Advertisment

ରାଷ୍ଟ୍ରପତିଙ୍କ କ୍ଷୋଭ- ବିଶ୍ୱର ପ୍ରଥମ ୫୦ ଶିକ୍ଷାନୁଷ୍ଠାନରେ ନାହିଁ ଭାରତର ସ୍ଥାନ

ଭାରତ ବିଶ୍ୱର ସର୍ବ ପୁରାତନ ଜ୍ଞାନ, ପରମ୍ପରା ଓ ସଭ୍ୟତାର ଦେଶ। ମାତ୍ର ବିଶ୍ୱର ପ୍ରଥମ ୫୦ ଶିକ୍ଷା ଅନୁଷ୍ଠାନ ମଧ୍ୟରେ ଭାରତର ସ୍ଥାନ ନାହିଁ।

ଅଦ୍ୟତନ ହୋଇଛି
President Droupadi Murmu

President Droupadi Murmu

Advertisment

‘ଭାରତ ବିଶ୍ୱର ସର୍ବ ପୁରାତନ ଜ୍ଞାନ, ପରମ୍ପରା ଓ ସଭ୍ୟତାର ଦେଶ। ମାତ୍ର ବିଶ୍ୱର ପ୍ରଥମ ୫୦ ଶିକ୍ଷା ଅନୁଷ୍ଠାନ ମଧ୍ୟରେ ଭାରତର ସ୍ଥାନ ନାହିଁ। ’ ଭାରତ ପରି ରାଷ୍ଟ୍ରର ଏପରି ସ୍ଥିତିକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Advertisment

ଆଇଆଇଟି ଖଡ଼ଗପୁରର ୬୯ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଶ୍ରୀମତି ମୁର୍ମୁ କହିଛନ୍ତି, କୌଣସି ପ୍ରତିଯୋଗିତାରେ ସାମିଲ ହୋଇ ତାଲିକାଭୁକ୍ତ ହେବା ଅପେକ୍ଷା ଭଲ ମାନର ଶିକ୍ଷା ନିହାତି ଆବଶ୍ୟକ। ମାତ୍ର ତାଲିକାଭୁକ୍ତ ହେବା ପରେ ହିଁ ଏହା ବହୁ ସଂଖ୍ୟାରେ ଛାତ୍ର ତଥା ଶିକ୍ଷକଙ୍କୁ ଆକୃଷ୍ଟ କରିଥାଏ । ଏଥିସହ ଏହା ଦେଶର ସମ୍ମାନକୁ ବିଶ୍ୱ ଦରବାରରେ ବହୁଗୁଣିତ କରିଥାଏ।

କିନ୍ତୁ କ୍ଷୋଭର ବିଷୟ ଭାରତ ପରି ବିଶାଳ ଦେଶର ଗୋଟିଏ ବି ଶିକ୍ଷାନୁଷ୍ଠାନ ସମଗ୍ର ବିଶ୍ୱର ଟପ୍‌ମୋଷ୍ଟ ତାଲିକାର ୫୦ତମ ରାଙ୍କ ଭିତରେ ସାମିଲ ହୋଇ ପାରି ନାହିଁ। ଏହା ଗଭୀର ଚିନ୍ତାର ବିଷୟ ।

Advertisment

ଆଇଆଇଟି ଖଡ଼ଗପୁର ସମଗ୍ର ଦେଶର ବହୁ ପୁରାତନ ବୈଷୟିକ ଅନୁଷ୍ଠାନ ହୋଇଥିବା ବେଳେ ନୂଆ ନୂଆ ଉଦ୍ଭାବନ ଓ ବୈଷୟିକ ଶିକ୍ଷା ଉପରେ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବା ଉଚିତ । ବୈଷୟିକ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ନିମନ୍ତେ ଏହି ଶିକ୍ଷାନୁଷ୍ଠାନ ବୈପ୍ଳବିକ ଓ ଯୁଗାନ୍ତକାରୀ ପଦକ୍ଷେପ ଉଠାଇବା ଜରୁରୀ ବୋଲି କହିଛନ୍ତି ରାଷ୍ଟ୍ରପତି ।

ଏହି ଶିକ୍ଷାନୁଷ୍ଠାନ ବିଶ୍ୱର ବହୁ ପ୍ରମୁଖ ଶିକ୍ଷାନୁଷ୍ଠାନ ସହ ମିଶି ନୂଆ ନୂଆ ଉଦ୍ଭାବନା କରୁଛି। ଏହା ଆଇଆଇଟି ଖଡଗପୁରକୁ ବିଶ୍ୱ ଦରବାରରେ ପରିଚିତ କରାଇବା ସହ ଭାରତର ଶିକ୍ଷା ବ୍ୟବସ୍ଥାକୁ ଅନ୍ତର୍ଜୀତୀୟ ମଞ୍ଚରେ ପରିଚୟ ହାସଲ କରି ପାରିବ। ତେଣଉ ବୈଷୟିକ ଜ୍ଞାନ ଆହରଣ କରିବା ସମସ୍ତ ମୌଳିକ ଅଧିକାର ହେବା ଉଚିତ ବୋଲି ସେ କହିଛନ୍ତି।

ଏଥିସହ ରାଷ୍ଟ୍ରପତି କହିଛନ୍ତି, ବୈଷୟିକ ଜ୍ଞାନ କୌଶଳ ସମାଜରେ ସମାନତା ରକ୍ଷା କରିବା ସହ ସାମାଜିକ ନ୍ୟାୟ ପ୍ରଦାନରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ତେଣୁ ବୈଷୟିକ ଜ୍ଞାନ ଆହରଣ କରିବା ସମସ୍ତଙ୍କ ମୌଳିକ ଅଧିକାର ହେବା ଉଚିତ । ଏପରି ସ୍ଥିତିରେ ଭାରତ ଏବେ ଏକ ନୂଆ ଶକ୍ତି ହୋଇ ସମଗ୍ର ବିଶ୍ୱରେ ମୁଣ୍ଡ ଟେକୁଥିବା ବେଳେ ନୂଆ ନୂଆ କୀର୍ତ୍ତିମାନ ବି ଛିଡ଼ା କରୁଛି।

ବୈଷୟିକ ଜ୍ଞାନ କୌଶଳର ଆମ ଜୀବନ ଉପରେ ପ୍ରଭାବର ଏକ ଉଦାହରଣ ଦେଇ ରାଷ୍ଟ୍ରପତି କହିଛନ୍ତି, ଡିଜିଟାଲ ପେମେଣ୍ଟ ଆମ ଜୀବନଯାପନକୁ ଅଧିକ ସରଳ କରି ଦେବା ସହ ବ୍ୟବସାୟୀଙ୍କ ପାଇଁ ଲାଭଦାୟକ ସାଜୁଛି।

ଏଥିସହ ସେ କହିଛନ୍ତି, ୧୫୦, ୨୦୦ ବର୍ଷ ତଳେ ଯେଉଁ ରୋଗ ଦୁରାସାଧ୍ୟ ଥିଲା ଏବେ ମାଗଣାରେ ତାହା ଚିକିତ୍ସା ସୁବିଧା ଉପଲବ୍ଧ ହେଉଛି। ତେଣୁ ଜୀବନକୁ ସରଳ, ସୁନ୍ଦର କରିବା ପାଇଁ ବୈଷୟିକ ଜ୍ଞାନ କୌଶଳ ନିହାତି ଆବଶ୍ୟକ ।

ଆଇଆଇଟି ଖଡଗପୁରର ସମାବର୍ତ୍ତନ ଉତ୍ସବରେ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୨୧% ଯୁବତୀ । ତେବେ ଯୁବତୀଙ୍କ ସଂଖ୍ୟା ଆହୁରି ବଢ଼ିବା ଉଚିତ ବୋଲି ମତପୋଷଣ କରିଛନ୍ତି ରାଷ୍ଟ୍ରପତି ।

President Of India Droupadi Murmu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe