Advertisment

ଅଯୋଧ୍ୟା ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କଲେ ରାମଲଲାଙ୍କ ଦର୍ଶନ

ଅଯୋଧ୍ୟା ମନ୍ଦିର ପ୍ରତିଷ୍ଠା ପରେ ପ୍ରଥମ ଥର ପାଇଁ ରାମ ଲାଲାଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଅଦ୍ୟତନ ହୋଇଛି
President in Ram Mandir

President in Ram Mandir

Advertisment

ଅଯୋଧ୍ୟା ମନ୍ଦିର ପ୍ରତିଷ୍ଠା ପରେ ପ୍ରଥମ ଥର ପାଇଁ ରାମଲଲାଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନବନିର୍ମିତ ମନ୍ଦିର ଗର୍ଭଗୃହକୁ ଯାଇ ବାଳକ ରାମଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରିବା ସହ ଆରତୀ କରିଛନ୍ତି ରାଷ୍ଟ୍ରପତି। ଏଥିସହ ସେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

Advertisment

ରାଷ୍ଟ୍ରପତିଙ୍କ ଦର୍ଶନ ଅବସରରେ ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଉପସ୍ଥିତ ଥିଲେ। ରାମ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା ପରେ, ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ରାଷ୍ଟ୍ରପତିଙ୍କୁ ମନ୍ଦିରର ଏକ କ୍ଷୁଦ୍ର ପ୍ରତିକୃତି ଉପହାର ଦିଆଯାଇଛି।

ରାମମନ୍ଦିର ଯିବା ପୂର୍ବରୁ ହନୁମାନଗଡ଼ି ଏବଂ ସରଜୁ ଘାଟକୁ ଯାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସରଜୁ ନଦୀର ଦୃଶ୍ୟକୁ ବେଶ୍ କିଛି ସମୟ ଅପଲକ ନୟନରେ ଉପଭୋଗ କରିବା ସହିତ ଆରତୀରେ ସାମିଲ ହୋଇଥିଲେ।

Advertisment

 ରାଷ୍ଟ୍ରପତିଙ୍କ ଅଯୋଧ୍ୟା ଗସ୍ତ ନିମନ୍ତେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।  ଏହା ଅଦ୍ୱିତୀୟ ବୋଲି କହିଛନ୍ତି ରାମ ମନ୍ଦିରର ମୁଖ୍ୟ ପୂଜକ । ରାଷ୍ଟ୍ରପତିଙ୍କ ସହ ତାଙ୍କ ପରିବାର ସଦସ୍ୟ ବି ପ୍ରଭୁ ରାମଙ୍କ ଦର୍ଶନ କରିଛନ୍ତି।  

Droupadi Murmu Ram Mandir Ayodhya Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe