Advertisment

ଆଜି ପ୍ରୟାଗରାଜ ଯିବେ ପ୍ରଧାନମନ୍ତ୍ରୀ ; ୫,୫୦୦ କୋଟି ଟଙ୍କାର ପ୍ରକଳ୍ପ ଦେବେ ଭେଟି

୨୦୨୫ ଜାନୁଆରୀ ୧୩ ତାରିଖରୁ ଫେବ୍ରୁଆରୀ ୨୬ ଯାଏ ମହାକୁମ୍ଭ ମେଳା ଚାଲିବ।

PM Modi (File Photo)

PM Modi (File Photo)

Advertisment

ଆଜି ଉତ୍ତରପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାକୁମ୍ଭ ମେଳା ପାଇଁ ବିକାଶମୂଳକ କାମର ସମୀକ୍ଷା କରିବେ। ଏଥିସହ ପ୍ରୟାଗରାଜରେ ୫ହଜାର ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟିଦେବେ। ମଧ୍ୟାହ୍ନରେ ସଙ୍ଗମ ସ୍ଥଳରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହ ଦର୍ଶନ କରିବେ। ପରେ ଅକ୍ଷୟ ବଟବୃକ୍ଷ ସ୍ଥଳରେ ସ୍ଥଳରେ ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ। ପରେ ପରେ ହନୁମାନ ମନ୍ଦିର ଓ ସରସ୍ୱତୀ କୂଅକୁ ଯାଇ ପୂଜା କରିବା କାର୍ଯ୍ୟକ୍ରମ ରହିଛି।  ଦିନ ସାଢେ ଗୋଟାଏରେ ମହାକୁମ୍ଭ ପ୍ରଦର୍ଶନୀ ସ୍ଥାନ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ। ଏହାପରେ ଅପରାହ୍ନ ପ୍ରାୟ ୨ଟାରେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜରେ ୫୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶୁଭାରମ୍ଭ କରିବେ।

Advertisment

ଯେଉଁଥିରେ ରହିଛି ବିଭିନ୍ନ ରେଳ, ସଡକ, ବିଦ୍ୟୁତ, ପାନୀୟଜଳ ଏବଂ ସ୍ୱାସ୍ଥ୍ୟସେବା ସମ୍ପର୍କିତ ଏକାଧିକ ପ୍ରକଳ୍ପ। ଏଥିସହିତ ଭରଦ୍ୱାଜ ଆଶ୍ରମ କରିଡର, 
ଶ୍ରୀଙ୍ଗଭରପୁର ଧାମ କରିଡର, ଅକ୍ଷୟଭଟ୍ଟ କରିଡର, ହନୁମାନ ମନ୍ଦିର କରିଡର ଆଦିର  ମଧ୍ୟ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଏହି ଅବସରରେ  ପ୍ରଧାନମନ୍ତ୍ରୀ କୁମ୍ଭ ‘ସାହାୟକ’ ଚାଟବଟ୍ ମଧ୍ୟ ଲଞ୍ଚ କରିବେ।  ଯାହାକି ଶ୍ରଦ୍ଧାଳୁଙ୍କୁ ମହାକୁମ୍ଭ ମେଳା ୨୦୨୫  ଓ ଏହାର କାର୍ଯ୍ୟକ୍ରମ ବିଷୟରେ ସର୍ବଶେଷ ସୂଚନା ପ୍ରଦାନ କରିବ।

୨୦୨୫ ଜାନୁଆରୀ ୧୩ ତାରିଖରୁ ଫେବ୍ରୁଆରୀ ୨୬ ଯାଏ ମହାକୁମ୍ଭ ମେଳା ଚାଲିବ। ଏଥିରେ ପ୍ରାୟ ୪୦ କୋଟି ଲୋକଙ୍କର ସମାଗମ  ଆଶା କରାଯାଉଛି। ପ୍ରତି ୧୨ ବର୍ଷରେ ଥରେ ପ୍ରୟାଗରାଜରେ ହୋଇଥାଏ ମହାକୁମ୍ଭ ମେଳା।

Advertisment
Uttar Pradesh PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe