Advertisment

ଆକାଶର ଛାତି ଚିରି ଚକ୍କର କାଟୁଛି ଲଢ଼ୁଆ ବିମାନ, ଏରୋ ଇଣ୍ଡିଆ ଶୋ’ ଉଦ୍‌ଘାଟନ କଲେ ମୋଦି

ଆଖି ପିଛୁଳାକେ ଭୀମ ଗର୍ଜନ କରି ଶୂନ୍ୟରେ ପଇଁତରା ମାରୁଛନ୍ତି ଏକାଧିକ ବିମାନ ।

author-image
Tapas Behera
Aero India

Aero India

ଆକାଶର ଛାତି ଚିରି ଚକ୍କର କାଟୁଛି ବାୟୁସେନାର ଲଢ଼ୁଆ ବିମାନ। ଆଖି ପିଛୁଳାକେ ଭୀମ ଗର୍ଜନ କରି ପଇଁତରା ମାରୁଛନ୍ତି ଏକାଧିକ ବିମାନ । ଶୂନ୍ୟ ଆକାଶରେ ଚାଲିଛି ଚିତ୍ତାକର୍ଶକ ପ୍ରଦର୍ଶନ। ଦର୍ଶକ ବିଭୋର।  ଭାରତୀୟ ବାୟୁ ସେନା ଦେଖାଉଛି ସାହସ, ଶୌର୍ଯ୍ୟ ଓ ପରାକ୍ରମ। ସାରା ବିଶ୍ୱ ଦେଖୁଛି ଭାରତର ଆତ୍ମନିର୍ଭର ଏୟାର ପାୱାର। ଆଜି ବେଙ୍ଗାଲୁରୁରେ ଆରମ୍ଭ ହୋଇଛି ଏରୋ ଇଣ୍ଡିଆ ଶୋ-୨୦୨୩। ବାୟୁସେନାର ଏହି ଚମତ୍କାର ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଛନ୍ତି । ଏହା ଫେବୃଆରୀ ୧୭ ତାରିଖ ଯାଏ ଚାଲିବ। ୟେଲାହାଙ୍କା ଏୟାର ଫୋର୍ସ ଷ୍ଟେସନରେ ହେବାକୁ ଥିବା ଏହି ଏୟାର ସୋକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ଦେଶବିଦେଶର ଏରୋ ସ୍ପେସ ନିବେଶକ ଏହି ଶୋ’ରେ ଭାଗନେଉଛନ୍ତି । ଚଳିତ ବର୍ଷ ୭୩୭ ପ୍ରଦର୍ଶନକାରୀ ଭାଗ ନେଉଛନ୍ତି । ସେଥିରୁ ୬୪୩ ଭାରତର ଏବଂ ଅନ୍ୟ ୩୦ ଦେଶର ୯୪ ପ୍ରଦର୍ଶନକାରୀ ଅଛନ୍ତି। ଏହି ଏୟାର ଶୋରେ, ହାଲର ୧୫ଟି ହେଲିକପ୍ଟର ଭାଗ ନେଉଛନ୍ତି । ଏହାସହ ଅତ୍ୟାଧୁନିକ ସୁପରସୋନିକ ଟ୍ରେନରର ମଡେଲ ପ୍ରଦର୍ଶିତ କରିବ ହାଲ । ଭାରତୀୟ ବାୟୁସେନା ଡ୍ରୋନ ଓ ଛୋଟ କମ୍ୟୁନିକେସନ ସାଟେଲାଇଟ ପ୍ରଦର୍ଶିତ କରିବା କାର୍ଯ୍ୟକ୍ରମ ରହିଛି।

Advertisment

ଇଲେକ୍ଟ୍ରୋନିକ ୱାରଫେୟାର ବ୍ୟବସ୍ଥା ଓ ସୁପରସୋନିକ ଓ ଲଙ୍ଗରେଞ୍ଜ୍‌ ରକେଟ୍‌ ପ୍ରଦର୍ଶିତ ହେବ। ଏୟାର ଶୋ ଆରମ୍ଭ ପୂର୍ବରୁ ବିଭିନ୍ନ ବିମାନ ଓ ହେଲିକପ୍ଟର ରିହର୍ସଲ କରିଛନ୍ତି। ଚଳିତ ବର୍ଷ ଏୟାର ଶୋର ଏହା ହେଉଛି ୧୪ ତମ ସଂସ୍କରଣ। ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ଶୋ’କୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ନଗର ନିଗମ ଜାନୁୟାରୀ ୩୦ରୁ ଫେବୃଆରୀ ୨୦ ପର୍ଯ୍ୟନ୍ତ ମାଂସ ଦୋକାନ, ହୋଟେଲ ଏବଂ ରେଷ୍ଟୁରାଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ବୃହତ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍ପି) ଏହାର ସାର୍ବଜନୀନ ବିଜ୍ଞପ୍ତିରେ କହିଛି ଯେ ୟେଲାହଙ୍କା ବାୟୁସେନା ଷ୍ଟେସନର ୧୦ କିଲୋମିଟର ପରିସୀମାରେ ଥିବା ସମସ୍ତ ମାଂସ ଦୋକାନ ସହ ହୋଟେଲ ବନ୍ଦ ରହିବ।

India