ଦେଶବାସୀଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ଦେଶବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରମୁଖ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

  • Published: Wednesday, 01 January 2025
  • , Updated: 01 January 2025, 11:12 AM IST

ନବବର୍ଷର ପ୍ରଥମ ସୂର୍ଯ୍ୟୋଦୟ। ନୂଆ ଆଶା ଓ ନୂଆ ସମ୍ଭାବନା ନେଇ ଦିଗବଳୟରେ ଉଇଁଛନ୍ତି ନୂତନ ସୂର୍ଯ୍ୟ। ଇଂରାଜୀ ନବବର୍ଷ ୨୦୨୫କୁ ସ୍ୱାଗତ ଜଣାଇବା ପରେ ଆଜି ନୂଆ ସକାଳରେ ନୂଆ ଆଶା ଓ ଆକାଂକ୍ଷା ନେଇ ବିଭିନ୍ନ ସ୍ଥାନରେ ସକାଳର ପ୍ରଥମ ସୂର୍ଯ୍ୟକୁ ଦର୍ଶନ କରିଛନ୍ତି ଲୋକେ। ଏହି ଅବସରରେ ଦେଶବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରମୁଖ ।

ନୂତନ ବର୍ଷ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଓ ଏକତା ଆଣିଦେଉ ବୋଲି ସୋଶାଲ ମିଡିଆ ଜରିଆରେ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୂଆ ବର୍ଷ ଅବସରରେ ଦେଶବାସୀଙ୍କୁ ଉଜ୍ଜ୍ୱ ଳ ଓ ସମୃଦ୍ଧିଶୀଳ ଦେଶ ନିର୍ମାଣ ସଂକଳ୍ପକୁ ପୁର୍ନଜୀବିତ କରିବାକୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ନୂତନ ବର୍ଷ ଜୀବନରେ ସୁଯୋଗ, ସଫଳତା ସହ ଅସୁମାରୀ ସୁଖ ଆଣିଦେଉ ବୋଲି ଶୁଭେଚ୍ଛା ଜଣାଇଛନ୍ତି । ଦେଶବାସୀଙ୍କ ସମୃଦ୍ଧି ସହ ଉତ୍ତମ ସ୍ୱାସ୍ଥ୍ୟର କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଓଡ଼ିଶାବାସୀଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସୋଶାଲ ମିଡିଆ ଜରିଆରେ ବୈଜୟନ୍ତ ଓଡ଼ିଶାବାସୀଙ୍କ ପାଇଁ ବର୍ଷ ୨୦୨୫ ଖୁସି, ସମୃଦ୍ଧି ଓ ସଫଳତାରେ ଭରି ଯାଉ ବୋଲି କାମନା କରିଛନ୍ତି ।

ଏହା ସହ ସେ ଉଲ୍ଲେଖ କରିଛନ୍ତି ଯେ, ୨୦୨୪ର ଅସାଧାରଣ ସଫଳତା ଓ ମୂଲ୍ୟବାନ ମୁହୂର୍ତ୍ତଗୁଡ଼ିକୁ ଆଧାର କରି ଏକ ସଶକ୍ତ ଓ ସମୃଦ୍ଧ ଭାରତ ନିର୍ମାଣ ପାଇଁ ସବୁଠି ମିଳି ମିଶି କାର୍ଯ୍ୟ କରିବା ଆବଶ୍ୟକ। ଏହି ବର୍ଷ ସମସ୍ତଙ୍କ ଜୀବନରେ ଉତ୍ତମ ସ୍ୱାସ୍ଥ୍ୟ, ସୁଖ, ସମୃଦ୍ଧି ଓ ସଫଳତା ଆଣୁ ବୋଲି ଲେଖିଛନ୍ତି ।

Related story