Advertisment

'PM କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କୁ ମିଳିଛି ୩.୨୦ ଲକ୍ଷ କୋଟି ଟଙ୍କା'

ଅଷ୍ଟାଦଶ ଲୋକସଭାର ପ୍ରଥମ ମିଳିତ ଅଧିବେଶନକୁ ସମ୍ବୋଧିତ କରି ଗ୍ରାମୀଣ ତଥା କୃଷି କ୍ଷେତ୍ରରେ ଆସିଥିବା ସଂସ୍କାର ବିଷୟରେ ଆଲୋଚନା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଅଦ୍ୟତନ ହୋଇଛି
President Murmu

President Murmu

Advertisment

ଅଷ୍ଟାଦଶ ଲୋକସଭାର ପ୍ରଥମ ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ। ଏହି ଅବସରରେ ରାଷ୍ଟ୍ରପତି ଗ୍ରାମୀଣ ତଥା କୃଷି କ୍ଷେତ୍ରରେ ଆସିଥିବା ସଂସ୍କାର ବିଷୟରେ ଆଲୋଚନା କରିଛନ୍ତି। ସରକାର କୃଷିଜାତ ଦ୍ରବ୍ୟର ସଂରକ୍ଷଣ ଉପରେ କାର୍ଯ୍ୟ କରୁଥିବା ରାଷ୍ଟ୍ରପତି କହୁଛନ୍ତି।

Advertisment

ଆମ ସରକାର କୃଷି ଉତ୍ପାଦ ପାଇଁ MSP(ସର୍ବନିମ୍ନ ସହାୟକ ମୂଲ୍ୟ) ବୃଦ୍ଧି କରିଛନ୍ତି। ବିଶ୍ୱରେ ଜୈବ ଉତ୍ପାଦର ଚାହିଦା ବୃଦ୍ଧି ପାଉଛି ଏବଂ ଭାରତୀୟ କୃଷକମାନେ ଏହି ଚାହିଦା ପୂରଣ କରିବାରେ ସକ୍ଷମ ବୋଲି ରାଷ୍ଟ୍ରପତି କହିଛନ୍ତି।

ରାଷ୍ଟ୍ରପତି କହିଛନ୍ତି, "ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ମୋ ସରକାର ଦେଶର କୃଷକମାନଙ୍କୁ ୩.୨୦ ଲକ୍ଷ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ମୋ ସରକାରର ନୂତନ କାର୍ଯ୍ୟକାଳ ଆରମ୍ଭରୁ ୨୦,୦୦୦ କୋଟିରୁ ଅଧିକ ଟଙ୍କା କୃଷକଙ୍କୁ ହସ୍ତାନ୍ତର କରାଯାଇଛି। ଖରିଫ ଫସଲ ପାଇଁ MSPରେ ମଧ୍ୟ ରେକର୍ଡ ବୃଦ୍ଧି ଘଟିଛି।"

Advertisment

ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ, ଆଜିର ଭାରତ ଏହାର କୃଷି ବ୍ୟବସ୍ଥାରେ ପରିବର୍ତ୍ତନ ଆଣୁଛି। ପ୍ରାକୃତିକ ଚାଷ ତଥା ଆନୁଷଙ୍ଗିକ ଦ୍ରବ୍ୟର ଯୋଗାଣ ଶୃଙ୍ଖଳା(ଚେନ୍)କୁ ସରକାର ଏକୀଭୂତ କରୁଛନ୍ତି। ଭାରତ ସରକାରଙ୍କ ପଦକ୍ଷେପ ସ୍ୱରୂପ ଗତବର୍ଷ ସମଗ୍ର ବିଶ୍ୱ ଅନ୍ତର୍ଜାତୀୟ ମିଲେଟ ଦିବସ ପାଳନ କରିଛି।"

ଗ୍ରାମକୁ ସଂଯୋଗ କରିବା ପାଇଁ ସରକାର 3.8 ଲକ୍ଷ କିଲୋମିଟର ଗ୍ରାମୀଣ ସଡ଼କ ନିର୍ମାଣ କରିଛନ୍ତି। ସରକାର ମଧ୍ୟ ଉତ୍ତର ପୂର୍ବ ରାଜ୍ୟରେ ଶାନ୍ତି ସ୍ଥାପନା ପାଇଁ କାର୍ଯ୍ୟ କରୁଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଅନେକ ପୁରୁଣା ସମସ୍ୟାର ସମାଧାନ ହୋଇସାରିଛି ବୋଲି ରାଷ୍ଟ୍ରପତି କହିଛନ୍ତି।

India President PM Kisan Nidhi Funds Droupadi Murmu Parliament Joint Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe