Advertisment

ତେଜସ୍‌ରେ ଉଡ଼ିଲେ ପ୍ରଧାନମନ୍ତ୍ରୀ

'ତେଜସ୍‌' ଯୁଦ୍ଧ ବିମାନରେ ବସି ୪୫ ମିନିଟ୍‌ ଧରି ଆକାଶରେ ଉଡ଼ି ବୁଲିଛନ୍ତି ମୋଦି।

Modi flew in tejas aircraft

Modi flew in tejas aircraft

Advertisment

ଲଢ଼ୁଆ ବିମାନରେ ଚଢ଼ିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବେଙ୍ଗାଲୁରୁରେ ଯୁଦ୍ଧ ବିମାନ ତେଜସରେ ଉଡ଼ିଲେ। ଶନିବାର ବେଙ୍ଗାଲୁରୁର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ) ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ତେଜସ୍ ବିମାନରେ ବସି ଉଡାଣ ଭରିଛନ୍ତି।

Advertisment

‘ହିନ୍ଦୁସ୍ତାନ ଏରୋନଟିକ୍ସ୍‌ ଲିମିଟେଡ୍‌’ର ଉତ୍ପାଦନ କାରଖାନାରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିବା ଲାଗି ଆଜି ପ୍ରଧାନମନ୍ତ୍ରୀ ମୋଦି ବେଙ୍ଗାଲୁରୁ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ 'ତେଜସ୍‌' ଯୁଦ୍ଧ ବିମାନରେ ବସି ୪୫ ମିନିଟ୍‌ ଧରି ଆକାଶରେ ଉଡ଼ି ବୁଲିଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ଏ ସଂକ୍ରାନ୍ତରେ ସୋଶାଲ ମିଡିଆରେ ପ୍ରଧାନମନ୍ତ୍ରୀ ନିଜ ଅନୁଭୂତି ବଖାଣିଛନ୍ତି। ସେ 'X'ରେ ପୋଷ୍ଟ କରି କହିଛନ୍ତି, ‘ତେଜସରେ ସଫଳତାର ସହିତ ଉଡାଣ ପୂରଣ କରିଛି। ‘ତେଜସ୍’ରେ ଉଡିବାର ଅନୁଭବ ଅବିଶ୍ୱନୀୟ। ଆତ୍ମନିର୍ଭରତାରେ ଆମେ କାହାଠାରୁ ବି କମ୍ ନୁହଁ । ସ୍ୱଦେଶୀ କ୍ଷମତା ଉପରେ ଭରସା ଅଧିକ ବୃଦ୍ଧି ପାଇଛି। ତେଜସ୍ ଯୁଦ୍ଧ ବିମାନକୁ ହିନ୍ଦୁସ୍ତାନ ଏରେନେଟିକ୍ସ ଲିମିଟେଡ୍ ବା ହାଲ୍ ଦ୍ୱାରା ବିକଶିତ କରାଯାଇଛି।'

Advertisment

ଭାରତୀୟ ବାୟୁସେନା, ‘ଡିଆର୍‌ଡିଓ’ ଓ ‘ଏଚ୍‌ଏଲ୍‌’କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ଭାରତ କୌଣସି ଗୁଣରେ କମ୍‌ ନୁହେଁ। ଭାରତୀୟ ବାୟୁସେନା, ‘ଡିଆର୍‌ଡିଓ’ ଓ ‘ଏଚ୍‌ଏଲ୍‌’ ତଥା ସମସ୍ତ ଭାରତୀୟଙ୍କୁ ଆନ୍ତରିକତାର ସହ ଶୁଭେଚ୍ଛା ଜଣାଇଛନ୍ତି ମୋଦି। ପିଏମଓ ଅନୁଯାୟୀ ମୋଦି ଆଜି ତେଜସ ଜେଟର ଉତ୍ପାଦନ ବା ମ୍ୟାନ୍ୟୁଫ୍ୟାକ୍ଚରିଂ ହବ ଯାଞ୍ଚ କରିବାକୁ ଆସିଥିଲେ।

ଉଲ୍ଲେଖଯୋଗ୍ୟ, ତେଜସ୍ ହେଉଛି ଏକ ହାଲୁକା ଯୁଦ୍ଧ ବିମାନ। ଏହାକୁ HAL ଦ୍ୱାରା ବିକଶିତ କରାଯାଇଛି। ଗୋଟିଏ ସିଟ୍ ଏବଂ ଗୋଟିଏ ଜେଟ୍ ଇଞ୍ଜିନ ସହିତ ବିକଶିତ ହୋଇଥିବା ଏହି ଲଢ଼ୁଆ ବିମାନ ଏକାଧିକ ଭୂମିକା ଗ୍ରହଣ କରିବାରେ ସକ୍ଷମ। ପ୍ରତିରକ୍ଷା ସାମଗ୍ରୀର ସ୍ୱଦେଶୀ ଉତ୍ପାଦନ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି। ଅନେକ ଦେଶ ତେଜସ ହାଲୁକା ଯୁଦ୍ଧ ବିମାନ କିଣିବାକୁ ଆଗ୍ରହ ଦେଖାଇଛନ୍ତି ଏବଂ ଆମେରିକାର ବରିଷ୍ଠ ପ୍ରତିରକ୍ଷା ବିଶେଷଜ୍ଞ ଜିଇ ଏରୋସ୍ପେସ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସମୟରେ ଏମକେ-୨ ତେଜସ ପାଇଁ ମିଳିତ ଭାବରେ ଇଞ୍ଜିନ ଉତ୍ପାଦନ ପାଇଁ ହାଲ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ।

PM Modi HAL Tejas Aircraft
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe