Advertisment

ଘରକୁ ଯାଇ ଆଡଭାନୀଙ୍କୁ ଭାରତ ରତ୍ନରେ ସମ୍ମାନିତ କଲେ ରାଷ୍ଟ୍ରପତି

ଏହି ସମୟରେ ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ।

author-image
Madhupriya Mistry
ଅଦ୍ୟତନ ହୋଇଛି
LK Advani

LK Advani

ଦେଶର ସର୍ବୋଚ୍ଚ ନଗରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ ହେଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ। ତାଙ୍କ ବାସଭବନରେ ପହଞ୍ଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରିଛନ୍ତି। ଏହି ସମୟରେ ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ।

Advertisment

ଆଡଭାନୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ରାଷ୍ଟ୍ରପତି ନିଜେ ତାଙ୍କ ଘରକୁ ଯାଇ ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରିଛନ୍ତି। ଫେବ୍ରୁଆରୀ ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଭାରତ ରତ୍ନ ଦେବା ପାଇଁ ଘୋଷଣା କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତଥା ବିଜେପିର ସଂସ୍ଥାପକ ନାନା ଜୀ ଦେଶମୁଖଙ୍କ ପରେ ଏହି ସମ୍ମାନ ପାଇବାରେ ଆଡଭାନୀ ହେଉଛନ୍ତି ବିଜେପି ଏବଂ ଆରଏସଏସ ସହ ଜଡିତ ତୃତୀୟ ନେତା।

ଶନିବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ୪ ଜଣ ବ୍ୟକ୍ତି ବିଶେଷଙ୍କୁ ମରଣୋତ୍ତର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା।ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିହ୍ମା ରାଧ, ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁର ଓ କୃଷି ବୈଜ୍ଞାନିକ ଡଃ.ଏମ୍‌ଏସ୍‌ ସ୍ୱାମୀନାଥନ ସାମିଲ ଥିଲେ। ତେବେ ସ୍ୱାସ୍ଥାବସ୍ଥା ଠିକ ନଥିବାରୁ ଶନିବାର ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ଉପସ୍ଥିତ ହୋଇ ପାରିନଥିଲେ ଆଡଭାନୀ।

Advertisment
PM Modi Bharat Ratna Draupadi Murmu LK Advani