Advertisment

ମୋଦିଙ୍କ ଗୋଡ଼ ଛୁଇଁ ସ୍ୱାଗତ କଲେ ପପୁଆ ନ୍ୟୁ ଗିନି ପ୍ରଧାନମନ୍ତ୍ରୀ

ଜାପାନର ହିରୋସିମାରେ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ପରେ ସେଠାରୁ ଯାଇ ଆଜି ପପୁଆ ନ୍ୟୁ ଗିନିରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
Papua New Guinea PM James Marape receives PM Modi at the airport. He touched Modi's feet

Papua New Guinea PM James Marape receives PM Modi at the airport. He touched Modi's feet

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୋଡ଼ ଛୁଇଁ ସ୍ୱାଗତ କଲେ ପପୁଆ ନ୍ୟୁ ଗିନି ପ୍ରଧାନମନ୍ତ୍ରୀ ଜେମସ ମାରାପେ। ଏଥିସହ ଏହି ଛୋଟିଆ ଦ୍ୱୀପର ରାଷ୍ଟ୍ରମୁଖ୍ୟ ସ୍ଥାନୀୟ ପରମ୍ପରାକୁ ମଧ୍ୟ ମୋଦିଙ୍କ ନିମନ୍ତେ ଭାଙ୍ଗିଛନ୍ତି। ଜାପାନର ହିରୋସିମାରେ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ପରେ ସେଠାରୁ ଯାଇ ଆଜି ପପୁଆ ନ୍ୟୁ ଗିନିରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏହି ଦ୍ୱୀପ ଦେଶ ମୋଦିଙ୍କୁ ଏକ ଦୁର୍ଲଭ ସମ୍ମାନ ମିଳିଛି, ଯାହା କେବଳ କେତେଜଣ ନେତାଙ୍କୁ ମିଳିଥାଏ।

Advertisment

ସାଧାରଣତଃ ପପୁଆ ନ୍ୟୁ ଗିନିରେ ସୂର୍ଯ୍ୟାସ୍ତ ପରେ ରାଷ୍ଟ୍ର ମୁଖ୍ୟମାନଙ୍କୁ ପାରମ୍ପାରିକ ସ୍ୱାଗତ କରାଯାଇନଥାଏ, କିନ୍ତୁ ମୋଦିଙ୍କ କ୍ଷେତ୍ରରେ ଏହି ପରମ୍ପରା ଭାଙ୍ଗିଛନ୍ତି ସେଠାକର ପ୍ରଧାନମନ୍ତ୍ରୀ ଜେମସ ମାରାପେ। ପପୁଆ ନ୍ୟୁ ଗିନିରେ ପହଞ୍ଚିବା ପରେ ସେ ନିଜେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଷ୍ଟ୍ରିୟ ସମ୍ମାନ ସହ ପାରମ୍ପାରିକ ସ୍ୱାଗତ କରିଥିଲେ। ଏଠାରେ ଥିବା ପ୍ରବାସୀ ଭାରତୀୟମାନେ ପରେ ମୋଦିଙ୍କ ସହ ଫଟୋ ଉଠାଇବାକୁ ପ୍ରବଳ ଭିଡ଼ କରିଥିଲେ।

ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ପାପୁଆ ନ୍ୟୁ ଗିନି ଗସ୍ତ ଏବଂ ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ଏହି କାରଣରୁ ଏହି ଯାତ୍ରା ଗୁରୁତ୍ୱ ବହନ କରୁଛି।

Advertisment

ମୋଦି ଏଠାକୁ ଫୋରମ୍ ଇଣ୍ଡିଆ ପ୍ୟାସିଫିକ୍ କର୍ପୋରେସନ(ଏଫ୍‌ଆଇପିଆଇସି) ବୈଠକରେ ସାମିଲ ହେବେ। ଏଥିରେ ୧୪ ଦେଶର ନେତା ଭାଗ ନେବେ। ଏଠାରୁ ପିଏମ୍‌ ମୋଦି କାର୍ଯ୍ୟକ୍ରମ ସାରି ସିଧା ଅଷ୍ଟ୍ରେଲିଆ ଯିବେ। ୨୨ ତାରିଖରେ ସେଠାରେ ବହୁତ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ସେଠାରେ ହେରିସ୍ ପାର୍କକୁ ‘ଲିଟିଲ୍ ଇଣ୍ଡିଆ’ ନାମରେ ଘୋଷଣା କରିବେ। ଆଗକୁ ଏହି ସ୍ଥାନ ଲିଟିଲ ଇଣ୍ଡିଆ ନାମରେ ଜଣାଶୁଣା ହେବ। ୨୩ ତାରିଖରେ ସିଡ୍‌ନୀରେ ପ୍ରବାସୀ ଭାରତୀୟଙ୍କୁ ଭେଟିବେ। ୨୪ରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ତନୀ ଅଲ୍‌ବନୀଜଙ୍କ ସହ ଦ୍ୱିପାକ୍ଷୀକ ବିଭିନ୍ନ ଅଲୋଚନା କରିବେ। ପରେ ଅଷ୍ଟ୍ରେଲିଆର ବ୍ୟବସାୟୀ ଏବଂ ବିଭିନ୍ନ କମ୍ପାନୀର ସିଇଓଙ୍କୁ ଭେଟିବେ। ସେଠାରେ କାର୍ଯ୍ୟକ୍ରମ ସାରି ୨୫ ତାରିଖରେ ସେ ଦିଲ୍ଲୀରେ ପହଞ୍ଚିବେ।

ପିଏମ୍‌ ମୋଦି ଏବେ ୬ ଦିନିଆ ବିଦେଶ ଗସ୍ତରେ ଅଛନ୍ତି। ପ୍ରଥମେ ଜାପାନ ଯାଇ ଜି୭ ବୈଠକରେ ଯୋଗଦେଇଥିଲେ। ପରେ ସେଠାରୁ ଏଫ୍‌ଆଇପିସି ବୈଠକରେ ଯୋଗଦେବା ପାଇଁ ପପୁଆ ନ୍ୟୁ ଗିନିରେ ପହଞ୍ଚିଛନ୍ତି।

Narendra Modi PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe