sisodia