ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଚଳିତବର୍ଷ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଛି । ଏଥରର ଥିମ୍ ରହିଛି 'ନିଜ ଓ ସମାଜ ପାଇଁ ଯୋଗ' । ଏହି ଅବସରରେ ଶ୍ରୀନଗରରେ ଯୋଗ କରିବେ ପ୍ରଧାନମନ୍ତ୍ରୀ ମୋଦି ।
ଡାଲ୍ ହ୍ରଦ ନିକଟରେ ଥିବା ଶୈର-ଏ-କଶ୍ମୀର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏନେଇ ଗୁରୁବାରଠାରୁ ଦୁଇ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ଜମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି।
Also Read
ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାପରେ ମୋଦିଙ୍କ ଏହା ପ୍ରଥମ ଜମ୍ମୁକଶ୍ମୀର ଗସ୍ତ । ୨୦୧୫ ପରଠାରୁ ପ୍ରତିବର୍ଷ ଯୋଗ ଦିବସରେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ନେତୃତ୍ୱ ନେଉଛନ୍ତି । ଆଜି ହେବାକୁ ଥିବା ଯୋଗ ଦିବସରେ ଡାଲ୍ ହ୍ରଦ ନିକଟରେ ପ୍ରାୟ ୭ ହଜାର ଜଣ ଯୋଗ ଦେବେ ବୋଲି ଜଣାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୋଗ କାର୍ଯ୍ୟକ୍ରମର ନେତୃତ୍ୱ ନେବା ସହ ଲୋକଙ୍କୁ ସମ୍ବୋଧନ କରିବେ ବୋଲି ଜଣାଯାଇଛି।
ଏପଟେ ରାଜ୍ୟସ୍ତରୀୟ ଯୋଗ ଦିବସ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହେବେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Guest Column
କଂଗ୍ରେସ ପାଇଁ ସଂଗଠନ ଚାଲେଞ୍ଜ
କଂଗ୍ରେସ ଏବେ ଠାରୁ କେଉଁ ରାସ୍ତାରେ ଯିବ ସେଥିପାଇଁ ଗୁଜୁରାଟ ଅଧିବେଶନର ବାର୍ତ୍ତା ଭାବରେ ନ୍ୟାୟପଥ: ସଂକଳ୍ପ, ସମର୍ପଣ ଓ ସଂଘର୍ଷ ରଖାଯାଇଛି। ଆଉ ରାଜ୍ୟ ମୁଖ୍ୟଙ୍କ ଉପରେ ପୂରା ଦାୟିତ୍ୱ ନଦେଇ ଜିଲ୍ଲା କଂଗ୍ରେସ ସଂଗଠନକୁ କ୍ଷମତାଶାଳୀ କରିବା ଦିଗରେ ସାଙ୍ଗଠନିକ ପ୍ରସ୍ତାବ ଗୃହୀତ ହେବା କଂଗ୍ରେସକୁ କେତେଦୂର ବଂଚାଇବ ସେଥିପାଇଁ ଅପେକ୍ଷା କରିବାକୁ ପଡ଼ିବ।

National
ଏକାଠି ହେବେ ହାତୀ ଓ ଡ୍ରାଗନ! ଭାରତ ଶରଣକୁ କାହିଁକି ଆସିଲା ଚାଇନା?
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଚାଇନା ଉପରେ ଲଗାଇଥିବା ଟାରିଫ ସବୁ ରେକର୍ଡ ଭାଙ୍ଗି ଦେଇଛି। ଏବେ ଚାଇନା ପକ୍ଷରୁ ଆମେରିକାକୁ ରପ୍ତାନୀ ହେଉଥିବା ବସ୍ତୁ ଉପରେ ୧୦୪% ଟିକସ ଲାଗିବ।

Business
ରେପୋ ରେଟ୍କୁ ଦ୍ୱିତୀୟ ଥର ପାଇଁ ହ୍ରାସ କଲା RBI, ସାଧାରଣ ଲୋକଙ୍କ ଉପରେ କି ପ୍ରଭାବ ପକାଇବ?
୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଜିଡିପି ବା ଅଭିବୃଦ୍ଧି ହାର ୬.୫% ରହିବ।

National
ୱାକଫ ଆଇନକୁ କାହିଁକି ଲାଗୁ କରିବନି ପଶ୍ଚିମବଙ୍ଗ?
ରାଜ୍ୟରେ ୱାକଫ ଆଇନ ଲାଗୁ ହେବ ନାହିଁ ଓ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ସମ୍ପତ୍ତିର ସୁରକ୍ଷା ବେଙ୍ଗଲ ସରକାର କରିବେ ବୋଲି ମମତା କହିଛନ୍ତି।

National
ଉପ ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ପାଇଁ JEE(ମେନ୍ସ)ରୁ ବଞ୍ଚିତ ହେଲେ କି ୨୦ରୁ ଅଧିକ ଶିକ୍ଷାର୍ଥୀ!
ପବନ କଲ୍ୟାଣଙ୍କ ଜନ ସେନା ପାର୍ଟି ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ବିଜେପି ସହ ମିଶି ଆନ୍ଧ୍ରରେ ସରକାର ଗଠନ କରିଛି।