Advertisment

ନୂଆବର୍ଷରୁ ୫୦ ଟଙ୍କା କମରେ ମିଳିବ ଉଜ୍ଜ୍ୱଳା ସିଲିଣ୍ଡର

ଜାନୁଆରୀ ୧ରୁ ରାଜସ୍ଥାନ ସରକାର ହିତାଧିକାରୀଙ୍କୁ ୪୫୦ ଟଙ୍କାରେ ଏଲପିଜି ସିଲିଣ୍ଡର ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି।

author-image
Hemant Lenka
undefined

LPG

ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ହେଉଥିବା ଲୋକଙ୍କୁ ୨୦୨୪ରୁ ଆଶ୍ୱସ୍ତି ଦେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜସ୍ଥାନ ସରକାର। ୨୦୨୪ ଜାନୁଆରୀ ୧ରୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ୫୦ ଟଙ୍କା କମରେ ରନ୍ଧନ ଗ୍ୟାସ ପାଇବେ। ଏବେ ସେମାନଙ୍କୁ ସିଲିଣ୍ଡର ପିଛା ୫୦୦ ଟଙ୍କା ଦେବାକୁ ପଡ଼ୁଛି। କିନ୍ତୁ ୧ ତାରିଖରୁ ସମସ୍ତ ହିତାଧିକାରୀ ୪୫୦ ଟଙ୍କାରେ ରନ୍ଧନ ଗ୍ୟାସ ପାଇବେ। ଆଜି ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଏହା ଘୋଷଣା କରିଛନ୍ତି।

Advertisment

ନିକଟରେ ଶେଷ ହୋଇଥିବା ରାଜସ୍ଥାନ ନିର୍ବାଚନ ବେଳେ ବିଜେପି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବଡ଼ବଡ଼ ପ୍ରତିଶ୍ରୁତି ଦେଇଥିଲା। ପ୍ରତିଶ୍ରୁତି ଦେବା ବେଳେ ଦଳ କହିଥିଲା ଯେ ଯଦି ବିଜେପି ରାଜସ୍ଥାନରେ କ୍ଷମତାକୁ ଫେରିବ, ତା’ହେଲେ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଏଲପିଜି ସିଲିଣ୍ଡର ପିଛା ୫୦୦ ଟଙ୍କା ବଦଳରେ ୪୫୦ ଟଙ୍କା ଦେବାକୁ ପଡ଼ିବ। ଏବେ ସତକୁ ସତ ଜାନୁଆରୀ ୧ରୁ ରାଜସ୍ଥାନ ସରକାର ହିତାଧିକାରୀଙ୍କୁ ୪୫୦ ଟଙ୍କାରେ ଏଲପିଜି ସିଲିଣ୍ଡର ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି।

ଏଥିସହ ଦଳ ୨.୫ ଲକ୍ଷ ସରକାରୀ ଚାକିରି ଯୋଗାଇ ଦେବ ବୋଲି ନିଜର ସଂକଳ୍ପପତ୍ରରେ ଉଲ୍ଲେଖ କରିଥିଲା। ବିଜେପିକୁ ନିର୍ବାଚନରେ କାଉଣ୍ଟର କରିବା ପାଇଁ କଂଗ୍ରେସ ୪୦୦ ଟଙ୍କାରେ ଏଲିପିଜି ସିଲିଣ୍ଡର ଯୋଗାଇ ଦେବ ବୋଲି କହିଥିଲା। ତଥାପି ଦଳକୁ ବିଧାନସଭା ନିର୍ବାଚନରେ ହାରିବାକୁ ପଡ଼ିଛି।

Advertisment

ରାଜସ୍ଥାନରେ ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସ ସରକାର ବିଦାୟୀ ବର୍ଷ ୨୦୨୩ର ଏପ୍ରିଲ ମାସରୁ ପ୍ରତି ଉଜ୍ଜ୍ୱଳା ହିତାଧିକାରୀଙ୍କୁ ବର୍ଷକୁ ୧୨ଟି ସିଲିଣ୍ଡର ୫୦୦ ଟଙ୍କାରେ ଯୋଗାଇ ଦେଉଥିଲା। ଏହାଦ୍ୱାରା ବିପିଏଲ ବର୍ଗରେ ଥିବା ପ୍ରାୟ ୭୬ ଲକ୍ଷ ପରିବାର ଏହି ଯୋଜନାର ଲାଭ ପାଇଥିଲେ।

Ujjala LPG Gas Price LPG Subsidy