Advertisment

ପୂଜକ ସାଜିଲେ ପିଶାଚ; ଶ୍ରଦ୍ଧାଳୁଙ୍କ ମୁଣ୍ଡ ଛେଚି ମ୍ୟାନହୋଲ୍‌ରେ ଫୋପାଡ଼ିଦେଲେ

ମନ୍ଦିର ଯିବା ଆସିବା ମଧ୍ୟରେ ଜଣେ ଶ୍ରଦ୍ଧାଳୁଙ୍କ ସହ ପୂଜକଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଲା। ମାତ୍ର ଶ୍ରଦ୍ଧାଳୁଜଣକ ବିବାହ ପାଇଁ ଜିଦ୍‌ କରିବାରୁ ପୂଜକ ତାଙ୍କ ମୁଣ୍ଡକୁ ଛେଚି ହତ୍ୟା କରି ଏକ ମ୍ୟାନହୋଲ୍‌ରେ ଫୋପାଡ଼ି ଦେଲେ ।

author-image
Niharika Rout
ଅଦ୍ୟତନ ହୋଇଛି
Arrest

Arrest

ମନ୍ଦିର ଯିବା ଆସିବା ମଧ୍ୟରେ ଜଣେ ଶ୍ରଦ୍ଧାଳୁଙ୍କ ସହ ପୂଜକଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଲା। ମାତ୍ର ଶ୍ରଦ୍ଧାଳୁଜଣକ ବିବାହ ପାଇଁ ଜିଦ୍‌ କରିବାରୁ ପୂଜକ ତାଙ୍କ ମୁଣ୍ଡକୁ ଛେଚି ହତ୍ୟା କରି ଏକ ମ୍ୟାନହୋଲ୍‌ରେ ଫୋପାଡ଼ି ଦେଲେ । ପ୍ରାୟ ସପ୍ତାହେ ପରେ ପୁଲିସ୍‌ ତନାଘନା କରି ଗଳିତ ମୃତଦେହକୁ ଉଦ୍ଧାର କରିଥିବା ବେଳେ ପୂଜକଙ୍କୁ ବାନ୍ଧିଛି। ଏପରି ଏକ ଅଭାବନୀୟ ଘଟଣା ହାଇଦ୍ରାବାଦର ଶାମଶାହବାଦରେ ଘଟିଛି।

Advertisment

ଏହି ଘଟଣାରେ ପୁଲିସ୍‌ ସାରୋନଗର ଅଞ୍ଚଳର ଏକ ମନ୍ଦିରର ପୂଜକ ଆୟାଗରି ଭେଙ୍କଟସୂର୍ଯ୍ୟା ସାଇ କ୍ରିଷ୍ଣାଙ୍କୁ ବାନ୍ଧିଛି। ସେ ଅପସରା ନାମକ ଯୁବତୀଙ୍କୁ ହତ୍ୟା କରିବା ଅଭିଯୋଗରେ ପୁଲିସ୍‌ ତାଙ୍କୁ ବାନ୍ଧିଛି।

ଅପସରା ଜୁନ୍‌ ୩ରୁ ନିଜ ଘରୁ ଆସିଥିବା ବେଳେ ବସ୍‌ରେ କୋଏମ୍ବଟୁର ଯିବେ ବୋଲି ମା’ଙ୍କୁ କହିଥିଲେ। ଏହାପରଠୁ ଆଉ ତାଙ୍କ ପତ୍ତା ମିଳୁ ନ ଥିବା ବେଳେ ତାଙ୍କ ଫୋନ୍‌ ବି ସୁଇଚ୍‌ ଅଫ୍‌ ଥିଲା।

Advertisment

ନିଜକୁ ପୁଲିସ୍‌ କବଳରୁ ରକ୍ଷା କରିବାକୁ ପୂଜକ ଜୁନ୍‌ ୫ରେ ଅପସରା ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ। ଏପରିକି ସେ ତାଙ୍କୁ ଶାମଶାହବାଦରେ ଛାଡ଼ିବା ପରେ ସେ ନିଖୋଜ ଥିବା ପୂଜକ ନିଜ ଅଭିଯୋଗପତ୍ରରେ ଉଲ୍ଲେଖ କରିଥିଲେ। ମାତ୍ର ପୂଜକଙ୍କ କଥାରେ ତାଳମେଳ ନ ରହିବାରୁ ପୁଲିସ୍‌ ତାଙ୍କୁ ଗୁଡ଼ାଇତୁଡ଼ାଇ ପଚରାଉଚରା କରିଥିଲା। ଫଳରେ ସେ ସବୁ ସତ କଥା ମାନି ଯାଇଥିଲେ। ଏଥସହ ମନ୍ଦିର ପଛ ପଟେ ଏକ ମ୍ୟାନହୋଲରେ ମୃତଦେହକୁ ଗଳାଇ ପକାଇଥିବା କହିଲେ।

ପୁଲିସ୍‌ ସୂଚନା ଅନୁଯାୟୀ, ପୂଜକ ଆୟାଗରି ଭେଙ୍କଟସୂର୍ଯ୍ୟା ପୂର୍ବରୁ ବିବାହିତ । କିନ୍ତୁ ଅପସରା ସବୁବେଳେ ମନ୍ଦିରକୁ ଆସିବା ମଧ୍ୟରେ ଉଭୟଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। କିଛି ଦିନ ପରେ ଅପସରା ବିବାହ ନିମନ୍ତେ ତାଙ୍କୁ ଚାପ ପକାଉଥିଲେ। ଏପରିକି ତାଙ୍କ ପୂର୍ବ ପତ୍ନୀଙ୍କୁ ଛାଡ଼ପତ୍ର ଦେଖିବାକୁ ବି ଚାପ ପକାଉଥିଲେ। ଅପସରା ଥରେ ଗର୍ଭବତୀ ହୋଇଥିବା ବେଳେ ପୂଜକ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ଗର୍ଭପାତ କରାଇଥିଲେ।

ଜୁନ୍‌ ୩ରେ ଘରୁ ବାହାରି ଆସିଥିବା ଅପସରା ପୂଜକଙ୍କୁ ସାକ୍ଷାତ କରିଥିବା ବେଳେ ସେ ତାଙ୍କୁ ଶାମଶାହବାଦର ନାରଖୋଡ଼ା ଗାଁକୁ ନେଇ ଯାଇଥିଲେ। ସେଠାରେ ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ପୂଜକ ଅପସରାଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ । ଏହାପରେ ମୃତଦେହକୁ ମନ୍ଦିର ନିକଟକୁ ଆଣି ମ୍ୟାନହୋଲରେ ଫୋପାଡ଼ି ଦେଇଥିଲେ।

ଗତକାଲି ସକାଳେ ପୁଲିସ୍‌ ମ୍ୟାନହୋଲରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ପୂଜକଙ୍କୁ ବାନ୍ଧି ଜେଲ୍‌କୁ ପଠାଇଛି।

Murder Temple Telengana