Advertisment

ଇନ୍ଦିରା ଗାନ୍ଧିଙ୍କ ପରେ ଆମେରିକା ମାଗାଜିନ୍‌ରେ ମୋଦି

ଆମେରିକାର ପ୍ରସିଦ୍ଧ ସାପ୍ତାହିକ ମାଗାଜିନ କଭର ପେଜ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

PM Modi

PM Modi

Advertisment

ଭାରତର ତତ୍‌ତ୍କାଳିନ ପ୍ରଧାନମନ୍ତ୍ରୀ ଇନ୍ଦିର ଗାନ୍ଧିଙ୍କ ପରେ ପ୍ରଥମ ଥର ପାଇଁ ଆମେରିକାର ପ୍ରସିଦ୍ଧ ସାପ୍ତାହିକ ମାଗାଜିନ କଭର ପେଜ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୀର୍ଘ ୯୦ ମିନିଟ୍‌ ଧରି ନ୍ୟୁଜ୍‌ଓ୍ୱିକ୍‌କୁ ସେ ଦେଇଛନ୍ତି ସାକ୍ଷାତକାର। ଏହି ସମୟରେ ସେ ଚାଇନା ଠାରୁ ଆରମ୍ଭ ବିଶ୍ୱ ଅର୍ଥବ୍ୟବସ୍ଥା ଓ ଭାରତର ଅର୍ଥନୈତିକ ବ୍ୟବସ୍ଥାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି।

Advertisment

ନ୍ୟୁଜ୍ଓ୍ୱିକ୍‌କୁ ସାକ୍ଷାତକାର୍‌ ଦେଇ ମୋଦି କହିଛନ୍ତି, 'ଭାରତ ପାଇଁ ଚୀନ୍‌ ସହ ସମ୍ପର୍କ ବେଶ୍‌ ମହତ୍ୱ ରଖେ ଓ ଏହା ଗୁରୁତ୍ୱପୂର୍ଣ୍ଣ ମଧ୍ୟ। ସୀମାକୁ ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦ ବିଷୟରେ ଦୁଇ ଦେଶ ଆଲୋଚନା କରିବା ଉଚିତ। ଏହାଦ୍ୱାରା ବିବାଦର ସମାଧାନ ହୋଇପାରିବ। ଭାରତ ଓ ଚୀନ୍‌ ମଧ୍ୟରେ ଶାନ୍ତିପୂର୍ଣ୍ଣ ସମ୍ବନ୍ଧ କେବଳ ଦୁଇ ଦେଶ ପାଇଁ ନୁହେଁ ବରଂ ପୂରା ବିଶ୍ୱ ପାଇଁ ମହତ୍ୱପୂର୍ଣ୍ଣ। ମୋର ଆଶା ଏବଂ ବିଶ୍ୱାସ ଯେ କୂଟନୈତିକ ଏବଂ ସାମରିକ ସ୍ତରରେ ସକରାତ୍ମକ ତଥା ଗଠନମୂଳକ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଆମେ ଆମର ସୀମାରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବାରେ ସକ୍ଷମ ହେବୁ।'

କେବଳ ସେତିକି ନୁହେଁ ତାଙ୍କ ନେତୃତ୍ୱରେ ହୋଇଥିବା ଭାରତର ଆର୍ଥିକ ପ୍ରଗତି, ଇନ୍‌ଫ୍ରାଷ୍ଟକ୍‌ଚରର ବିକାଶ ବିଷୟରେ ମଧ୍ୟ ନ୍ୟୁଜ୍‌ଓ୍ୱିକ୍‌କୁ ଦେଇଥିବା ଇଣ୍ଟଭ୍ୟୁରେ ମୋଦି ବଖାଣିଛନ୍ତି। ଭାରତରେ ଅର୍ଥନୈତିକ ଅଭିବୃଦ୍ଧି ହାର ବଢ଼ିଛି। ଯେଉଁମାନେ ସପ୍ଲାଏ ଚେନ୍‌ କଥା ଭାବୁଛନ୍ତି ସେମାନେ ଏବେ ଭାରତକୁ ହିଁ ପସନ୍ଦ କରୁଛନ୍ତି। ଆମେ ପରିବର୍ତ୍ତନଶୀଳ ଅର୍ଥନୈତିକ ସଂସ୍କାର ଆପଣାଇଛି। ଦ୍ରବ୍ୟ ଏବଂ ସେବା କର, କର୍ପୋରେଟ୍ ଟିକସ ହ୍ରାସ, ଦେବାଳିଆ ସଂକେତ, ଶ୍ରମ ଆଇନରେ ସଂସ୍କାର ଏବଂ ଏଫଡିଆଇ ମାନଦଣ୍ଡରେ କୋହଳ କରାଯାଇଛି। ଫଳସ୍ୱରୂପ, ସହଜରେ ବ୍ୟବସାୟ କରିବା ଦିଗରେ ଆମେ ଗୁରୁତ୍ୱପୂର୍ଣ୍ଣ ଉନ୍ନତି କରିଛୁ ବୋଲି ମୋଦି କହିଛନ୍ତି।

Advertisment

ମୋଦି ଆହୁରି କହିଛନ୍ତି, ଆମ ପାଖରେ ନିଜ ପ୍ରତିଶ୍ରୁତିକୁ ପୂରଣ କରିବାର ଟ୍ରାକ୍‌ ରେକର୍ଡ ରହିଛି। ଏହା ଲୋକଙ୍କ ପାଇଁ ବେଶ୍‌ ବଡ କଥା, କରଣ ଆଗରୁ ଲୋକେ କେବଳ ପ୍ରତିଶ୍ରୁତି ଦେଉଥିଲେ, କିନ୍ତୁ ତାହା କେବେ ପୂରଣ ହେଉନଥିଲା। ଆମ ସରକାର 'ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ' ଆଦର୍ଶ ଅନୁଯାୟୀ କାମ କରୁଛି। ଭାରତର ଅର୍ଥବ୍ୟବସ୍ଥା ଦ୍ରୁତି ଗତିରେ ବଢ଼ି ଚାଲିଛି। ବିଶ୍ୱର ସବୁଠୁ ବଡ ଅର୍ଥବ୍ୟବସ୍ଥା ଦେଶ ତାଲିକାରେ ଭାରତ ୧୧ ନମ୍ବରରୁ ୫ମ ସ୍ଥାନକୁ ଉଠିଛି। ଖୁବଶୀଘ୍ର ଭାରତର ବିଶ୍ୱର ତୃତୀୟ ବଡ ଅର୍ଥବ୍ୟବସ୍ଥା ହେବ ବୋଲି ଆଶା ରହିଛି।

Newsweek Cover Indiara Gandhi US Magazine PM Narendra Modi Indira Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe