Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ସମ୍ମାନ

ଏହି ସମ୍ମାନ ଭାରତ ଓ ଫିଜି ମଧ୍ୟରେ ଥିବା ଗଭୀର ବନ୍ଧୁତାର ପ୍ରତିଫଳନ ବୋଲି ରାଷ୍ଟ୍ରପତି ମୁର୍ମୁ ଅବିହିତ କରିଛନ୍ତି।

Fiji

Fiji

Advertisment

ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ। ଫିଜିର ରାଷ୍ଟ୍ରପତି ରାତୁ ୱିଲିୟମ ମିଆଭାଲିଲି କାଟୋନିଭେରେ ତାଙ୍କୁ ‘Companion of the Order of Fiji’ ସମ୍ମାନରେ ସମ୍ମାନୀତ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଏବେ ଦୁଇ ଦିନିକିଆ ଫିଜି ଗସ୍ତରେ ରହିଛନ୍ତି।

Advertisment

ଏହି ଗସ୍ତ ସମୟରେ ତାଙ୍କୁ ଏପରି ସମ୍ମାନ ମିଳିଛି। ଏହି ସମ୍ମାନ ଭାରତ ଓ ଫିଜି ମଧ୍ୟରେ ଥିବା ଗଭୀର ବନ୍ଧୁତାର ପ୍ରତିଫଳନ ବୋଲି ରାଷ୍ଟ୍ରପତି ମୁର୍ମୁ ଅବିହିତ କରିଛନ୍ତି। ଭାରତର ପ୍ରଥମ ରାଷ୍ଟ୍ରମୁଖ୍ୟ ଭାବେ ଫିଜି ଗସ୍ତ କରିଥିବା ରାଷ୍ଟ୍ରପତି ମୁର୍ମୁ ସେଠାକାର ସଂସଦକୁ ମଧ୍ୟ ସମ୍ବୋଧନ କରିଥିଲେ।

ସେଠାରେ ସେ କହିଛନ୍ତି ଯେ ଭାରତ ବିଶ୍ୱ ମଞ୍ଚରେ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହେଉଥିବା ବେଳେ ଆମେ ଫିଜି ସହ ଭାଗିଦାରୀ କରିବାକୁ ପ୍ରସ୍ତୁତ। ଫିଜିର ପ୍ରାଥମିକତାକୁ ଭିତ୍ତିକି ଦେଶକୁ ଅଧିକ ସଶକ୍ତ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

Advertisment

ରାଷ୍ଟ୍ରପତି ମୁର୍ମୁ ଫିଜିରେ ପହଞ୍ଚିବା ପରେ ତାଙ୍କୁ ସେଠାକାର ରାଷ୍ଟ୍ରପତି କାଟୋନିଭେରେ ଷ୍ଟେଟ ହାଉସରେ ସ୍ୱାଗତ କରିଥିଲେ। ସେଠାରେ ଉଭୟଙ୍କ ପକ୍ଷରେ ଦୀର୍ଘ ସମୟ ଧରି ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା।

ଏହାପରେ ରାଷ୍ଟ୍ରପତି ମୁର୍ମୁ ଫିଜିର ପ୍ରଧାନମନ୍ତ୍ରୀ ସିଟିଭେନି ରାବୁକାଙ୍କ ସହ ମଧ୍ୟ ଦୁଇ ଦେଶର ସମ୍ପର୍କ କେମିତି ଅଧିକ ସଶକ୍ତ ହେବେ, ସେ ସମ୍ପର୍କରେ ବିସ୍ତୃତ ଭାବେ କଥା ହୋଇଛନ୍ତି। ଏଥିସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫିଜିରେ ରହୁଥିବା ଭାରତୀୟ ଲୋକଙ୍କୁ ମଧ୍ୟ ସମ୍ବୋଧନ କରିଛନ୍ତି। ଏହି ସମୟରେ ‘Companion of the Order of Fiji’ ପାଇଁ ସେ ଫିଜିକୁ ଧନ୍ୟବାଦ ଜଣାଇଛନ୍ତି।

ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଫିଜି ପକ୍ଷରୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏହାକୁ ମୋଦି ସମସ୍ତ ଭାରତୀୟ ଓ ଫିଜିରେ ରହୁଥିବା ଲୋକଙ୍କୁ ଉତ୍ସର୍ଗ କରିଥିଲେ।

President Of India Droupadi Murmu Fiji
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe