Advertisment

ପାଠ ବଦଳରେ ପ୍ରଧାନଶିକ୍ଷକ ଦେଉଥିଲେ ଯୌନ ନିର୍ଯାତନା, ବନ୍ଧା ହେଲେ

ସ୍କୁଲରେ କୁନି କୁନି ଛାତ୍ରୀମାନଙ୍କୁ ଶିକ୍ଷା ବଦଳରେ ଦିଆଯାଉଥିଲା କୁଶିକ୍ଷା। ବହି ବଦଳରେ ମୋବାଇଲରେ ଦେଖା ଯାଉଥିଲା ଅଶ୍ଳୀଳ ଫିଲ୍ମ ।

ଅଦ୍ୟତନ ହୋଇଛି
Arrest

Arrest

Advertisment

ସ୍କୁଲରେ କୁନି କୁନି ଛାତ୍ରୀମାନଙ୍କୁ ଶିକ୍ଷା ବଦଳରେ ଦିଆଯାଉଥିଲା କୁଶିକ୍ଷା। ବହି ବଦଳରେ ମୋବାଇଲରେ ଦେଖା ଯାଉଥିଲା ଅଶ୍ଳୀଳ ଫିଲ୍ମ । କେବଳ ସେତିକି ନୁହେଁ ପାଠ ପଢ଼ାଇବା ବଦଳରେ ସେମାନଙ୍କୁ ଦିଆଯାଉଥିଲା ଯୌନ ନିର୍ଯାତନା। ଆଉ ଏପରି ଲଜ୍ଜିତ କାଣ୍ଡ ଘଟାଉଥିଲେ ଏକ ପ୍ରାଇମେରୀ ସ୍କୁଲର ପ୍ରଧାନଶିକ୍ଷକ ।

Advertisment

ଏପରି ଏକ ଲଜ୍ଜାଜନକ ଘଟଣା ଉତ୍ତରପ୍ରଦେଶର ବୁଲନ୍ଦ ସହରରେ ଘଟିଛି। ପୁଲିସ୍‌ ଅଭିଯୁକ୍ତ ପ୍ରଧାନଶିକ୍ଷକ ପ୍ରତାପ ସିଂଙ୍କୁ ଗିରଫ କରି ଜେଲ୍‌ ପଠାଇ ଦେଇଛି ।

ପୁଲିସ୍‌ରେ ହୋଇଥିବା ଅଭିଯୋଗ ଅନୁଯାୟୀ, ପ୍ରତାପ ସିଂ ଛାତ୍ରୀମାନଙ୍କୁ ଅଶ୍ଳୀଳ ଫିଲ୍ମ ଦେଖାଇବା ସହ ସେମାନଙ୍କୁ ଯୌନ ନିର୍ଯାତନା ଦେଉଥିଲେ। ଘରେ ଏକଥା ପ୍ରକାଶ କଲେ ଫେଲ୍‌ କରାଇ ଦେବାର ଧମକ ଦେଉଥିଲେ। ମାତ୍ର ପ୍ରଧାନଶିକ୍ଷକଙ୍କ ଯୌନ ଅତ୍ୟାଚାର ଅଧିକ ହେବାରୁ କୁନି କୁନି ପିଲାମାନେ ଏନେଇ ନିଜ ଅଭିଭାବକଙ୍କୁ ଜଣାଇଥିଲେ।

Advertisment

ଏନେଇ ଅଭିଭାବକମାନେ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି।

Sexual Harassment Sexual Torture Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe