Advertisment

‘ଜମ୍ମୁ କଶ୍ମୀରରେ ପ୍ରେସ୍‌ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଓ ସ୍ୱାଧୀନ’

ଜମ୍ମୁ କଶ୍ମୀରରେ ଗଣମାଧ୍ୟମର ସ୍ୱାଧୀନତାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ମୁହଁ ଫିଟାଇଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା ।

ଅଦ୍ୟତନ ହୋଇଛି
Manoj Sinha

Manoj Sinha

Advertisment

ଜମ୍ମୁ କଶ୍ମୀରରେ ଗଣମାଧ୍ୟମର ସ୍ୱାଧୀନତାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ମୁହଁ ଫିଟାଇଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା । କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ କଶ୍ମୀରରେ ପ୍ରେସ ସମ୍ପୂର୍ଣ୍ଣ ରୂପେ ସ୍ୱତନ୍ତ୍ର ଓ ସ୍ୱାଧୀନ ବୋଲି ସେ ଉଲ୍ଲେଖ କରିଛନ୍ତି। କଶ୍ମୀରର ୭ ପତ୍ରକାରଙ୍କୁ ଗିରଫ କରାଯିବା ପରେ ଏହି ପ୍ରସଙ୍ଗ ଏବେ ଜୋର ଧରିଛି।

Advertisment

ରାଜଭବନରେ ଗଣମାଧ୍ୟମ ସହ ସାକ୍ଷାତକାରରେ ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ଉପରାଜ୍ୟପାଳ। ସେ କହିଛନ୍ତି, ଏକ ଅନ୍ତରାଷ୍ଟ୍ରୀୟ ସଙ୍ଗଠନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କଶ୍ମୀରର ୭ ପତ୍ରକାରଙ୍କୁ ଆତଙ୍କବାଦକୁ ପ୍ରସାର କରିବା ତଥା ସାମାଜିକ ସଦଭାବନା ଭଙ୍ଗ କରିବା ଉଦ୍ଦେଶ୍ୟରେ ଗିରଫ କରାଯାଇଥିବା ଉଲ୍ଲେଖ କରାଯାଇଛି। କିନ୍ତୁ ସେମାନଙ୍କ ରିପୋର୍ଟିଂ ପାଇଁ ସେମାନଙ୍କୁ ଗିରଫ କରାଯାଇ ନାହିଁ।

ଏଥିସହ ସେ କହିଛନ୍ତି, ଜମ୍ମୁ କଶ୍ମୀରରେ ଏକ ସ୍ୱତନ୍ତ୍ର ଓ ସକ୍ରିୟ ମିଡିଆ ରହିଛି। ଏଠାରେ ୪ଶହରୁ ଅଧିକ ସମ୍ବାଦପତ୍ର ପ୍ରକାଶିତ ହେଉଛି। ଏହାବାଦ ସେ କହିଛନ୍ତି, ଆଜିର ଜମ୍ମୁ କଶ୍ମୀର ମାଟିରେ ବିକ୍ଷୋଭ ପ୍ରଦର୍ଶନ କି ପଥର ମାଡ଼ର ଦୃଶ୍ୟ ଦେଖିବାକୁ ମିଳୁନି। ଏହା ଏବେ ଶାନ୍ତି ତଥା ସମୃଦ୍ଧିର ଭୂମି ଅଟେ। ଜମ୍ମୁ କଶ୍ମୀର ଭାରତର ସମ୍ବିଧାନ ଦ୍ୱାରା ଶାସିତ ହେଉଥିବା ବେଳେ ଏଠାରେ ଜନସାଧାରଣ ହିଁ ସବୁଠୁ ଉଚ୍ଚରେ ଅବସ୍ଥାପିତ ।

Advertisment

ଏବେ ଶ୍ରୀନଗରରେ ଅନ୍ତରାଷ୍ଟ୍ରୀୟ ସ୍ତରର ସମ୍ମିଳନୀ ଜି-୨୦ ଚାଲିଥିବା ବେଳେ ଏଥିରେ ୨୭ ଦେଶର ପ୍ରତିନିଧି ସାମିଲ ହୋଇଛନ୍ତି। ଏହାସତ୍ତ୍ୱେ ଏଠାରେ କୌଣସି ପ୍ରତିବନ୍ଧକ ନ ଥିବା ବେଳେ ପୂରା ସହରରେ ଶାନ୍ତି ବିରାଜମାନ କରିଥିବା ସେ କହିଛନ୍ତି।

Freedom Of Press Jammu Kashmir Voice Of Media
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe